ETV Bharat / technology

ହ୍ବାଟ୍ସଆପରେ ଭୁଲରେ ବି କରନ୍ତୁନି ଏହି 3 ମେସେଜର ରିପ୍ଲାଏ; ଆକାଉଣ୍ଟ ହୋଇଯିବ ଖାଲି - WhatsApp New Scam Alert

author img

By ETV Bharat Tech Team

Published : Sep 1, 2024, 2:39 PM IST

WHATSAPP NEW SCAM ALERT: ଏବେ ହ୍ବାଟ୍ସଆପ ମାଧ୍ୟମରେ ଟଙ୍କା ଠକିବାକୁ ଦୁର୍ବୃତ୍ତମାନେ ଉପାୟ ବାଛିଛନ୍ତି । ଏପରି କିଛି ମେସେଜ କରୁଛନ୍ତି ଯାହାକୁ ସାଧାରଣ ଲୋକଟିଏ ବୁଝିବା ମୁସ୍କିଲ ହୋଇପଡୁଛି । ଆଉ ଏହା ଠକେଇ ସମ୍ବନ୍ଧୀୟ ମେସେଜ ବୁଝିବା ବେଳକୁ ଆକାଉଣ୍ଟରୁ ଗାଏବ ହୋଇଯାଉଛି ଟଙ୍କା । ସ୍କାମରଙ୍କ ଏପରି ମେସେଜରୁ ନିଜକୁ ସତର୍କ ରଖନ୍ତୁ...

WHATSAPP NEW SCAM ALERT
WHATSAPP NEW SCAM ALERT (ETV Bharat Tech Team)

ହାଇଦ୍ରାବାଦ: ଭାରତରେ ଠକେଇ କରୁଥିବା ଦୁର୍ବୃତ୍ତ ଏବେ ହ୍ବାଟ୍ସଆପର ରାସ୍ତା ବାଛିଛନ୍ତି । ଦୁର୍ବୃତ୍ତମାନେ ପ୍ରତି ଥର ଠକେଇର ନୂଆ ନୂଆ ଉପାୟ ବାଛୁଛନ୍ତି । ଏହି ଉପାୟଗୁଡ଼ିକ ଏତେ ଚତୁରତାର ସହିତ କରାଯାଏ କି ଜଣେ ସାଧାରଣ ଲୋକ ଏହା ବୁଝିପାରିନଥାଏ । ଆଉ ବୁଝିଲା ବେଳକୁ ତାର କଷ୍ଟ ଅର୍ଜିତ ଧନ ଗାଏବ ହୋଇଯାଇଥାଏ । ଠକମାନେ ସର୍ବଦା ଲୋକଙ୍କ ଗୋଟିଏ ଭୁଲକୁ ଚାହିଁବସିଥାନ୍ତି । ବିଭିନ୍ନ ପ୍ରକାର କାର୍ଯ୍ୟ ଲାଗି ହ୍ବାଟ୍ସଆପର ବ୍ୟବହାର ବହୁଳ ମାତ୍ରାରେ ହେଉଥିବାରୁ ଠକେଇ ଲାଗି ଦୁର୍ବୃତ୍ତ ଏବେ ଏହି ରାସ୍ତା ବାଛିଛନ୍ତି ।

WHATSAPP NEW SCAM ALERT
WHATSAPP NEW SCAM ALERT (File Photo)

ଚାଲନ୍ତୁ ଆମେ ଆପଣଙ୍କୁ ହ୍ବାଟ୍ସିଆପ ସହ ଜଡ଼ିତ ଏପରି କିଛି ସ୍କାମ ସମ୍ପର୍କରେ କହିବୁ, ଯେଉଁଥିରୁ ଆପଣଙ୍କୁ ସତର୍କ ରହିବା ନିହାତି ଆବଶ୍ୟକ । ଯଦି ଆପଣଙ୍କ ହ୍ବାଟ୍ସଆପରେ କେତେବେଳେ ଏପରି ମେସେଜ ଆସୁଛି, ତେବେ ଭୁଲରେ ବି ଏହାର ରିପ୍ଲାଏ କରନ୍ତୁ ନାହିଁ କି କୌଣସି ଲିଙ୍କ ଉପରେ କ୍ଲିକ କରନ୍ତୁ ନାହିଁ । ନଚେତ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଆଖି ପିଛୁଳାକେ ଟଙ୍କା ଉଡ଼ିଯିବ ।

ଲଟେରୀ ଜିତିବା ଅଫର:-

ଏବେ ଦୁର୍ବୃତ୍ତମାନେ ଅଲଗା ଅଲଗା ନମ୍ବରରୁ ଲୋକଙ୍କୁ ହ୍ବାଟ୍ସଆପରେ ମେସେଜ କରୁଛନ୍ତି । ଏଥିରେ ଲଟେରୀ ଜିତିବାର ଅଫର ଦେଉଛନ୍ତି । ଏହି ମେସେଜରେ ଠକମାନେ ଆପଣଙ୍କ ପୁରସ୍କାର ରାଶି ନେବାକୁ କିଛି ଅର୍ଥ ଦେବାକୁ କହିବେ । ବେଳେବେଳେ ଲଟେରୀ ଟଙ୍କା ନେବା ଲାଗି ଏହା ସହିତ ଏକ ଲିଙ୍କ ପଠାଇ ସେଥିରେ କ୍ଲିକ କରିବାକୁ କହିବେ । ସେତେବେଳେ ଆପଣ ବୁଝିଯାଆନ୍ତୁ, ଏହା ଫେକ ମେସେଜ । କୌଣସି ସତ ଲଟେରୀ କମ୍ପାନୀ ଆପଣଙ୍କୁ ପୁରସ୍କାର ରାଶି ନେବା ଲାଗି ଆପଣଙ୍କୁ ଅତିରିକ୍ତ ଟଙ୍କା ମାଗିବ ନାହିଁ । ଏହାସହିତ କୌଣସି ଲିଙ୍କ ଉପରେ ମଧ୍ୟ କ୍ଲିକ କରିବାକୁ କହିବେ ନାହିଁ ।

ଚାକିରି ଦେବା ଅଫର:-

ସ୍କାମରମାନେ ଲୋକଙ୍କୁ ଚାକିରି ଦେବା କଥା କହି ଲୋକଙ୍କୁ ଲୁଟିବା ପାଇଁ ଆଉ ଏକ ଉପାୟ ବାଛିଛନ୍ତି । ବାସ୍ତବରେ ସେମାନେ ଆପଣଙ୍କୁ ହ୍ବାଟ୍ସଆପରେ ପାର୍ଟ ଟାଇମ୍ କିମ୍ବା ଫୁଲ୍ ଟାଇମ୍ ଚାକିରି ପ୍ରଦାନ କରନ୍ତି ଏବଂ ଏହି ଚାକିରି ମାଧ୍ୟମରେ ଆପଣଙ୍କୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବାକୁ ପ୍ରଲୋଭିତ କରନ୍ତି । ଏହି ମେସେଜଗୁଡିକରେ ଆପଣଙ୍କୁ ଏକ ଲିଙ୍କ୍ ଦିଆଯାଇଥିବ, ଯେଉଁଥିରେ କ୍ଲିକ୍ କରି ଆପଣଙ୍କୁ ଏକ ଆପ୍ ଡାଉନଲୋଡ୍ କରିବାକୁ କୁହାଯାଏ । ଏହି ଆପଗୁଡିକ ଆପଣଙ୍କ ଫୋନରେ ଭାଇରସ୍ ସୃଷ୍ଟି କରିଥାଏ, ଯାହା ଦ୍ବାରା ସ୍କାମରମାନେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରୁ ସହଜରେ ଟଙ୍କା ଉଠାଇ ପାରିବେ କିମ୍ବା ସେମାନେ ଏହି ଆପ୍ ମାଧ୍ୟମରେ ଆପଣଙ୍କ ବ୍ୟକ୍ତିଗତ ସୂଚନାକୁ ମଧ୍ୟ ସହଜରେ ସଂଗ୍ରହ କରିପାରିବେ ।

WHATSAPP NEW SCAM ALERT
WHATSAPP NEW SCAM ALERT (File Photo)

ବିଜୁଳି ସଂଯୋଗ କାଟିବା ମେସେଜ:-

ଆପଣଙ୍କ ବିଦ୍ୟୁତ୍ ସଂଯୋଗ ଖୁବଶୀଘ୍ର କାଟି ଦିଆଯିବ କାରଣ ଆପଣ ବିଲ୍ ପୈଠ କରିନାହାଁନ୍ତି । ଆଉ ଏହି ମେସେଜରେ ବି ଆପଣଙ୍କୁ ଏକ ଲିଙ୍କ୍ ଦିଆଯାଇଥିବ, ଯେଉଁଥିରେ କ୍ଲିକ୍ କରି ଆପଣଙ୍କୁ ବିଲ୍ ଦେବାକୁ କୁହାଯାଇଥିବ । ଏହା ଏକ ସମ୍ପୂର୍ଣ୍ଣ ନକଲି ମେସେଜ । ବିଦ୍ୟୁତ୍ କମ୍ପାନୀଗୁଡିକ ଏହିପରି ମେସେଜ କେବେ ବି ପଠାନ୍ତି ନାହିଁ । ଏହିପରି ଲିଙ୍କଗୁଡିକ ଉପରେ କ୍ଲିକ୍ କରି ସ୍କାମରମାନେ ଆପଣଙ୍କର ସମସ୍ତ କଷ୍ଟ ଅର୍ଜିତ ଧନକୁ ଆପଣଙ୍କ ବ୍ୟାଙ୍କରୁ ଗାଏବ ହୋଇଯାଇପାରେ । ଏଣୁ ଏପରି ମେସେଜ ଉପରେ ବିଶ୍ବାସ ନ କରି, ଇଲେକ୍ଟ୍ରିକ ଅଫିସରେ ବୁଝିବା ଆବଶ୍ୟକ ।

ଯଦି ଏପରି ମେସେଜ ଆସୁଛି ତେବେ କଣ କରିବେ ?

  • ଯଦି ଆପଣଙ୍କୁ ଅଜଣା ନମ୍ବରରୁ ଏପରି ମେସେଜ ଆସୁଛି, ତେବେ ଏହାର ଆଦୌ ଉତ୍ତର ଦିଅନ୍ତୁ ନାହିଁ ।
  • ଏପରି ମେସେଜରେ ଆପଣଙ୍କୁ କୌଣସି ଲିଙ୍କ ଉପରେ କ୍ଲିକ କରିବାକୁ କୁହାଯାଏ, ଭୁଲରେ ବି ଏହି ଲିଙ୍କ ଉପରେ କ୍ଲିକ କରନ୍ତୁ ନାହିଁ ।
  • ଯଦି ଆପଣଙ୍କୁ ବାରମ୍ବାର ଏପରି ମେସେଜ ଆସୁଛି, ତେବେ ଏ ସମ୍ପର୍କରେ ନିଜ ପରିବାର ବର୍ଗ ଓ ବନ୍ଧୁ ପରିଜନଙ୍କୁ ଜଣାନ୍ତୁ , ଯାହାଦ୍ବାରା ସେମାନେ ମଧ୍ୟ ଏପରି ଠକେଇରୁ ବର୍ତ୍ତିପାରିବେ ।
  • ଫୋନରେ ଆପଣ ଭଲ ଆଣ୍ଟି-ଭାଇରସ ସଫ୍ଟୱେର ଇନଷ୍ଟଲ କରିପାରିବେ ଏବଂ ଏହାକୁ ମଝିରେ ମଝିରେ ଅପଡେଟ କରିପାରିବେ ।
  • ଗୁଗଲ ପ୍ଲେ ଷ୍ଟୋର ଯାଇ ପ୍ଲେ ପ୍ରୋଟେକ୍ସକୁ ଅନ୍‌ କରିବାକୁ ଆଦୌ ଭୁଲନ୍ତୁ ନାହିଁ, ଏହା କରିବା ଦ୍ବାରା ଆପଣଙ୍କ ମୋବାଇଲରେ ଥିବା ନକଲି ଆପ୍‌ ସମ୍ପର୍କରେ ଆପଣ ଆଲର୍ଟ ରହିପାରିବେ ।

ଏହା ବି ପଢନ୍ତୁ- ଏଣିକି 5ଜଣ ଚଲାଇପାରିବେ ଗୋଟିଏ UPI; ନୂଆ ଫିଚର୍ସ ଆଣିଲା Google Pay

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.