Watch: ବିଧାୟକ ଗାଇଲେ ତୋ ଆଖି ମୋ ଆଇନା, ତାଳ ମିଶାଇଲେ ଡାକ୍ତରୀ ଛାତ୍ରୀ - MLA Sidhant Sings Songs

By ETV Bharat Odisha Team

Published : Jul 28, 2024, 3:52 PM IST

thumbnail
MLA SIDHANT SINGS SONGS (ETV Bharat Odisha)

Digapahandi MLA Sidhant Mohapatra Sings Songs: ବ୍ରହ୍ମପୁର: ଡାକ୍ତରୀ ଛାତ୍ରୀଙ୍କ ସହିତ ତାଳ ଦେଇ ଚଳଚ୍ଚିତ୍ର ଗୀତ ଗାଇଲେ ନବନିର୍ବାଚିତ ବିଧାୟକ । ସେ ସଭା ହେଉ କି ଉତ୍ସବ । ମୁଖ୍ୟତଃ ରାଜନୈତିକ ନେତାଙ୍କ ଭାଷଣ ଏବଂ ପ୍ରତିଶୃତି ଶୁଣିବାକୁ ସମସ୍ତେ ଅପେକ୍ଷା କରିଥାନ୍ତି । ବ୍ରହ୍ମପୁର ଠାରେ ଅବସ୍ଥିତ ଏମ୍.କେ.ସି.ଜି ମେଡିକାଲ କଲେଜରେ ଏକ ଉତ୍ସବରେ ଯୋଗ ଦେବାକୁ ନିମନ୍ତ୍ରିତ ହୋଇ ଆସିଥିବା ଅଭିନେତାରୁ ନେତା ହୋଇଥିବା ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର । ଡି.ଏମ୍.ଏଲ୍.ଟି ଓ ଡି.ଏମ୍.ଆର୍.ଟି ବିଭାଗର ମିଳିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଓଡିଶା ସିନେ ଅଭିନେତା ତଥା ବିଧାୟକ ସିଦ୍ଧାନ୍ତ ମଞ୍ଚରେ ନିଜ ଅଭିନିତ 'ସରପଞ୍ଚ ବାବୁ' ଚଳଚ୍ଚିତ୍ରର ଏକ ସଂଳାପକୁ ମଞ୍ଚରେ ଉପସ୍ଥାପନା କରିଥିଲେ । ଏହାସହ ବିଦ୍ୟାର୍ଥୀମାନଙ୍କୁ ଆହୁରୀ ଅଧିକ ମନରଞ୍ଜନ କରିବା ପାଇଁ ବିଦ୍ୟାର୍ଥୀଙ୍କ ସହ 'ତୋ ଆଖି ମୋ ଆଇନା' ଓଡିଆ ଚଳଚ୍ଚିତ୍ର ଗୀତ ଗାଇଥିଲେ । 

ଜୀବନରେ ମନରଞ୍ଜନର ଆବଶ୍ୟକତା ରହିଥିବାରୁ ଏପରି ଗୀତକୁ ଗାଇଥିବା କହିଛନ୍ତି ସିଦ୍ଧାନ୍ତ । ଜଣେ ଅଭିନେତାରୁ ନେତା ହୋଇଥିବା ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ମନୋରଞ୍ଜନ କରିବା ଶୈଳୀକୁ ନେଇ ବିଦ୍ୟାର୍ଥୀମାନେ ବେଶ ଖୁସି ହୋଇଥିଲା । ଏହାସହ ଖୁସିର ସହକାରେ ରୋଗୀଙ୍କୁ ନିସ୍ୱାର୍ଥପର ଭାବରେ ଗୀତା ଗାଇ ତାଙ୍କୁ ବୁଝାଇ ସେବା କରିବାକୁ ନିଜର ବାର୍ତ୍ତା ମଧ୍ୟ ପ୍ରଦାନ କରିଥିଲେ ବିଧାୟକ । ସେପଟେ ଡାକ୍ତର ବିଦ୍ୟାର୍ଥୀଙ୍କ ସହିତ ସଦାସର୍ବଦା ରହି ଆସୁଥିବା କହିଛନ୍ତି ଏହି ବିଧାୟକ ।

ଏହା ମଧ୍ୟ ପଢ଼ନ୍ତୁ...ମୁଖ୍ୟରାସ୍ତା ଉପରେ ବିଦ୍ୟୁତ ଖୁଣ୍ଟ ! ତାଜୁବ ହେଲେ ବିଧାୟକ - electric pole in middle of road
ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.