ହାଇଦ୍ରାବାଦ: ଆଜିକାଲି ଯୁଗରେ ପୁରୁଷଙ୍କଠୁ କେଉଁ ଗୁଣରେ କମ ନୁହନ୍ତି ମହିଳା । ମହିଳା ନିଜ ଖର୍ଚ୍ଚ ନିଜେ ବହନ କରିବା ଲାଗି ସ୍ବାବଲମ୍ବୀ ହେଉଛନ୍ତି । ବିଭିନ୍ନ କ୍ଷେତ୍ରରେ ଆପଣ ଏବେ ମହିଳା କର୍ମଚାରୀଙ୍କୁ ପାଇବେ । ବଡ଼ ବଡ଼ କଷ୍ଟସାଧ୍ୟ କାମ କରି ମଧ୍ୟ ମହିଳା ନିଜକୁ ପୁରୁଷ ସମାଜରେ ପ୍ରମାଣିତ କରିଛନ୍ତି । ତେବେ ଆସନ୍ତା ବର୍ଷ ସୁଦ୍ଧା ମହିଳାଙ୍କ ଲାଗି 21ଲକ୍ଷ ଚାକିରି ସୁଯୋଗ ସୃଷ୍ଟି ହେବାକୁ ଯାଉଛି । ସଫ୍ଟୱେର ଡେଭଲପମେଣ୍ଟ, ସାଇବର ସୁରକ୍ଷା, କ୍ଲାଉଡ କମ୍ପ୍ୟୁଟିଂ, ଡେଟା ପ୍ରବନ୍ଧନ ଓ ସଫ୍ଟୱେର ଅପରେସନ ସାମିଲ । ରିପୋର୍ଟର ଅନୁସନ୍ଧାନ 15,000ରୁ ଅଧିକ ଚାକିରି ପ୍ରୋଫାଇଲ ସମ୍ପର୍କରେ ଉଲ୍ଲେଖ କରାଯାଇଛି, ଯାହାକୁ ନିଯୁକ୍ତିଦାତାମାନେ ଅଧିକ ଗୁରୁତ୍ବ ଦିଅନ୍ତି ।
![JOBS FOR WOMEN IN IT SECTOR](https://etvbharatimages.akamaized.net/etvbharat/prod-images/01-09-2024/22348085_2.jpg)
AI କ୍ଷେତ୍ରରେ ମହତ୍ବପୂର୍ଣ୍ଣ ପରିବର୍ତ୍ତନର ସମ୍ଭାବନା:-
ଭାରତୀୟ ଟେକନିକ କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ଯେଉଁଥିରେ କୃତ୍ରିମ ବୁଦ୍ଧିମତା(AI), ଡେଟା, ସାଇବର ସୁରକ୍ଷା ଓ କ୍ଲାଉଡ ସାମିଲ । 2024ରେ ଏହି କ୍ଷେତ୍ରରେ ବେତନ ସୀମା 8 ପ୍ରତିଶତରୁ 15 ପ୍ରତିଶତକୁ ବୃଦ୍ଧି ହେବାର କୁହାଯାଉଛି । ଏହି ସମସ୍ତ କ୍ଷେତ୍ରରେ ବୃଦ୍ଧି ପାଉଥିବା କୌଶଳ ଚାହିଦା ଯୋଗୁଁ ସମ୍ଭବ ହେବାକୁ ଯାଉଛି । ଯେଉଁଠି ହାଅରିଂ ମାର୍କେଟରେ ଫ୍ରେସରଙ୍କ ଲାଗି 19-20 ପ୍ରତିଶତ ସ୍ଥାନ ରହିଛି, ସେଠାରେ ଅଭିଜ୍ଞଙ୍କ ଲାଗି 40 ପ୍ରତିଶତ ସ୍ଥାନ ରହିଛି । ବର୍ତ୍ତମାନ ଡିଜିଟାଲ ଦକ୍ଷତାର ଚାହିଦା ବୃଦ୍ଧି ପାଉଥିବାରୁ ଆଗାମୀ ଦିନରେ ହାଅରିଂ ମାର୍କେଟରେ ମଧ୍ୟ ବୃଦ୍ଧି ଘଟିବ ବୋଲି ଆଶା କରାଯାଉଛି ।
ମହିଳା କାର୍ଯ୍ୟବଳ 21ଲକ୍ଷକୁ ବୃଦ୍ଧି:-
2022ରୁ 2025 ମଧ୍ୟରେ ମହିଳା କାର୍ଯ୍ୟବଳ 16.8ଲକ୍ଷରୁ ବୃଦ୍ଧି ପାଇ 21ଲକ୍ଷରେ ପହଞ୍ଚିବ ବୋଲି ଅନୁମାନ କରାଯାଉଛି । ସେପଟେ ପୁରୁଷ କାର୍ଯ୍ୟବଳ 34.2 ଲକ୍ଷରୁ ବୃଦ୍ଧି ପାଇ 38.9 ଲକ୍ଷରେ ପହଞ୍ଚିବ । ଉଭୟଙ୍କୁ ମିଶାଇଲେ 2025 ସୁଦ୍ଧା ମୋଟ କାର୍ଯ୍ୟବଳ 59.9ଲକ୍ଷରେ ପହଞ୍ଚିବ । ଗ୍ଲୋବାଲ ଦକ୍ଷତା କେନ୍ଦ୍ର (ଜିସିସି)ର ମୋଟ ବୈଷୟିକ ମହିଳାଙ୍କ ସଂଖ୍ୟା ପ୍ରାୟ 4.82 ଲକ୍ଷ ରହିଛି । 2027 ସୁଦ୍ଧା ଜିସିସିରେ ମହିଳାଙ୍କ ସଂଖ୍ୟା ବର୍ତ୍ତମାନର 25 ପ୍ରତିଶତରୁ 35 ପ୍ରତିଶତକୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି । ଆର୍ଥିକ ବର୍ଷ 2024-25 ପାଇଁ ଭାରତୀୟ ବୈଷୟିକ କର୍ମକ୍ଷେତ୍ରରେ ଲିଙ୍ଗଗତ ଦରମା ବ୍ୟବଧାନ ଏକ ବଡ଼ ସମସ୍ୟା ରହିଛି । ଏଥିଲାଗି ବିଭିନ୍ନ କ୍ଷେତ୍ରରେ ମହିଳା ଓ ପୁରୁଷ କର୍ମଚାରୀଙ୍କ ମଧ୍ୟରେ ଭୂମିକା ବଣ୍ଟନରେ ପାର୍ଥକ୍ୟ, କ୍ୟାରିୟର ଅଗ୍ରଗତି ପାଇଁ ପ୍ରତିବନ୍ଧକ ଦେଖିବାକୁ ମିଳୁଛି ।
ପ୍ରମୁଖ କ୍ଷେତ୍ରରେ ଆବଶ୍ୟକ ଟେକନିକ ଦକ୍ଷତା:-
ଆର୍ଥିକ ବର୍ଷ 2024-25 ରେ ପ୍ରତିଯୋଗିତା ବଜାୟ ରଖିବାକୁ ସଂଗଠନଗୁଡିକ ନିଶ୍ଚିତ ଭାବରେ ପ୍ରମୁଖ ପ୍ରଯୁକ୍ତିବିଦ୍ୟା ଦକ୍ଷତା ଗ୍ରହଣ କରିବେ । କ୍ଲାଉଡ କମ୍ପ୍ୟୁଟିଂ, ଏଆଇ ଏବଂ ଡାଟା ଆନାଲିଟିକ୍ସକୁ ମାଷ୍ଟର କରିବା ଜରୁରୀ ଅଟେ । ଏହି କୌଶଳଗୁଡିକ ଗ୍ରହଣ କରିବା ଦ୍ବାରା ସଂଗଠନଗୁଡ଼ିକୁ ଉଦୀୟମାନ ପ୍ରଯୁକ୍ତିର ଲାଭ ଉଠାଇବାକୁ, ପ୍ରକ୍ରିୟାଗୁଡ଼ିକୁ ଅପ୍ଟିମାଇଜ୍ କରିବାକୁ ଏବଂ ଖର୍ଚ୍ଚ ସଞ୍ଚୟ କରିବାରେ ସାହାଯ୍ୟ କରେ । ଏଥିଲାଗି କମ୍ପାନୀ ଦକ୍ଷତାପୂର୍ଣ୍ଣ କର୍ମଚାରୀଙ୍କ ପ୍ରତି ଆକର୍ଷିତ ହୋଇପାରେ ।
IT ଉଦ୍ୟୋଗ ରାଜସ୍ବ:-
ଭାରତ ପ୍ରଯୁକ୍ତିବିଦ୍ୟା ଉଦ୍ୟୋଗରେ 2026 ସୁଦ୍ଧା 350 ବିଲିୟନ ଡଲାର ରାଜସ୍ବକୁ ଅତିକ୍ରମ କରିପାରେ । ଯେଉଁଥିରେ ଆର୍ଥିକ ବର୍ଷ 2025 ସୁଦ୍ଧା 5.8 ମିଲିୟନ କର୍ମଚାରୀ ରହିବେ । କ୍ଲାଉଡ କମ୍ପ୍ୟୁଟିଂ ଓ ସାଇବର ସୁରକ୍ଷା କ୍ଷେତ୍ରରେ ଆକର୍ଷଣୀୟ ବେତନ ପ୍ରଦାନ କରୁଛନ୍ତି । ଶୀର୍ଷ କୌଶଳ ମଧ୍ୟରେ ଏନଏଲପି, ଡେଟା ମାଇନିଂ, ବିଆଇ, ନେଟୱର୍କ ସୁରକ୍ଷା ଓ କ୍ଲାଉଡ ପ୍ଲାଟଫର୍ମ ସାମିଲ ।
ଏହା ବି ପଢନ୍ତୁ- ଶୀଘ୍ର ଶିଖନ୍ତୁ AI; ଦେଶରେ 3ବର୍ଷରେ ଦରକାର ପଡ଼ିବେ 12ଲକ୍ଷ ଏଆଇ ପ୍ରଫେସନାଲ