ହାଇଦ୍ରାବାଦ: ଗୋଟିଏ ଏକ୍ସ ପୋଷ୍ଟରୁ ଅଢେଇ ଲକ୍ଷ ଟଙ୍କା ରୋଜଗାର । ଏକଥା ବିଶ୍ବସ ନହେଲେ ବି ସତ । ଲୋକପ୍ରିୟ ୟୁଟ୍ୟୁବର ମିଷ୍ଟର ବିଷ୍ଟ୍ ଏକ୍ସରେ ଗୋଟିଏ ଭିଡିଓ କରି ଅଢେଇ କୋଟି ଟଙ୍କା ରୋଜଗାର କରିଥିବା ନେଇ ଖୁଲାସା କରିଛନ୍ତି । ତେବେ ଏନେଇ MrBeast କହିଛନ୍ତି, "ମୋର ପ୍ରଥମ ଏକ୍ସ ଭିଡିଓରୁ ମୁଁ 2ଲକ୍ଷ 50 ହାଜରରୁ ଅଧିକ ଟଙ୍କା ରୋଜଗାର କରିଛି ! ବିଜ୍ଞାପନଦାତାମାନେ ମୋ ଭିଡିଓକୁ ପସନ୍ଦ ଏବଂ ଆକୃଷ୍ଟ ହୋଉଛନ୍ତି । ତେଣୁ ମୋ ଭିଡିଓ ଉପରେ ବିଜ୍ଞାପନ ଦେଉଛନ୍ତି । ତେବେ ଏହା ମୋର ଅନୁଭବ ଠାରୁ ମଧ୍ୟ ଅଧିକ ଅଟେ । ତେବେ ରୋଜଗାର ଟଙ୍କାକୁ ଅନ୍ୟମାନଙ୍କୁ ପ୍ରଦାନ କରିବା ପାଇଁ Random people ବାଛିବାର ଯୋଜନା କରୁଛି ।"
ତେବେ ପୂର୍ବରୁ ୟୁଟ୍ୟୁବ ସନସନି ଜିମି ଡୋନାଲ୍ଡସନ(ମିଷ୍ଟର ବିଷ୍ଟ୍) ଏକ୍ସରେ ଭିଡିଓ ପୋଷ୍ଟ କରିବେ ନାହିଁ ବୋଲି କହିଥିଲେ । ଭିଡିଓ ତିଆରି କରିବା ପାଇଁ ଯେତିକି ସମୟ ଲାଗୁଛି ଖର୍ଚ୍ଚ ତୁଳନାରେ ଅର୍ଥ ଉପାର୍ଜନ ହୋଇପାରୁନଥିବା ଅଭିଯୋଗ କରିଥିଲେ । କିନ୍ତୁ ନିକଟରେ ଏକ ଭିଡିଓ ଅପଲୋଡ କରିଥିଲେ। ଯେଉଁଥିରେ ପ୍ରାୟ 15କୋଟି 50ହଜାରରୁ ଅଧିକ ଭ୍ୟୁଜ୍ ହୋଇଥିଲେ ।
ଫୋବର୍ସର ଅନୁମାନ ଅନୁସାରେ, 2022 ମସିହାରେ ମିଷ୍ଟର ବିଟ ନିଜ ୟୁଟ୍ୟୁବ ଚାନେଲରୁ ଗୋଟିଏ ବର୍ଷ ମଧ୍ୟରେ ପ୍ରାୟ 5.4 କୋଟି ଡଲାର ରୋଜଗାର କରିଛନ୍ତି । ପ୍ରାରମ୍ଭରୁ ହିଁ ତାଙ୍କ ଚ୍ୟାନେଲରେ ଲକ୍ଷଲକ୍ଷ ୟୁଜର୍ସ ଯୋଡି ହୋଇଛନ୍ତି । ବର୍ତ୍ତମାନ ସବସ୍କ୍ରାଇବର ସଂଖ୍ୟା 23.3 କୋଟିକୁ ବୃଦ୍ଧି ପାଇଛି । ଚେବେ ଚଳିତ ମାସରେ ଡୋଗେ ଡିଜାଇନର(DogeDesigner) ମିଷ୍ଟର ପରଫେକ୍ଟକୁ ଭିଡିଓ ଅପଲୋଡ କରିବା ପାଇଁ କହିଥିଲେ ସୁଦ୍ଧା ସେ ମନା କରିଦେଇଥିଲେ । ଏହା କରିବା ସମ୍ଭବ ନୁହେଁ ବୋଲି ସେ ଜବାବ ଦେଇଥିଲେ ।
ପ୍ରକାଶଥାଉକି, ଗତ ବର୍ଷ ADS ରେଭେନ୍ୟୁ ପ୍ରୋଗ୍ରାମର ଏଲିଜିବିଲିଟି କ୍ରାଇଟେରିଆରେ ପରିବର୍ତ୍ତନ କରିଥିଲେ ଏଲନ ମସ୍କ । କମ୍ପାନୀ X ଏହାର ବିଜ୍ଞାପନ ରାଜସ୍ୱ ପ୍ରୋଗ୍ରାମର(ADS REVENUE PROGRAM) ଯୋଗ୍ୟତାରେ ପରିବର୍ତ୍ତନ କରିଛି । ଯାହା ଦ୍ବାରା ୟୁଜର୍ସ ପୂର୍ବ ଅପେକ୍ଷା ଅଧିକ ଉପକୃତ ହେଉଛନ୍ତି । ପ୍ଲାଟ୍ଫର୍ମରୁ ଟଙ୍କା ରୋଜଗାର କରିବାକୁ ହେଲେ ୟୁଜର୍ସଙ୍କୁ ନିଜ ଆକାଉଣ୍ଟରେ 500 ଫଲୋର୍ସ, 3 ମାସ ମଧ୍ୟରେ 5 ମିଲିୟନ ଟ୍ବିଟ୍ ଇମ୍ପ୍ରେସନ ଏବଂ ବ୍ଲୁ ଟିକ୍ ରହିବା ଆବଶ୍ୟକ ।