SCB ସମ୍ପ୍ରସାରଣରେ ଅଘଟଣ, ଭାଙ୍ଗିଲା କ୍ରେନ 3 ଗୁରୁତର - Tower Crane Collapse in cuttack

By ETV Bharat Odisha Team

Published : Aug 9, 2024, 9:34 PM IST

thumbnail
TOWER CRANE COLLAPSE IN CUTTACK (ETV Bharat Odisha)

TOWER CRANE COLLAPSE IN CUTTACK: କଟକ: ଏସସିବି ସମ୍ପ୍ରସାରଣ ପ୍ରକଳ୍ପ କାମବେଳେ ବଡ ଅଘଟଣ । ୧୦ ମହଲା ଉପରକୁ ନିର୍ମାଣ ଜିନିଷ ଉଠାଇବା ବେଳେ କ୍ରେନ ଛିଡି ପଡ଼ିବାରୁ ୮ ଜଣ ଆହତ ଓ ତିନି ଜଣ ଗୁରୁତର ହୋଇଛନ୍ତି । ଆହତମାନଙ୍କୁ କଟକ ବଡ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । କ୍ରେନ ଛିଡିବା ସ୍ଥାନରେ ୫୦ରୁ ଅଧିକ ଶ୍ରମିକ କାର୍ଯ୍ୟରତ ଥିଲେ ବୋଲି ଘଟଣା ସ୍ଥଳରେ ଥିବା ଶ୍ରମିକମାନେ କହିଛନ୍ତି । ଏନସିସି ନାମକ ଏକ କମ୍ପାନୀ ଏହି ନିର୍ମାଣ କାମରେ ନିୟୋଜିତ ଅଛି । ତେବେ ଗୁରୁତର ୩ ଜଣ ଆହତଙ୍କ ନାଁ ହେଲା ବିହାରର ମୁବାରକ ଅନସାରୀ,ଓଡ଼ିଶାର ଦିନବନ୍ଧୁ ବେହେରା ଓ ବଂଶୀଧର ମଲ୍ଲିକ । ଆହତଙ୍କୁ ଭେଟିଲେ ଆଇନ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ।ଏନେଇ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ କହିଛନ୍ତି," ଘଟଣାର ତଦନ୍ତ ହେବ ପରେ ରିପୋର୍ଟ ଦାଖଲ କରିବ OBCC । ସମସ୍ତ ଆହତଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦିଆଯାଉଛି । ବର୍ତ୍ତମାନ ସମସ୍ତ ଆହତଙ୍କ ଅବସ୍ଥା ସ୍ଥିର ରହିଛି ।" 

ଅନ୍ୟପଟେ ସମ୍ପ୍ରସାରଣ କାର୍ଯ୍ୟରେ ନିୟୋଜିତ ଥିବା NCC ପ୍ରୋଜେକ୍ଟ ମ୍ୟାନେଜର ଦିଲୀପ କୁମାର ଦାସ  ନିଜ ଦୋଷ ସ୍ୱୀକାର କରିଛନ୍ତି । ସେ କହିଛନ୍ତି," ଯାନ୍ତ୍ରିକ ତ୍ରୁଟି ଯୋଗୁ କ୍ରେନଟି ଖସି ପଡ଼ିଥିଲା । ତେବେ ଏହି ଘଟଣାକୁ ଗୁରୁତର ସହ ନିଆଯାଇଛି । ଏନେଇ ଏକ ଟିମ ତଦନ୍ତ କରିବା ପରେ ରିପୋର୍ଟ ପ୍ରଦାନ କରିବ । ଏହାସହ ଆଗାମୀ ଦିନରେ ଯଦି ଏଭଳି ଘଟଣା ନଘଟେ ସେ ଦିଗରେ ଧ୍ୟାନ ଦିଆଯିବ  ।" ଆହତଙ୍କୁ ଶୀଘ୍ର ଚିକିତ୍ସା କରାଯିବ ସେନେଇ ଏସସିବି ଡାକ୍ତରୀ ଟିମ ସହ ଆଲୋଚନା କରିଛନ୍ତି ସ୍ଥାନୀୟ ବିଧାୟକ ସୌଭିକ ବିଶ୍ୱାଳ ଏବଂ ମେୟର ସୁବାଷ ସିଂହ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.