ନାବାଳକ ପୁଅକୁ ଧରି ନଦୀକୁ ଡେଇଁଲା ମାଆ; ପୁଅ ମୃତ ମାଆ ନିଖୋଜ - a Woman jump into Chitrotpala River

By ETV Bharat Odisha Team

Published : Aug 14, 2024, 8:22 PM IST

thumbnail
ନାବାଳକ ପୁଅକୁ ଧରି ନଦୀକୁ ଡେଇଁଲା ମାଆ (ETV Bharat Odisha)

କଟକ: ନଦୀକୁ ଡେଇଁଲେ ମାଆ-ପୁଅ । ନାବାଳକ ପୁଅ ମୃତ । ମାଆକୁ ଉଦ୍ଧାର କରିବା ପାଇଁ ଖୋଜାଖୋଜି ଜାରି ରହିଛି । ଏଭଳି ଏକ ଘଟଣା ଘଟିଛି କଟକ ଜିଲ୍ଲା ନେମାଳ ଅଞ୍ଚଳରେ । ସୁହାନ ପରବିନ ନାମକ ଜଣେ ମହିଳା ତାଙ୍କର ପୁଅକୁ ସାଙ୍ଗରେ ନେଇ ଚିତ୍ରୋତ୍ପଳା ନଦୀକୁ ଡେଇଁ ପଡ଼ିଛନ୍ତି ।

ଏନେଇ ସ୍ଥାନୀୟ ଉଦ୍ଧାରକାରୀ ଯୁବକ ଗଗନ ମଲ୍ଲିକ କହିଛନ୍ତି," ଖବର ମିଳିଲା ଯେ ଜଣେ ମହିଳା ତାଙ୍କ ପୁଅକୁ ଧରି ନଦୀକୁ ଡେଇଁପଡିଛନ୍ତି । ଅନେକ ଖୋଜାଖୋଜି କରିବା ପରେ ପୁଅ ମଝି ନଇରେ ଭାସୁଥିବାର ଦେଖି ତାକୁ ଉଦ୍ଧାର କରାଯାଇଥିଲା । ଏହାପରେ ସଙ୍ଗେସଙ୍ଗେ ମେଡିକାଲରେ ଭର୍ତ୍ତି କରିବା ପରେ ଡ଼କ୍ଟର ତାଙ୍କୁ ମୃତ ଘୋଷଣା କରିଥିଲେ ।" ସେପଟେ ପ୍ରଥମେ ପୁଅକୁ ନଦୀକୁ ଫିଙ୍ଗିବା ପରେ ସେ ନିଜେ ନଦୀକୁ ଡେଇଁ ପଡିଥିବାସ ତାଙ୍କ ନାବାଳିକା ଝିଅ କହିଛି । ମୃତ ନାବାଳକର 10 ବର୍ଷର ସେକ ତାୟର ଉଦ୍ଦିନ ବୋଲି ଜଣାପଡିଛି । ତେବେ ଅଗ୍ନିଶମ ବିଭାଗ ନିଖୋଜ ମାଆକୁ ଖୋଜାଖୋଜି ଜାରି ରଖିଥିବା ସୂଚନା ମିଳିଛି । 

ଏହା ମଧ୍ୟ ପଢନ୍ତୁ .... ତ୍ରିଶୁଳିଆ ବ୍ରିଜ ପାଲଟିଲା ମିସିଙ୍ଗ୍ ସ୍ପଟ, କାଲି ମହିଳା ଆଜି ଯୁବକ ନିଖୋଜ


ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.