ହାଇଦ୍ରାବାଦ: ଆଜି ଲଞ୍ଚ ହୋଇଥାନ୍ତା ସୁନୀତା ୱିଲିୟମ୍ସଙ୍କୁ ଉଦ୍ଧାର କରିବାକୁ ଯାଉଥିବା ସ୍ପେଶକ୍ରାଫ୍ଟ । ଏଥିଲାଗି ସମସ୍ତ ପ୍ରସ୍ତୁତି ମଧ୍ୟ ସରିଥିଲା । ହେଲେ ପୂର୍ବ ଆକଳନ ଅନୁଯାୟୀ ବାତ୍ୟା ସାଜିଲା ବାଧକ । ମେକ୍ସିକୋ ଗଲ୍ଫ ଉପରେ ସୃଷ୍ଟି ହୋଇଥିବା ବାତ୍ୟା 'ହେଲିନ' (Cyclone Helene) ଯୋଗୁଁ ଆଜି ଲଞ୍ଚ ହୋଇପାରିନି ନାସା ଓ SpaceXର କ୍ରୁ-9 ମିଶନ ।
NASA and SpaceX teams have adjusted the next launch opportunity for NASA’s SpaceX #Crew9 mission to @Space_Station for no earlier than 1:17pm ET, Saturday, Sept. 28, from Space Launch Complex 40 due to tropical storm conditions in the area.
— NASA Commercial Crew (@Commercial_Crew) September 24, 2024
More: https://t.co/wekEncArQL pic.twitter.com/TP2I1rtZB7
ପୂର୍ବରୁ ଏହି ମିଶନ ସେପ୍ଟେମ୍ବର 26 ତାରିଖ ରାତି 10ଟା 47ମିନିଟରେ ଲଞ୍ଚ ହେବାକୁ ସମୟ ଧାର୍ଯ୍ୟ କରାଯାଇଥିଲା । ମାତ୍ର ଆଜି ପରିବର୍ତ୍ତେ ଶନିବାର ଏହି ମିଶନ ଲଞ୍ଚ ହେବ । ବାତ୍ୟା ହେଲିନ ଭୀଷଣ ବାତ୍ୟାର ରୂପ ନେଇଥିବାରୁ ଏହି ମିଶନକୁ ଘୁଞ୍ଚାଯାଇଛି । ଏହି ମିଶନର ସ୍ପେଶକ୍ରାଫ୍ଟ କାପେ କାନଭେରାଲରୁ ଲଞ୍ଚ ହେବାର ଥିଲା, ମାତ୍ର ଏଠାରେ ମଧ୍ୟ ବାତ୍ୟାର ପ୍ରଭାବ ପଡ଼ିବାକୁ ଥିବାରୁ ଏହି ମିଶନ ଲଞ୍ଚ ତାରିଖକୁ ଶନିବାରକୁ ଘୁଞ୍ଚାଯାଇଛି ।
Also Read: ଗୁରୁବାର ସୁନୀତାଙ୍କ ରେସ୍କ୍ୟୁ ମିଶନ ଲଞ୍ଚ; ବାଧା ସାଜିପାରେ ବାତ୍ୟା - Sunita rescue mission Launch |
Crew-9, SpaceX, and @NASA completed a full rehearsal of launch day activities ahead of liftoff on Saturday pic.twitter.com/99pcI8rPEq
— SpaceX (@SpaceX) September 25, 2024
ସରିଲା କ୍ରୁ-9ର ରିହରସଲ:-
କ୍ରୁ-9 ମିଶନର ନେତୃତ୍ବ ନେଉଥିବା ନାସା ମହାକାଶଚାରୀ ନିକ୍ ହଗ୍ ଓ ଋଷୀୟ କସମୋନଟ୍ ଆଲେକଜାଣ୍ଡର ମହାକାଶକୁ ଯାତ୍ରା କରି ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନ (ISS)ରେ 5ମାସ ପର୍ଯ୍ୟନ୍ତ ରହିବେ । ଏହି ସ୍ପେଶକ୍ରାଫ୍ଟରେ 4ଟି ସିଟ୍ ଥିବା ବେଳେ 2ଟି ସିଟ୍ ସୁନୀତା ୱିଲିୟମ୍ସ ଓ ତାଙ୍କ ସହଯୋଗୀ ବ୍ୟାରି ୱିଲମୋରଙ୍କ ପାଇଁ ଖାଲି ରହିଛି । ମହାକାଶକୁ 8ଦିନ ପାଇଁ ଯାଇ ଫସିଥିବା ଏହି 2 ମହାକାଶଚାରୀ ଆସନ୍ତା ବର୍ଷ 2025 ଫେବୃଆରୀରେ ପୃଥିବୀକୁ ପ୍ରତ୍ୟାବର୍ତ୍ତନ କରିବେ ।
ସୁନୀତା ଓ ସହଯୋଗୀ ୱିଲମୋର ଜୁନରୁ ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନରେ ଫସି ରହିଛନ୍ତି । ସେମାନେ ମହାକାଶକୁ ଯାଇଥିବା ବୋଇଙ୍ଗ ଷ୍ଟାରଲାଇନର ସ୍ପେଶକ୍ରାଫ୍ଟରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ସେମାନେ ମହାକାଶ ଫେରିପାରିନଥିଲେ । ଏବେ ସେମାନେ କ୍ରୁ-9 ମିଶନ ସହିତ ଆସନ୍ତା ବର୍ଷ ଫେବୃଆରୀରେ ପୃଥିବୀକୁ ଫେରିବେ ।
Our @SpaceX #Crew9 mission to the @Space_Station is targeted to launch Saturday, Sept. 28 at 1:17pm ET (1717 UTC) from Space Launch Complex-40—the first human spaceflight mission to launch from this pad. Watch on our digital channels and NASA+: https://t.co/gr5CFe2JDj pic.twitter.com/CWZ6Kc1jxg
— NASA (@NASA) September 25, 2024
ଏହି ମିଶନ ବିଳମ୍ବ ସତ୍ତ୍ବେ ନାସା ଓ ସ୍ପେଶ ଏକ୍ସ ପକ୍ଷରୁ ଲଞ୍ଚ ଡେ' ରିହରସଲ ଶେଷ ହୋଇଛି । ସ୍ପେଶ ଏକ୍ସର ଡ୍ରାଗନ ସ୍ପେଶକ୍ରାଫ୍ଟ ଓ ଫାଲକନ 9 ରକେଟ ସହିତ ଗତ ମଙ୍ଗଳବାର ରାତିରେ ଏହି ରିହରସଲ ଶେଷ ହୋଇଛି । ଏ ନେଇ ସ୍ପେଶ ଏକ୍ସ X ହ୍ୟାଣ୍ଡେଲରେ ସୂଚନା ଦିଆଯାଇଛି । ବାତ୍ୟାର ଗତିପଥ ଉପର ଉଭୟ ନାସା ଓ ସ୍ପେଶ ଏକ୍ସ ପକ୍ଷରୁ ନଜର ରଖାଯାଇଛି । ପାଗ ଅନୁକୂଳ ହେଲେ ଏହି ମିଶନକୁ ଲଞ୍ଚ କରାଯିବ ।