ପାରାଦ୍ୱୀପ ବନ୍ଦର ପକ୍ଷରୁ ବାର୍ଷିକ ପୁଷ୍ପ ପ୍ରଦର୍ଶିନୀ, ମନ ମୋହୁଛି ଭଳିକି ଭଳି ଫୁଲ - ଜଗତସିଂହପୁର

🎬 Watch Now: Feature Video

thumbnail

By ETV Bharat Odisha Team

Published : Feb 6, 2024, 10:58 PM IST

Flower Show ପାରାଦ୍ୱୀପ: ଜଗତସିଂହପୁର ଜିଲ୍ଲା ପାରାଦ୍ବୀପ ବନ୍ଦର ପ୍ରାଧିକରଣ ପକ୍ଷରୁ ଆରମ୍ଭ ହୋଇଛି ୩୮ତମ ବାର୍ଷିକ ପୁଷ୍ପ ପ୍ରଦର୍ଶନ । ପାରାଦ୍ଵୀପ ବନ୍ଦର ଆର ଆଣ୍ଡ ବି ଡିଭିଜନ ଦ୍ବାରା ଆୟୋଜିତ ସ୍ଥାନୀୟ ଅଫିସର୍ସ କ୍ଲବ ପରିସରରେ ଅନୁଷ୍ଠିତ ଏହି ପ୍ରଦର୍ଶନୀକୁ ଲୋକଙ୍କୁ ଅଭିଭୂତ କରିଛି ।  ଏହି କାର୍ଯ୍ୟକ୍ରମରେ ପାରାଦ୍ଵୀପ ବନ୍ଦର ଅଧ୍ୟକ୍ଷ ପିଏଲ ହାରାନାଦ କହିଛନ୍ତି ଯେ, ପାରାଦ୍ଵୀପ ବନ୍ଦରକୁ ସବୁଜ ଏବଂ ସୁନ୍ଦର ବନ୍ଦର ଭାବେ ବିକଶିତ କରିବା ଏପରି ପୁଷ୍ପ ପ୍ରଦର୍ଶନୀର ମୂଳ ଉଦ୍ଦେଶ୍ୟ । ତେଣୁ ବନ୍ଦର ସହରରେ ବିଭିନ୍ନ ସ୍ଥାନରେ ଚାରା ରୋପଣ ସହିତ ଅଠରବାଙ୍କିରୁ ନିଷିଦ୍ଧାଞ୍ଚଳର ୪ନମ୍ବର ଫାଟକ ପର୍ଯ୍ୟନ୍ତ ରାସ୍ତା ପାର୍ଶ୍ଵରେ ସୁନ୍ଦର ଆକର୍ଷଣୀୟ ଫୁଲଗଛ ସହିତ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯାଇଛି । ବନ୍ଦର ସହର ଏବଂ ଏହାର ଆଖପାଖରେ ସବୁଜତାକୁ ପ୍ରୋତ୍ସାହିତ କରିବା ପାଇଁ ଓଡିଶା ଜଙ୍ଗଲ ବିଭାଗ ମାଧ୍ୟମରେ ଗତ ତିନିବର୍ଷ ପାଇଁ କ୍ରମାଗତ ଭାବରେ ପ୍ରତିବର୍ଷ ଏକ ଲକ୍ଷ ଚାରା ରୋପଣ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ....ପାରାଦ୍ବୀପରେ ପୁଷ୍ପ ପ୍ରଦର୍ଶନୀ, ରଙ୍ଗବେରଙ୍ଗ ଫୁଲ ମୋହିଲା ମନ

ତେବେ ଏହି ପ୍ରଦର୍ଶନୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବନ୍ଦର ଉପାଧ୍ୟକ୍ଷ ନୀଳଭ୍ର ଦାଶଗୁପ୍ତ ଏବଂ ଅନ୍ୟାନ୍ୟ ଉଚ୍ଚ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଦର୍ଶନୀରେ ୧୩୫ ଜଣ ଅଂଶଗ୍ରହଣକାରୀ ୪୮ ପ୍ରକାରର ବିଭିନ୍ନ ପ୍ରଜାତିର ଫୁଲ, ପନିପରିବା ଏବଂ ଉଭିଦର ଚମତ୍କାର ସଂଗ୍ରହ ପ୍ରଦର୍ଶନ କରିଥିଲେ । ଏଥିରେ ଜନସାଧାରଣ ବିଭିନ୍ନ ପ୍ରଦର୍ଶନୀ ଷ୍ଟଲ୍ ପରିଦର୍ଶନ କରିବାକୁ ଭିଡ଼ କରିଥିବାର ଦେଖ‌ିବାକୁ ମିଳିଥିଲା । ସନ୍ଧ୍ୟାରେ ଅଫିସର୍ସ କ୍ଲବରେ ଆୟୋଜିତ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ବନ୍ଦର ଅଧ୍ୟକ୍ଷ ହରନାଦ ଏବଂ ଉପାଧ୍ୟକ୍ଷ ଦାଶଗୁପ୍ତ ପ୍ରଦର୍ଶନୀର ବିଭିନ୍ନ ବର୍ଗରେ ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଦେଶ ବିଦେଶର ବହୁ ପୁଷ୍ପ ଦେଖିବାକୁ ମିଳିଥିଲା ।

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.