ETV Bharat / technology

ବାରମ୍ବାର ଆପଣଙ୍କ ଫୋନ ହିଟ୍‌ ହୋଇଯାଉଛି କି ? ଶୀଘ୍ର କରନ୍ତୁ ଏହି ସେଟିଂ, ନଚେତ ଘଟିପାରେ ଅଘଟଣ - How To Fix Phone Overheating

author img

By ETV Bharat Tech Team

Published : Sep 4, 2024, 9:10 AM IST

WHAT TO DO IF PHONE OVERHEATS: ଆପଣ ଫୋନ ଫାଟିବା ବା ନିଆଁ ଲାଗିଯିବା ଘଟଣା ଟିଭି ଓ ଖବରକାଗଜରେ ପଢିଥିବେ । ଫୋନ ଗରମ ହୋଇଗଲେ ଏପରି ଅଘଟଣ ଘଟିଥାଏ । ତେବେ ଆପଣଙ୍କ ଫୋନ ଯଦି ଅଳ୍ପ ସମୟ ବ୍ୟବହାର କରିବା ପରେ ତାତି ଯାଉଛି, ତେବେ କରନ୍ତୁନି ଆଦୌ ଅଣଦେଖା । ତୁରନ୍ତ ନିଜ ମୋବାଇଲରେ ଏହି ସେଟିଂ କରନ୍ତୁ...

WHAT TO DO IF PHONE OVERHEATS
WHAT TO DO IF PHONE OVERHEATS (ETV Bharat Tech Team)

ହାଇଦ୍ରାବାଦ: ପ୍ରତିଦିନ ମୋବାଇଲ ବ୍ୟବହାର କରିବା କୌଣସି ଅଭ୍ୟାସ ନୁହେଁ, ବରଂ ସମ୍ପ୍ରତି ଏହା ଏକ ଆବଶ୍ୟକତା ହୋଇଯାଇଛି । କାରଣ ଆମେ ନିଜ ମୋବାଇଲ ଫୋନରେ ଏକାଧିକ କାର୍ଯ୍ୟ କରିପାରୁଛୁ । ଏପରି ସ୍ଥିତିରେ ଫୋନ ତାତିଯିବା ଏକ ବଡ଼ ସମସ୍ୟା ହୋଇପାରେ । ମନରେ ଭୟ ଆସିବା ସହିତ ଆବଶ୍ୟକ ଥିଲେ ବି ଫୋନ ବ୍ୟବହାର କରିବାରୁ ଦୂରେଇ ରହିବାକୁ ପଡ଼େ । ଯଦି ଆପଣଙ୍କ ସହିତ ବି ଏପରି ହେଉଛି ତେବେ ବ୍ୟସ୍ତ ନ ହୋଇ ନିଜ ମୋବାଇଲରେ କିଛି ସେଟିଂ କରନ୍ତୁ । ଫଳରେ ଆପଣ କୌଣସି ବଡ଼ ଅଘଟଣରୁ ବର୍ତ୍ତି ପାରିବେ ।

WHAT TO DO IF PHONE OVERHEATS
WHAT TO DO IF PHONE OVERHEATS (X)
  • ବ୍ଲୁଟୁଥ ବନ୍ଦ କରନ୍ତୁ:- ସ୍ମାର୍ଟୱାଚ ଓ ବ୍ଲୁଟୁଥ ଅଧିକାଂଶ ଲୋକଙ୍କ ସ୍ମାର୍ଟଫୋନରେ ଅନ୍‌ ରହିଥାଏ । ତେବେ ମୋବାଇଲରେ ବ୍ଲୁଟୁଥ ଅନ୍‌ ରହିବା ଦ୍ବାରା ଏହା ଖାଲି ଆପଣଙ୍କ ସ୍ମାର୍ଟୱାଚକୁ ଫୋନ ସହିତ କନେକ୍ଟ କରିନଥାଏ, ବରଂ ଆପଣଙ୍କ ଅଜାଣତରେ ଏହା ପାଖରେ ଥିବା ଡିଭାଇସ ସହିତ ସଂଯୋଗ ହେବାକୁ ଉଦ୍ୟମ କରିଥାଏ । ଫଳରେ ବାରମ୍ବାର ଆପଣଙ୍କ ବ୍ଲୁଟୁଥ ସ୍କାନିଂ ମୋଡକୁ ଚାଲିଯାଏ । ଏହି ପ୍ରକ୍ରିୟାକୁ ବନ୍ଦ କରିବାକୁ ହେଲେ ଆପଣଙ୍କୁ ନିଜ ମୋବାଇଲର ବ୍ଲୁଟୁଥକୁ ଅଫ୍‌ କରିବାକୁ ପଡ଼ିବ । ଯାହାଦ୍ବାରା ଆପଣଙ୍କ ମୋବାଇଲକୁ ରେଷ୍ଟ ମିଳିବା ସହ ଏହା ହିଟ୍‌ ହେବ ନାହିଁ ।
  • ବ୍ରାଇଟନେସ୍‌ କମ ରଖନ୍ତୁ:- ଖରା ଦିନେ ଯେତେବେଳେ ମୋବାଇଲର ବ୍ରାଇଟନେସ୍‌ ଅଧିକ ରହିଥାଏ, ସେତେବେଳେ ମୋବାଇଲ ତାତିଯିବା ଭଳି ସମସ୍ୟା ଦେଖିବାକୁ ମିଳେ । ଏପରି ସ୍ଥିତିରେ ଆପଣ ମୋବାଇଲକୁ ଥଣ୍ଡା ରଖିବା ଲାଗି ବ୍ରାଇଟନେସକୁ କମ କରିବା ଆବଶ୍ୟକ । ଯଦି ଆପଣ ଘର ଭିତରେ ରହୁଛନ୍ତି, ତେବେ ଆବଶ୍ୟକଠାରୁ ମୋବାଇଲ ଫୋନର ବ୍ରାଇଟନେସକୁ ଅଧିକ ରଖିବା ଅନୁଚିତ ।
  • ଫ୍ଲାଇଟ ମୋଡକୁ ଅନ୍‌ କରନ୍ତୁ:- ଯଦି ଆପଣଙ୍କ ମୋବାଇଲ ଅତ୍ୟଧିକ ତାତି ଯାଇଛି, ତେବେ ତୁରନ୍ତ Flight Mode ଅପସନ୍‌କୁ ଅନ୍‌ କରନ୍ତୁ । ବେଳେବେଳେ ଆପଣଙ୍କ ମୋବାଇଲରେ ବ୍ୟାକଗ୍ରାଉଣ୍ଡରେ ଏକାଧିକ ଆପ୍‌ ଚାଲିଥାଏ । ଏଥିଲାଗି ମୋବାଇଲ ଡେଟା ମଧ୍ୟ ଖର୍ଚ୍ଚ ହୋଇଥାଏ । ଏଭଳି ସ୍ଥିତିରେ ଆପଣଙ୍କ ଫୋନ ନିରନ୍ତର ଭାବେ ଚାଲିଥାଏ । ଏଣୁ ଆପଣ ଫ୍ଲାଇଟ ମୋଡରେ ମୋବାଇଲକୁ ରଖିଲେ, ଏହି ଆପ୍‌ କାମ କରିବା ବନ୍ଦ ହୋଇଯାଏ । ଏହାସହିତ ଖାଲି ଆପଣଙ୍କ ଫୋନ ଥଣ୍ଡା ରୁହେ ନାହିଁ, ବରଂ ମୋବାଇଲ ଡେଟା ମଧ୍ୟ ବଞ୍ଚିଯାଏ ।
    ମୋବାଇଲ ଚାର୍ଜିଂ ବେଳେ ବ୍ୟବହାର କରନ୍ତୁ ନାହିଁ
    ମୋବାଇଲ ଚାର୍ଜିଂ ବେଳେ ବ୍ୟବହାର କରନ୍ତୁ ନାହିଁ (X)
  • ଚାର୍ଜିଂ ସମୟରେ ସତର୍କ ରୁହନ୍ତୁ:- କିଛି ଲୋକ ମୋବାଇଲକୁ ଚାର୍ଜରେ ବସାଇବା ସହିତ ଏହାକୁ ବ୍ୟବହାର କରିଥାନ୍ତି । ଏପରି କରିବା ଦ୍ବାରା ମଧ୍ୟ ମୋବାଇଲ ସଙ୍ଗେ ସଙ୍ଗେ ତାତି ଯାଏ । ଯଦି ଏପରି ଆପଣଙ୍କ ସହିତ ହେଉଛି, ତେବେ ଗୋଟିଏ ସମୟରେ ଗୋଟିଏ କାମ କରନ୍ତୁ । ମୋବାଇଲକୁ ଚାର୍ଜ କରିବା ସମୟରେ ଏହାକୁ ବ୍ୟବହାର କରନ୍ତୁନି । ନଚେତ ମୋବାଇଲକୁ ଚାର୍ଜରୁ ହଟାଇ ଏହାକୁ ବ୍ୟବହାର କରନ୍ତୁ ।
    PHONE OVERHEATS
    PHONE OVERHEATS (X)
  • ସ୍ପେଶାଲ ମୋଡର ବ୍ୟବହାର କରନ୍ତୁ:- ପ୍ରାୟ ସମସ୍ତ ଫୋନରେ ୟୁଜରଙ୍କ ଲାଗି ସ୍ପେଶାଲ ମୋଡ ବା ବ୍ୟାଟେରୀ ସେଭିଂ ମୋଡ ( Battery saving mode) ରହିଥାଏ । ଆପଣ ଏହି ମୋଡ୍‌ର ଲାଭ ଉଠାଇପାରିବେ । ଏହାଦ୍ବାରା ଆପଣଙ୍କ ମୋବାଇଲ କମ୍‌ ଚାର୍ଜ ଖର୍ଚ୍ଚ କରିଥାଏ ।

ପଢନ୍ତୁ ଅନ୍ୟ କିଛି ଖବର

ଭୁଲରେ Email ଚାଲିଗଲା କି ? ଏମିତି କରନ୍ତୁ Unsend, ଜାଣିପାରିବେନି ରିସିଭର

25ହଜାର ଭିତରେ କିଣନ୍ତୁ ବେଷ୍ଟ ଗେମିଂ ସ୍ମାର୍ଟଫୋନ; ଗରମ ଚିନ୍ତାକୁ କରନ୍ତୁ ବାଏ ବାଏ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.