ETV Bharat / technology

କଣ ଆଉ ରହିବନି ପ୍ରାଇଭେସି ? ଆସୁଛି WhatsAppର ନୂଆ ଫିଚର

ଲୋକପ୍ରିୟ ମେସେଜିଂ ଆପ୍‌ ହ୍ବାଟ୍ସଆପ ଖୁବଶୀଘ୍ର ଏକ ନୂଆ ଫିଚର ଆଣିବାକୁ ଯାଉଛି। ଯେଉଁଥିରେ ମେଟା ଏଆଇ ଚାଟବଟ୍‌ରେ ଚାଟ୍‌ ମେମୋରି ଫିଚର ଯୋଡ଼ି ହେବ । ଅଧିକ ପଢନ୍ତୁ

author img

By ETV Bharat Tech Team

Published : 4 hours ago

WHATSAPP NEW FEATURE
WHATSAPP NEW FEATURE (Photo- Meta)

ହାଇଦ୍ରାବାଦ: ଦେଶରେ ବେଶ ଲୋକପ୍ରିୟ ମେସେଜିଂ ଆପ୍ ହ୍ବାଟ୍ସଆପ୍ ଜୁନ୍ 2024ରେ ମେଟା AI ନାମକ ଏକ AI ଚାଳିତ ଚାଟବଟ୍ ଲଞ୍ଚ କରିଥିଲା ଯାହାର ଅନେକ ଉନ୍ନତ ସୁବିଧା ରହିଛି । ଗତ କିଛି ମାସ ମଧ୍ୟରେ ଚାଟବଟ୍‌ର ସୁବିଧା ଓ ଫିଚରକୁ ଉପଭୋକ୍ତାମାନଙ୍କ ପାଇଁ ଅଧିକ ଉପଯୋଗୀ କରିବା ପାଇଁ କମ୍ପାନୀ କାର୍ଯ୍ୟ କରୁଛି । ନିକଟରେ ହୋଇଥିବା ଏକ ରିପୋର୍ଟରେ ହ୍ବାଟ୍ସଆପ୍ ମେଟା ଏଆଇ ପାଇଁ ଏକ ନୂତନ ଚାଟ୍ ମେମୋରି ଫିଚର ପରୀକ୍ଷା କରିବାକୁ ସୂଚନା ଦେଇଛି ଯାହା ଚାଟବଟକୁ ଅତୀତର ବାର୍ତ୍ତାଳାପ (Chat History)କୁ ଷ୍ଟୋର କରି ରଖିବାକୁ ଅନୁମତି ଦେବ । ଏହି ନୂତନ ମେଟା AI ଫିଚର କିପରି କାମ କରିବ ଜାଣନ୍ତୁ ।

Meta AI ପାଇଁ ହ୍ବାଟ୍ସଆପ ଚାଟ୍‌ ମେମୋରି ଫିଚର:-

WABetaInfoର ଏକ ରିପୋର୍ଟ ଅନୁଯାୟୀ ଅଧିକ ବ୍ୟକ୍ତିଗତ ଅଭିଜ୍ଞତା ପ୍ରଦାନ କରିବାକୁ ହ୍ବାଟ୍ସଆପଏକ ନୂତନ AI ଚାଳିତ ଫିଚର ବିକଶିତ କରୁଛି । ଏହି ଫିଚରକୁ 'ଚାଟ୍ ମେମୋରି' ନାମ ଦିଆଯାଇଛି, ଯାହା ମେଟା AIକୁ ଅତୀତର ବାର୍ତ୍ତାଳାପ ବା ଚାଟ୍‌କୁ ସଂରକ୍ଷଣ ରଖିବାକୁ ଅନୁମତି ଦେବ । ଏହି ଫିଚର ଉପଭୋକ୍ତାମାନଙ୍କୁ କିଛି ଚାଟ୍ ସୂଚନା ଯେପରିକି ବ୍ୟକ୍ତିଗତ ବିବରଣୀ, ଜନ୍ମଦିନ, କାର୍ଯ୍ୟସୂଚୀ ଆଦି ମେଟା AI ସହିତ ସଂରକ୍ଷିତ କରିବାକୁ ସକ୍ଷମ କରିବ ବୋଲି ଆଶା କରାଯାଉଛି ।

ରିପୋର୍ଟରେ କୁହାଯାଇଛି ଯେ ମେଟା ଏଆଇ ପରାମର୍ଶ କିମ୍ବା ମତାମତ ପ୍ରଦାନ କରିପାରିବ ଯାହା ଉପଭୋକ୍ତାଙ୍କର ପସନ୍ଦ ଏବଂ ଜୀବନଶୈଳୀ ସହିତ ସମାନ । ଏଥିଲାଗି ମେଟା AI ପାଇଁ ହ୍ବାଟ୍ସଆପ୍ ଚାଟ୍ ମେମୋରି ଫିଚର ୟୁଜରକୁ ପୂର୍ବ ଚାଟ୍‌ର ସୂଚନା ପ୍ରଦାନ କରିବ । ଯାହାଦ୍ବାରା ୟୁଜର ଚାଟବଟ୍‌ ସହିତ ଏକ ପ୍ରାସଙ୍ଗିକ, ଅଧିକ ବ୍ୟକ୍ତିଗତ ଏବଂ ପ୍ରାକୃତିକ ବାର୍ତ୍ତାଳାପ କରିବାର ଅଭିଜ୍ଞତା ପାଇବ । ବର୍ତ୍ତମାନ ଆପଣମାନଙ୍କ ମଧ୍ୟରୁ ଅନେକ ମେଟା ଏଆଇ ଫିଚର ସମ୍ବନ୍ଧରେ ଗୋପନୀୟତା ବିଷୟରେ ଚିନ୍ତିତ ହୋଇପାରନ୍ତି ।

ଏହା ବି ପଢନ୍ତୁ
  1. ନମ୍ବର ସେଭ୍‌ ନକରି କେମିତି ପଠାଇବେ WhatsApp ମେସେଜ; ଜାଣନ୍ତୁ ଟ୍ରିକ୍ସ
  2. ହ୍ବାଟ୍ସଆପ ମେଟା AI ଆଣିଲା ନୂଆ ଫିଚର୍ସ; ଜାଣିଲେ କହିବେ Wow
  3. ଆପଣଙ୍କ ହ୍ବାଟ୍ସଆପ ଆକାଉଣ୍ଟ ଆଉ କିଏ ଚଲଉଥିଲେ କେମିତି ଜାଣିବେ ?

ତେବେ ଆମେ ଆପଣଙ୍କୁ କହି ରଖୁଛି କି ଏହାର ଏକ ନୂତନ ଇଣ୍ଟରଫେସ୍ ହେବାର ଆଶା କରାଯାଉଛି । ଯାହାକି ୟୁଜରଙ୍କୁ କେଉଁ ସୂଚନା ସେଭ୍‌ ହେବ ତାହା ନିୟନ୍ତ୍ରଣ କରିବାକୁ ଅନୁମତି ଦେବ । ଏହି ଇଣ୍ଟରଫେସ୍ ସମ୍ଭବତଃ ୟୁଜରଙ୍କୁ ନୂତନ ପରିବର୍ତ୍ତନ ଏବଂ ଯୋଜନା ସହିତ ସେଭ ତଥ୍ୟ ସୂଚନା ଅପଡେଟ୍ କରିବାକୁ ଅନୁମତି ଦେବ । ଏହାସହ ଉପଭୋକ୍ତାମାନେ ସେଭ ଚାଟ୍‌କୁ ହଟାଇବାକୁ ମଧ୍ୟ ଅପସନ ପାଇବେ ।

ଏବେ ମେଟା AIର ଚାଟ୍ ମେମୋରି ଫିଚର ବିକାଶ କରାଯାଉଛି ଏବଂ ଭବିଷ୍ୟତର ଅପଡେଟ ଦ୍ବାରା ଏହାର ବ୍ୟବହାର ଆରମ୍ଭ ହୋଇପାରେ । ଏହି ନୂତନ AI ଚାଳିତ ଫିଚର ବ୍ୟତୀତ ହ୍ବାଟ୍ସଆପ୍ ଅଧିକ ଅନ୍ତର୍ନିହିତ ଚାଟ୍‌ ପାଇଁ ଏକ ଭଏସ୍ ଚାଟ୍ ମୋଡ୍ ଫିଚର ଉପରେ ମଧ୍ୟ କାମ କରୁଛି । ଆଗାମୀ ଆପ୍ ଅପଡେଟ୍ ଚାଟ୍ ମେମୋରି ଫିଚର ଏବଂ ଭଏସ୍ ଚାଟ୍ ମୋଡ୍ ପରି ଅନେକ ନୂତନ ରୋମାଞ୍ଚକର ଫିଚର ଆଣିପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.