ETV Bharat / technology

ଦେଢଘଣ୍ଟା ଠପ୍ ହୋଇଗଲା ହ୍ବାଟ୍ସଆପ, ସମସ୍ୟା ଭୋଗିଲେ ୟୁଜର୍ସ - Whatsapp Instagram down - WHATSAPP INSTAGRAM DOWN

Whatsapp Instagram Down: ପ୍ରାୟ ଦେଢ ଘଣ୍ଟା ପରେ ସ୍ବାଭାବିକ ହେଲା ହ୍ବାଟ୍ସଆପ ଇନଷ୍ଟାଗ୍ରାମ । ପ୍ରତି ମାସରେ ସମସ୍ୟା ହେଉଥିବା ନେଇ ଅଭିଯୋଗ କଲେ ୟୁଜର୍ସ । ଅଧିକ ପଢନ୍ତୁ

Whatsapp Instagram Down
Whatsapp Instagram Down
author img

By ETV Bharat Odisha Team

Published : Apr 4, 2024, 10:48 AM IST

ହାଇଦ୍ରାବାଦ: ବୁଧବାର ହଠାତ ଡାଉନ ହୋଇଯାଇଥିଲା ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ବାଟ୍ସଆପ ଏବଂ ଇନଷ୍ଟାଗ୍ରାମ । ଏହାକୁ ନେଇ ୟୁଜର୍ସଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ପ୍ରାୟ 1 ଲକ୍ଷ 80 ହଜାରରୁ ଅଧିକ ୟୁଜର୍ସ ଆଉଟେଜକୁ ନେଇ ଅଭିଯୋଗ କରିଥିଲେ । ଦେଢ ଘଣ୍ଟା କାଳ ଏଭଳି ସମସ୍ୟା ଭୋଗିବା ପରେ ସ୍ବାଭାବିକ ହୋଇଥାଏ । ହ୍ବାଟ୍ସଆପ ୟୁଜର୍ସ ମେସେଜ ସେଣ୍ଡ କରିବାରେ ସମସ୍ୟାର ସମ୍ମୁଖୀନ ହୋଇଥିବା ବେଳେ ଇନଷ୍ଟାଗ୍ରାମ ୟୁଜର୍ସ ଷ୍ଟୋରୀ ଦେଖିବାରେ ସମସ୍ୟାର ସମ୍ମୁଖୀନ ହୋଇଥିଲେ ।

ସୂଚନା ଅନୁସାରେ, ରାତି ପ୍ରାୟ 11ଟା 45 ମିନିଟ ସମୟରେ ଏହି ସମସ୍ୟାର ସମ୍ମୁଖୀନ ହୋଇଥିଲେ ୟୁଜର୍ସ । ତେବେ ହ୍ବାଟ୍ସଆପ ଡାଉନ ହେବା ପରେ ଏକ ଟ୍ବିଟ କରି କମ୍ପାନୀ ପକ୍ଷରୁ ମଧ୍ୟ ସୂଚନା ଦିଆଯାଇଥିଲା । ଟ୍ବିଟରେ କୁହାଯାଇଥିଲା, "ଆମେ ଜାଣିଛୁ ବିଶ୍ବରେ ଅନେକ ଲୋକ ଏହି ଡାଉନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସମସ୍ୟାର ସମାଧାନ ପାଇଁ ଆମେ କାର୍ଯ୍ୟ କରୁଛୁ । ଆମେ ଯଥାଶୀଘ୍ର ଏହାର ସମାଧାନ ପାଇଁ କାର୍ଯ୍ୟ କରିବୁ । ଯେଉଁଥିପାଇଁ ଲୋକମାନେ ଏହି ସମସ୍ୟା ଭୋଗିବେ ନାହିଁ । " ତେବେ ପ୍ରତିମାସରେ ସର୍ଭର ଡାଉନ ହେଉଥିବା ନେଇ ୟୁଜର୍ସମାନେ ଅଭିଯୋଗ କରିଛନ୍ତି । ତେବେ ହ୍ବାଟ୍ସଆପ ସ୍ବାଭାବିକ ହେବା ପରେ କମ୍ପାନୀ ପକ୍ଷରୁ ଏକ ଟ୍ବିଟ କରି ସୂଚନା ଦିଆଯାଇଥିଲା । ଆମେ ଫେରିଲୁ ବର୍ତ୍ତମାନ ଖୁସିରେ ଚାଟ୍ କରନ୍ତୁ ବୋଲି କୁହାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: Instagram Outage: ସ୍ବାଭାବିକ ହେଲା ଇନଷ୍ଟାଗ୍ରାମ, 1 ଲକ୍ଷ 80 ହଜାର ୟୁଜର୍ସ କରିଥିଲେ ଅଭିଯୋଗ

ହ୍ବାଟ୍ସଆପ ହଠାତ ଡାଉନ ହେବା କାରଣରୁ ଲୋକମାନେ ଚିନ୍ତିତ ହୋଇପଡିଥିଲେ । ଏକ ୟୁଜର୍ସ ପ୍ରତିକ୍ରିୟା ଦେଇ କହିଛନ୍ତି, ହ୍ବାଟ୍ସଆପରେ ଫଟୋ ଭିଡିଓ ତ ଦୂରର କଥା ମେସେଜ ପଠାଇବାରେ ମଧ୍ୟ ସମସ୍ୟା ହେଉଛି । ହ୍ବାଟ୍ସଆପ ଡାଉନ ହେବା କାରଣରୁ ସାରା ବିଶ୍ବରେ କୋଟିକୋଟି ୟୁଜର୍ସ ଏହା ଦ୍ବାରା ପ୍ରଭାବିତ ହୋଇଥିଲେ । ମାର୍ଚ୍ଚ 5 ତାରିଖରେ ମେଟାର ସର୍ଭର ଡାଉନ ହୋଇଯାଇଥିଲା । ଏହି ସମୟରେ ମଧ୍ୟରେ ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ଥ୍ରେଡ୍ସର ବ୍ୟବହାରକାରୀଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଲା । ଏହାର ପ୍ରଭାବ ଭାରତ ସମେତ ବିଶ୍ୱର ଅନେକ ଦେଶରେ ଦେଖାଗଲା । ଆକାଉଣ୍ଟ ଅଟୋମେଟିକ ଲଗଆଉଟ ହୋଇଯାଇଥିଲା । ପ୍ରାୟ ଦେଢ ଘଣ୍ଟା ଧରି ଏହି ସମସ୍ୟାର ସମ୍ମୁଖୀନ ହୋଇଥିଲେ ୟୁଜର୍ସ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.