ଏମିତି ବି ଆସେ ମୁତ୍ୟୁ ! ସ୍କୁଲରେ ପାଣିଟାଙ୍କି ଭୁଶୁଡି ଗଲା ଛାତ୍ରଙ୍କ ଜୀବନ - SCHOOL WATER TANK COLLAPSED

By ETV Bharat Odisha Team

Published : Jun 28, 2024, 2:09 PM IST

thumbnail
ଏମିତି ବି ଆସେ ମୁତ୍ୟୁ! ସ୍କୁଲ ଯିବା ସମୟରେ ପାଣିଟାଙ୍କି ଭୁଶୁଡି ଗଲା ଛାତ୍ରଙ୍କ ଜୀବନ (ETV Bharat Odisha)

ବାଲେଶ୍ୱର: ଏମିତି ବି ଆସେ ମୁତ୍ୟୁ ! ସ୍କୁଲରେ ପାଣିଟାଙ୍କି ଭଶୁଡ଼ି ଛାତ୍ର ମୃତ । ମୃତକ ହେଲେ ଖୋର୍ଦ୍ଧା ବାରଙ୍ଗ ଅଞ୍ଚଳର ବାଗରାଇ ଟୁଡୁଙ୍କ ପୁଅ ନାରାୟଣ । ସୂଚନା ଅନୁସାରେ, ସଦର ଥାନା ଅନ୍ତର୍ଗତ ସାରଗାଁ ପଦ୍ମପୁର ଅଞ୍ଚଳରେ ଥିବା ବାଞ୍ଛାନିଧି ଇଂଲିଶ ମିଡିୟମ ସ୍କୁଲରେ ନାରାୟଣ ଚତୁର୍ଥ ଶ୍ରେଣୀରେ ପଢ଼ନ୍ତି । ଗତ ୧୦ଦିନ ତଳେ ସେ ଏହି ସ୍କୁଲରେ ନୂଆକରି ନାମ ଲେଖାଇଥିଲେ। ଆଜି ସବୁଦିନ ପରି ନାରାୟଣ ସ୍କୁଲ ଯାଇଥିଲେ ସତ ହେଲେ ସେଠାରେ ଥିବା ଅସୁରକ୍ଷିତ ପାଣିଟାଙ୍କି ତଳେ ହାତ ଧୋଉଥିବା ବେଳେ ତାହା ଭାଙ୍ଗି ତାଙ୍କ ଉପରେ ପଡିଯାଇଥିଲା । ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରି ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଖବର ଶୁଣି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । 

ଏହା ମଧ୍ୟ ପଢନ୍ତୁ: କଟକରେ ହୁତୁ ହୁତୁ ହୋଇ ଜଳିଗଲା ମୋ ବସ୍, ଦେଖନ୍ତୁ ଭିଡିଓ

ଇଟିଭି ଭାରତ, ବାଲେଶ୍ୱର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.