ଶ୍ରୀକ୍ଷେତ୍ରରେ ପହଞ୍ଚିଲା ମହାପ୍ରଭୁଙ୍କ ପାଇଁ ବାସୁଙ୍ଗା ପାଟ - Basunga Pata - BASUNGA PATA

🎬 Watch Now: Feature Video

thumbnail

By ETV Bharat Odisha Team

Published : May 27, 2024, 10:16 PM IST

Basunga Pata Reached In Puri: ପୁରୀ: ପାଖେଇ ଆସୁଛି ମହାପ୍ରଭୁଙ୍କ ଜଗନ୍ନାଥଙ୍କ ସ୍ନାନଯାତ୍ରା । ସ୍ନାନଯାତ୍ରା ପରେ ମହାପ୍ରଭୁଙ୍କ ଅନବସର ନୀତି । ଏହାସହ ଅନେକ ଗୁପ୍ତ ନୀତି ଅନୁଷ୍ଠିତ ହେବ । ଜୁନ ୨୨ ତାରିଖରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ନୀତି । ଏନେଇ ପ୍ରସ୍ତୁତି ଆରମ୍ଭ କରିଛି ଶ୍ରୀମନ୍ଦିର ପ୍ରଶାସନ । ସ୍ନାନ ପୂର୍ଣ୍ଣିମା ପରେ ମହାପ୍ରଭୁଙ୍କ ଅଣସର ନୀତି ଥିବାରୁ ମହାପ୍ରଭୁଙ୍କ ଗୁପ୍ତନୀତି ପାଇଁ ଆବଶ୍ୟକ ସାମଗ୍ରୀ ଅଣାଯାଉଛି । ଏଥି ମଧ୍ୟରୁ ଅନ୍ୟତମ ବାସୁଙ୍ଗା ପାଟ ଶ୍ରୀକ୍ଷେତ୍ରରେ ଆସି ପହଞ୍ଚିଛି । ଅନବସରରେ ଘଣା ଲାଗି ସମୟରେ ବାସୁଙ୍ଗା ପାଟର ଆବଶ୍ୟକ ଥିବାରୁ ଏହି ପାଟକୁ ଅଣାଯାଇଛି । ମୋଟ ୩ କୁଇଣ୍ଟାଲ ବାସୁଙ୍ଗା ପାଟ ଶ୍ରୀମନ୍ଦିର ପ୍ରଶାସନ ପାଖରେ ପହଞ୍ଚିଛି । କଟକ ଜିଲ୍ଲା ତିଗିରିଆର ନୂଆପାଟଣା ଅଞ୍ଚଳରୁ ଏହି ସ୍ଵତନ୍ତ୍ର ବାସୁଙ୍ଗା ପାଟ ଅଣାଯାଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଦାଖଲ କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୂଆପାଟଣାର ଟସର ବ୍ୟବସାୟୀଙ୍କୁ ବାସୁଙ୍ଗା ପାଟ ତିଆରି ପାଇଁ ବରାଦ ଦିଆଯାଇଥିଲା । ପୂର୍ବରୁ ଏହି ପାଟର ଗୁଣବତ୍ତା ଚିହ୍ନଟ ଲାଗି ସେବାୟତଙ୍କୁ ଦାୟିତ୍ୱ ଦିଆଯାଇଥିଲା । ତେବେ ଗୁଣବତ୍ତା ଯାଞ୍ଜ ପରେ ବାସୁଙ୍ଗା ପାଟ ଶ୍ରୀକ୍ଷେତ୍ରରେ ପହଞ୍ଚିଛି । ମହାପ୍ରଭୁଙ୍କ ସେବା କରିବାର ସୁଯୋଗ ପାଇଥିବାରୁ ନିଜକୁ ଧନ୍ୟମନେ କରିଛନ୍ତି ବାସୁଙ୍ଗା ପାଟ ଯୋଗାଇ ଥିବା ବୁଣାକାର ।
ଏହା ମଧ୍ୟ ପଢ଼ନ୍ତୁ..ଶ୍ରୀମନ୍ଦିରରେ ଅଘଟଣ, ଉତ୍ତର ଦ୍ୱାର କୂଅରେ ପଡି ଭକ୍ତ ଆହତ - Devotees Falls Into Well
ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.