ହାଇଦ୍ରାବାଦ: ଦେଶର ପ୍ରମୁଖ ରାଇଡ୍-ହେଲିଂ କମ୍ପାନୀ ଉବର ନିଜ ଗ୍ରାହକଙ୍କ ପାଇଁ ସବସ୍କ୍ରିପସନ ସର୍ଭିସ 'Uber One' ଲଞ୍ଚ କରିଛି । ଏଥିରେ ମାସିକିଆ, 3 ମାସିକିଆ ଓ ବର୍ଷିକିଆ ପ୍ଲାନ ସାମିଲ ଅଛି । କମ୍ପାନୀ ଏପରି ପ୍ଲାନ ଆଣି ଗ୍ରାହକଙ୍କୁ ନିଜ ଆଡକୁ ଆକୃଷ୍ଟ କରିଛି । କମ୍ପାନୀ ଏହି ପ୍ଲାନକୁ ବିଶ୍ବ ସ୍ତରରେ ପୂର୍ବରୁ ଲଞ୍ଚ କରିଥିବା ବେଳେ ଏବେ ଭାରତରେ ଲଞ୍ଚ କରିଛି । ଉବର ୱାନ ପ୍ଲାନ ସହିତ ଏଯାବତ 2.5କୋଟି ଗ୍ରାହକ ଯୋଡ଼ି ହୋଇଛନ୍ତି ।
Zomato Gold ଓ Swiggy One ପରି ଉବର ୱାନ ମଧ୍ୟ ଏକ ସବସ୍କ୍ରିପସନ ବେସଡ୍ ସର୍ଭିସ । ଏହି ପ୍ଲାନ ଗ୍ରାହକଙ୍କୁ ଟ୍ରିପ୍ କ୍ରେଡିଟ୍ ଓ ଡିସକାଉଣ୍ଟ ଭଳି ଅନେକ ଅଫର ପ୍ରଦାନ କରିଥାଏ । କମ୍ପାନୀ ଏହି ସବସ୍କ୍ରିପସନ ପ୍ଲାନ ଲାଗି ଫୁଡ୍-ଡେଲଭିର ପ୍ଲାଟଫର୍ମ Zomato ସହିତ ମଧ୍ୟ ପାର୍ଟନରସିପ୍ କରିଛି । ତେବେ ଏହି ମେମ୍ବରସିପ ନେବା ଲାଗି କେତେ ଟଙ୍କା ଦେବାକୁ ପଡ଼ିବ ଓ ଏହାର କଣ ଲାଭ ଗ୍ରାହକଙ୍କୁ ମିଳିବ ନିମ୍ନରେ ବିସ୍ତୃତ ଭାବରେ ଜାଣିବା ।
Uber One ସବସ୍କ୍ରିପସନ ଦାମ:-
- ଉବର ୱାନ ସବସ୍କ୍ରିପସନ ଭାରତରେ 149ଟଙ୍କାରୁ ଆରମ୍ଭ ହେଉଛି ।
- କମ୍ପାନୀ କିଛି ନିର୍ଦ୍ଦିଷ୍ଟ ସମୟ ଲାଗି ପ୍ରଥମ ମାସିକିଆ ପ୍ଲାନ ଲାଗି 80 ପ୍ରତିଶତ ଡିସକାଉଣ୍ଟ ଦେଉଛି । ଫଳରେ ଗ୍ରାହକ ମାତ୍ର Rs 29.80 ଦେଇ ମାସିକିଆ ମେମ୍ବରସିପ ନେଇପାରିବେ ।
- ଗ୍ରାହକ ମାସିକିଆ, 3 ମାସିକିଆ ଓ ବର୍ଷିକିଆ ସବସ୍କ୍ରିପସନ ପ୍ଲାନ ନେଇପାରିବେ ।
- ଏବେ Uber କେବଳ ମାସିକିଆ ଓ ବର୍ଷିକିଆ ପ୍ଲାନ ଅପସନ ଦେଇଛି ।
- ବର୍ଷିକିଆ ମେମ୍ବରସିପ ନେବା ଲାଗି ଗ୍ରାହକଙ୍କୁ Rs 1499 ଟଙ୍କା ଦେବାକୁ ପଡ଼ିବ ।
- ମାସିକିଆ ବଦଳରେ ବର୍ଷିକିଆ ପ୍ଲାନ ନେଲେ ଗ୍ରାହକ 16ପ୍ରତିଶତ ଟଙ୍କା ବଞ୍ଚାଇପାରିବେ ।
ଏହା ବି ପଢନ୍ତୁ |
Uber Oneରେ କଣ ଲାଭ ?
- ରାଇଟ୍ ଉପରେ 10 ପ୍ରତିଶତ ରିହାତି ମିଳିବ । ଏହା କାର, ଅଟୋ ଓ ବାଇକ ଭଳି ସମସ୍ତ ଉବର ସର୍ଭିସ ଉପରେ ଲାଗୁ ହେବ ।
- ଉବର ୱାନ ସଦସ୍ୟଙ୍କ ଲାଗି ଖୁବଶୀଘ୍ର କଷ୍ଟମର ସପୋର୍ଟ ମିଳିବ ।
- ଏହାସହ ସବସ୍କ୍ରିପସନ କରିଥିବା ୟୁଜରଙ୍କୁ 3ମାସ ପର୍ଯ୍ୟନ୍ତ Zomato ଗୋଲ୍ଡ ସବସ୍କ୍ରିପସନ ମିଳିବ ।
- ଉବର ୱାନ ମେମ୍ବରସିପ ସଦସ୍ୟଙ୍କୁ ଜଲଦି ଡ୍ରାଇଭର ମିଳିବେ ।
କେମିତି Uber One ମେମ୍ବରସିପ୍ କିଣିବେ ?
- Uber କିମ୍ବା Uber Eats ଆପ୍ ଖୋଲନ୍ତୁ ।
- ତଳ ଡାହାଣ ହାତ କୋଣରେ ଆପଣଙ୍କର ଆକାଉଣ୍ଟ୍ ଆଇକନ୍ ଟ୍ୟାପ୍ କରନ୍ତୁ ।
- Uber One ଉପରେ ଟ୍ୟାପ୍ କରନ୍ତୁ ।
- ବେନିଫିଟ୍ସକୁ ସମୀକ୍ଷା କରନ୍ତୁ ।
- Choose Plan ଉପରେ ଟ୍ୟାପ୍ କରନ୍ତୁ ।
- ମାସିକ କିମ୍ବା ବାର୍ଷିକ ଅଫର୍ ଚୟନ କରନ୍ତୁ ।