ETV Bharat / technology

ବିପଦରେ ସୁନୀତା ୱିଲିୟମ୍ସଙ୍କ ସହ କ୍ରୁ-ମେମ୍ବର, ଅନ୍ତରୀକ୍ଷରେ ମିଳିଲା Spacebug - Trouble For Sunita Williams - TROUBLE FOR SUNITA WILLIAMS

Spacebug Detected At Space Station: ଅନ୍ତରୀକ୍ଷ ସ୍ସେସ ଷ୍ଟେସନରୁ ବଡ଼ ଖବର ସାମ୍ନାକୁ ଆସିଛି । ସୁନୀତା ୱିଲିୟମ୍ସଙ୍କ ସହ 8ଜଣ କ୍ରୁ-ମେମ୍ବର ବିପଦରେ ରହିଥିବା ବୈଜ୍ଞାନିକମାନେ ଆକଳନ କରିଛନ୍ତି । ଅଧିକ ପଢନ୍ତୁ

Spacebug Detected At Space Station
Spacebug Detected At Space Station (IIT Madras)
author img

By ETV Bharat Odisha Team

Published : Jun 11, 2024, 10:44 AM IST

ହାଇଦ୍ରାବାଦ: ଅନ୍ତରୀକ୍ଷ ସ୍ସେସ ଷ୍ଟେସନରେ(ISS) ବଡ଼ ସମସ୍ୟା ଉପୁଜିଛି । ଭାରତୀୟ ବଂଶୋଦ୍ଭବ ସୁନୀତା ୱିଲିୟମ୍ସ ଏବଂ ତାଙ୍କ ସାଥିରେ ଥିବା 8 ଜଣ କ୍ରୁ-ସଦସ୍ୟ ଅନ୍ତରୀକ୍ଷରେ ସମସ୍ୟାରେ ଥିବା ଖବର ସାମ୍ନାକୁ ଆସିଛି । ଷ୍ଟେସନ ଭିତରେ ଏକ ସୁପରବଗ ରହିଥିବା ଦେଖାଯାଇଛି । ବୈଜ୍ଞାନିକମାନେ ଏଣ୍ଟେରୋବ୍ୟାକ୍ଟର୍ ବଗାଣ୍ଡେନିସ୍ ନାମକ ଏକ ମଲ୍ଟି ଡ୍ରଗ୍ ପ୍ରତିରୋଧକ ବ୍ୟାକ୍ଟେରିଆ ପାଇଛନ୍ତି । ଏହା ଆଇଏସଏସର ବନ୍ଦ ପରିବେଶରେ ବିକଶିତ ହୋଇଥିବାବେଳେ ଅଧିକ ଶକ୍ତିଶାଳୀ ହୋଇଛି । ଏହା ମଲ୍ଟି ଡ୍ରଗ୍ ପ୍ରତିରୋଧକ ହୋଇଥିବାରୁ ଏହାକୁ ସୁପରବଗ୍ କୁହାଯାଏ । ଏହି ବ୍ୟାକ୍ଟେରିଆ ଶ୍ବସନ ତନ୍ତ୍ରକୁ ସଂକ୍ରମିତ କରିଥାଏ ।

ସୁନୀତା ୱିଲିୟମ୍ସ ଏହଂ ତାଙ୍କ ସହଯୋଗୀ ବୁଚ୍ ୱିଲମୋର ଗତ ଜୁନ୍ 6 ତାରିଖରେ ବୋଇଙ୍ଗ ଷ୍ଟାରଲାଇନର ମହାକାଶଯାନରେ ଅନ୍ତରୀକ୍ଷ ସ୍ପେସ ଷ୍ଟେସନରେ ପହଞ୍ଚିଥିଲେ । ପରୀକ୍ଷଣ ପରେ ପୃଥିବୀକୁ ଫେରିବା ପୂର୍ବରୁ ପୃଥିବୀ-କକ୍ଷପଥ ଲାବୋରେଟୋରୀରେ ଏକ ସପ୍ତାହରୁ ଅଧିକ ସମୟ ଅତିବାହିତ କରିବା ନେଇ ସମୟ ଧାର୍ଯ୍ୟ କରାଯାଇଥିଲା । ତେବେ ସୁପରବଗ୍‌କୁ ନେଇ ନାସା ପକ୍ଷରୁ କୁହାଯାଇଛି ଯେ, ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍(ISS)ରେ ମିଳିଥିବା ବ୍ୟାକ୍ଟେରିଆ E. bugandensisକୁ ନେଇ ଅଧ୍ୟୟନ କରାଯାଇଛି । ତେବେ ଏହି ବ୍ୟାକ୍ଟେରିଆର ଷ୍ଟ୍ରେନ E. Bugandensis ମଲ୍ଟି ଡ୍ରେଗ୍ସ ରେସିଷ୍ଟାଣ୍ଟ ଭାବେ ଜଣାଶୁଣା ।

ଏହା ମଧ୍ୟ ପଢନ୍ତୁ: ଅନ୍ତରୀକ୍ଷ ସ୍ପେସ୍ ଷ୍ଟେସନରେ ପହଞ୍ଚିଲେ ସୁନୀତା; ଘଣ୍ଟି ବଜାଇ କରାଗଲା ସ୍ବାଗତ, ଖୁସିରେ ନାଚିଲେ - Sunita Williams

ଆଇଏସଏସ୍‌ ବିଭିନ୍ନ ଷ୍ଟ୍ରେନରେ ବିଭକ୍ତ । ସେମାନେ ସେମାନଙ୍କର ପୃଥିବୀ ପ୍ରତିପକ୍ଷଙ୍କ ତୁଳନାରେ ଜେନେଟିକ୍ ଏବଂ କାର୍ଯ୍ୟକଳାପରେ ଭିନ୍ନ । E. bugandensis ଅନ୍ୟାନ୍ୟ ଅଣୁଜୀବ ସହିତ ସହ-ବିଦ୍ୟମାନ । କେତେକ କ୍ଷେତ୍ରରେ ଉକ୍ତ ଜୀବମାନଙ୍କୁ ବଞ୍ଚିବାରେ ମଧ୍ୟ ସାହାଯ୍ୟ କରିଥାଏ । ଏହି ବ୍ୟାକ୍ଟେରିଆ ଉପରେ ଜେପିଏଲ ଏବଂ ମାଡ୍ରାସ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ଚେନ୍ନାଇର ପ୍ରଫେସର କାର୍ତ୍ତିକ ରମନଙ୍କ ଏକ ଟିମ୍, ଡିପାର୍ଟମେଣ୍ଟ ଅଫ୍ ଡାଟା ସାଇନ୍ସ, ଡବ୍ଲୁଏସଏଆଇର ଡାକ୍ତର କସ୍ତୁରୀ ଭେଙ୍କେଟେଶ୍ବରମଙ୍କ ଦ୍ବାରା ଅଧ୍ୟୟନ କରାଯାଇଥିଲା । ତେବେ ବର୍ତ୍ତମାନ ଦେଖିବାକୁ ବାକି ରହିଲା ବୈଜ୍ଞାନିକମାନେ ଏନେଇ କଣ ଉପାୟ ବାହାର କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.