ETV Bharat / technology

ହ୍ବାଟ୍ସଆପ ମେଟା AI ଆଣିଲା ନୂଆ ଫିଚର୍ସ; ଜାଣିଲେ କହିବେ Wow - Meta AI Introduces 3 New Features - META AI INTRODUCES 3 NEW FEATURES

WhatsApp Meta AI Features: ଲୋକପ୍ରିୟ ମେସେଜିଂ ଆପ୍‌ ହ୍ବାଟ୍ସଆପ୍‌ କିଛି ନୂଆ ଫିଚର୍ସ ଆଣିଛି । ଏ ନେଇ ନିଜର ବ୍ଲଗ ପୋଷ୍ଟରେ ଆପ୍‌ ପକ୍ଷରୁ ସୂଚନା ଦିଆଯାଇଚି । ନୂଆ ଫିଚର୍ସର ଡେମୋ ସ୍ବରୂପ କିଛି ଫଟୋ ସେୟାର କରାଯାଇଛି । ଏହି ନୂଆ ଫିଚର୍ସ କିପରି ୟୁଜରଙ୍କ କାମରେ ଆସିବ ଜାଣନ୍ତୁ...

WhatsApp Meta AI Features
WhatsApp Meta AI Features (WhatsApp)
author img

By ETV Bharat Tech Team

Published : Sep 27, 2024, 1:10 PM IST

ହାଇଦ୍ରାବାଦ: ଫେସବୁକର ପ୍ୟାରେଣ୍ଟ କମ୍ପାନୀ ମେଟା AI ଦୌଡ଼ରେ ନିଜକୁ ସାମିଲ କରିଛି । ନିଜ ୟୁଜରଙ୍କୁ ଅଲଗା ଅନୁଭୂତି ପ୍ରଦାନ କରିବା ଲାଗି ଗୋଟିଏ ପରେ ଗୋଟିଏ ନୂଆ ଫିଚର୍‌ ଆଣୁଛି ଆପ୍‌ । ନିକଟରେ ମେଟା ଏଆଇ ଫିଚର ଆସିଥିବା ବେଳେ ଏବେ ଆଉ 3ଟି ଉନ୍ନତ ଫିଚର ଆସିଛି । ଏହି ନୂଆ ଫିଚରରେ ଏଣିକି ୟୁଜର ନିଜ ଅନୁସାରେ ଫଟୋକୁ ଏଡିଟ୍‌ କରିପାରିବେ ।

Real Time Conversations:

  • ରିଅଲ ଟାଇମ କନଭରସେସନରେ ଆପଣ ନିଜ ଭଏସରେ ମେଟା ଏଆଇକୁ ବ୍ୟବହାର କରି କରିପାରିବେ ।
  • ପଚରାଯାଇଥିବା କୌଣସି ପ୍ରଶ୍ନ ସମ୍ପୃକ୍ତ ବିଷୟକୁ ସ୍ପଷ୍ଟ ଭାବରେ ବ୍ୟାଖ୍ୟା କରିବ ।
  • ଏହାର ସାହାଯ୍ୟରେ ଆପଣ ପ୍ରତ୍ୟକ୍ଷ ପ୍ରଶ୍ନ ପଚାରିପାରିବେ । ଏହା ଆପଣଙ୍କ ମୁଡକୁ ଦୃଷ୍ଟିରେ ରଖି ଥଟ୍ଟା ମଧ୍ୟ କରିଥାଏ ।
  • ଏହି ଉନ୍ନତ ସଂସ୍କରଣ ତୀବ୍ର ରିପ୍ଲାଏ ଦେଇଥାଏ ।
  • କେବଳ ସେତିକି ନୁହେଁ, ହ୍ବାଟସଆପ୍ ମଧ୍ୟ କହିଛି ଯେ ମେଟା ଏଆଇର ସ୍ବର ପରିବର୍ତ୍ତନ କରିବାର ସମ୍ଭାବନା ଅଛି ।

Questions with photo:

  • ସାଧାରଣତଃ ଯଦି ଆମର କୌଣସି ପ୍ରସଙ୍ଗରେ ସନ୍ଦେହ ଥାଏ ତେବେ ଆମକୁ ମେଟା AI ଚାଟ୍ ଖୋଲିବାକୁ ଏବଂ ଟେକ୍ସଟ୍ ଟାଇପ୍ କରିବାକୁ ପଡିବ ।
  • କିନ୍ତୁ ନୂତନ ଭାବରେ ପରିଚିତ ନୂଆ ଫିଚରରେ ଆପଣ ନିଜେ ଫଟୋ ସହିତ ଉତ୍ତର ପାଇପାରିବେ ।
  • ଏହାର ଅର୍ଥ ଯଦିଓ ଭଏସ୍ କମାଣ୍ଡ୍‌ ପଠାଇବାକୁ ସମୟ ନାହିଁ, ତୁରନ୍ତ ଉତ୍ତର ପାଇବା ପାଇଁ ଆପଣ ଫଟୋ ସହିତ ଏକ ପ୍ରଶ୍ନ ମଧ୍ୟ ପଚାରିପାରିବେ ।
  • ଉଦାହରଣ ସ୍ବରୂପ, ଧରାଯାଉ ଆପଣଙ୍କର ନିକଟରେ ଥିବା ଫଟୋ ଅଛି ଯେଉଁଥିରେ କିଛି ଅନ୍ୟ ଭାଷାରେ ଲେଖାହୋଇଛି ।
  • ଏପରି ପରିସ୍ଥିତିରେ ଆପଣ ଫଟୋ ପଠାଇ ଏହାର ଅର୍ଥ ପଚାରିପାରିବେ ।
  • ଏହା ତୁରନ୍ତ ଆପଣ ଆବଶ୍ୟକ କରୁଥିବା ସମସ୍ତ ସୂଚନା ପ୍ରଦାନ କରିବ ।
Also Read: ଆପଣଙ୍କ ହ୍ବାଟ୍ସଆପ ଆକାଉଣ୍ଟ ଆଉ କିଏ ଚଲଉଥିଲେ କେମିତି ଜାଣିବେ ? - WhatsApp Security

Photo editing facility:

  • ମେଟା ପକ୍ଷରୁ ଆଉ ଏକ ନୂଆ ଫିଚର ହେଉଛି ଫଟୋ ଏଡିଟିଂ ଅପସନ ।
  • ଏହି ଫିଚରକୁ ବ୍ୟବହାର କରି ଆପଣ ନିଜ ପସନ୍ଦ ମୁତାବକ ଫଟୋକୁ ଏଡ଼ିଟ କରିପାରିବେ ।
  • ଯଦି ଆପଣ କୌଣସି ଫଟୋ ପଠାନ୍ତି ଏବଂ ଏଥିରେ ଥିବା ରଙ୍ଗ ପରିବର୍ତ୍ତନ କରିବାକୁ ନିର୍ଦ୍ଦେଶ ଦିଅନ୍ତି, ତେବେ ଏହା ବଦଳିଯିବ ।
  • ଏହା ବ୍ୟତୀତ ଏହା ବ୍ୟାକଗ୍ରାଉଣ୍ଡରେ ଥିବା ଲୋକଙ୍କୁ ମଧ୍ୟ ହଟାଇ ପାରିବ ।
  • ଏହି ଫିଚର ସହିତ, ଫଟୋ ଏଡିଟିଂ ପାଇଁ ଅନ୍ୟ ପ୍ଲାଟଫର୍ମ ବ୍ୟବହାର କରିବାର କୌଣସି ଆବଶ୍ୟକତା ନାହିଁ ।
  • ଏହି ଫିଚର ବର୍ତ୍ତମାନ ପରୀକ୍ଷଣରେ ଅଛି ।
  • ଶୀଘ୍ର ଏହା ସମସ୍ତଙ୍କ ପାଇଁ ଉପଲବ୍ଧ ହେବ ।
Also Read: ନିର୍ଦ୍ଦିଷ୍ଟ ହ୍ବାଟ୍ସଆପ୍‌ ଚାଟ୍‌ କେମିତି Hide କରିବେ; ଜାଣିପାରିବେନି କେହି - WhatsApp chats hide Tricks

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.