ETV Bharat / technology

Gyan Netra: ମହାକାଶ ଯାତ୍ରା କଲେ ଶରୀର ଉପରେ କଣ ପ୍ରଭାବ ପଡେ ? ଜାଣନ୍ତୁ - SPACE TRAVEL SIDE EFFECTS

author img

By ETV Bharat Tech Team

Published : Sep 3, 2024, 5:22 PM IST

SPACE TRAVEL SIDE EFFECTS: ୟିଏ କେହି ବି ମହାକାଶକୁ ଯାତ୍ରା କରିପାରିବେ ନାହିଁ । ମହାକାଶକୁ ଯିବା ପୂର୍ବରୁ ମହାକାଶଚାରୀଙ୍କ ଶରୀରକୁ ଯାଞ୍ଚ କରାଯାଏ । ତେବେ ଆପଣ ଜାଣିଛନ୍ତି କି ମହାକାଶ ଯାତ୍ରା କଲେ ରୋଗ ପ୍ରତିରୋଧକ ଶକ୍ତି ଉପରେ ଗଭୀର ପ୍ରଭାବ ପଡ଼ିଥାଏ । ଆଉ କଣ କଣ ହୋଇଥାଏ ଆସନ୍ତୁ ଜାଣିବା...

SPACE TRAVEL SIDE EFFECTS
SPACE TRAVEL SIDE EFFECTS (ETV Bharat Tech Team)

ହାଇଦ୍ରାବାଦ: ମହାକାଶଚାରୀ ମହାକାଶକୁ ଯାତ୍ରା କରିବା ପରେ ସେମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ଉପରେ ଗଭୀର ପ୍ରଭାବ ପଡ଼ିଥାଏ । ଏକଥା ଆମେ କହୁନାହୁଁ, ନିକଟରେ ଏକ ଅଧ୍ୟୟନରୁ ଏହା ଜଣାପଡ଼ିଛି । ଏହି ଯାତ୍ରା ଦ୍ବାରା ଶରୀରରେ ସଂକ୍ରମଣ ବଢିବା ସାଙ୍ଗକୁ ରୋଗ ମଧ୍ୟ ମାଡ଼ି ବସେ । ଗବେଷକଙ୍କ କହିବାନୁସାରେ, ଆଭ୍ୟନ୍ତରୀଣ ଶରୀର ଉପରେ ପ୍ରଭାବ ପଡ଼ିଥାଏ । ଫଳରେ ଶରୀରର ଭିତର ଅଙ୍ଗଗୁଡ଼ିକ କାମ କରିବା ବନ୍ଦ କରିଦେବାରୁ ସଂକ୍ରମଣ ହୋଇଥାଏ ।

ମହାକାଶ ୟାତ୍ରା
ମହାକାଶ ୟାତ୍ରା (@NASA)

ମୂଷାଙ୍କ ଉପରେ ହୋଇଛି ଗବେଷଣା:-

ଏହି ଗବେଷଣାରେ ବୈଜ୍ଞାନିକମାନେ ମୂଷାମାନଙ୍କୁ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍ (ISS)ରେ ପୃଥିବୀ କକ୍ଷପଥରେ ତିନିମାସ ପର୍ଯ୍ୟନ୍ତ ରଖି ଗବେଷଣା କରିଥିଲେ । ଏହି କ୍ରମରେ ସେମାନଙ୍କର ଅନ୍ତନଳୀ ଏବଂ ଯକୃତର ପରିବର୍ତ୍ତନ ଅଧ୍ୟୟନ କରାଯାଇଥିଲା । ବୈଜ୍ଞାନିକମାନେ ଏହି ଜୀବମାନଙ୍କର ଅନ୍ତନଳୀ ଜୀବାଣୁରେ ପରିବର୍ତ୍ତନ ଦେଖିଥିଲେ । ଏହାସହିତ ଯକୃତ ଏବଂ ଅନ୍ତନଳୀ ସହିତ ଜିନ୍‌ରେ ମଧ୍ୟ ଗଡବଡ଼ି ଦେଖିବାକୁ ମିଳିଥିଲା । ଏହି ଅଧ୍ୟନରୁ ଜଣାପଡିଛି ଯେ ମହାକାଶ ଯାତ୍ରା ରୋଗ ପ୍ରତିରୋଧକ ଶକ୍ତି (Immune System)କୁ କ୍ଷତି ପହଞ୍ଚାଇଥାଏ ଏବଂ ମେଟାବୋଲିଜିମ୍ ପରିବର୍ତ୍ତନ କରିଥାଏ ।

ଶ୍ବେତ ରକ୍ତ କଣିକା
ଶ୍ବେତ ରକ୍ତ କଣିକା (X)

କମିଯାଏ ରୋଗ ପ୍ରତିରୋଧକ ଶକ୍ତି:-

ସ୍ପେଶ ମେଡିସିନ (Space Medicine) ପତ୍ରିକାରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଯେଉଁ ମହାକାଶଚାରୀମାନେ ଅଧିକାଂଶ ସମୟ ମହାକାଶରେ ସମୟ ଅତିବାହିତ କରିଥାନ୍ତି ସେମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ପ୍ରଭାବିତ ହୋଇଥାଏ । ଏଥିଲାଗି ମହାକାଶକୁ ଯିବା ପୂର୍ବରୁ ମହାକାଶଚାରୀଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଥିଲା । ମହାକାଶରୁ ଫେରିବା ପରେ ପୁଣି ଥରେ ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା । ସେଥିରୁ ଜଣାପଡ଼ିଛି ଯେ ଉକ୍ତ ମହାକାଶଚାରୀ ମହାକାଶକୁ ଯିବା ପରେ ସେମାନଙ୍କ ଶ୍ବେତ ରକ୍ତ କଣିକା (White Blood Cell) କମିଯାଇଛି । ଯାହାକି ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ନିହାତି ଆବଶ୍ୟକ । ଏହି କୋଷଗୁଡ଼ିକ ମନୁଷ୍ୟ ଶରୀରରେ ରୋଗ ବିରୋଧରେ ଲଢେଇ କରିଥାଏ । ଏଥିଲାଗି ମହାକାଶରେ ମହାକାଶଚାରୀଙ୍କୁ ଥଣ୍ଡା ହୋଇଥାଏ ।

ଇଣ୍ଟରନ୍ୟାସନାଲ ସ୍ପେଶ ଷ୍ଟେସନରେ ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ୱିଲିୟମ୍ସ
ଇଣ୍ଟରନ୍ୟାସନାଲ ସ୍ପେଶ ଷ୍ଟେସନରେ ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ୱିଲିୟମ୍ସ (@NASA)

କଣ କହୁଛନ୍ତି ଗବେଷକ ?

ଗବେଷକ ଡକ୍ଟର ସରାହ ଜୋନ୍ସ (Dr. Sarah Jones)ଙ୍କ କହିଛନ୍ତି, "ଏହା ଉପରେ ଆମକୁ ଗୁରୁତ୍ବାରୋପ କରିବାକୁ ପଡ଼ିବ । କାରଣ କୌଣସି ସ୍ପେଶ ମିଶନ ଲାଗି ମହାକାଶଚାରୀଙ୍କୁ ବହୁ ସମୟ ଧରି ମହାକାଶରେ ଅତିବାହିତ କରିବାକୁ ପଡ଼ିଥାଏ । କିନ୍ତୁ ଏହି ସମୟରେ ସେମାନଙ୍କ ଶରୀର ଉପରେ କୁପ୍ରଭାବ ପଡ଼େ । ଏଥିଲାଗି ମହାକାଶଚାରୀଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଆମକୁ କିଛି ଷ୍ଟ୍ରାଟେଜି ବିକଶିତ କରିବାକୁ ପଡ଼ିବ । ଦୀର୍ଘକାଳୀନ ମିଶନରେ ମହାକାଶଚାରୀମାନେ ଗଲେ ସେମାନେ ଯେପରି ସୁସ୍ଥ ରହିବେ ତାହା ଉପରେ କାମ କରିବାକୁ ପଡ଼ିବ ।"

ମହାକାଶରେ ଭାସମାନ ଅବସ୍ଥାରେ ମହାକାଶଚାରୀ
ମହାକାଶରେ ଭାସମାନ ଅବସ୍ଥାରେ ମହାକାଶଚାରୀ (@NASA)

ମହାକାଶଚାରୀଙ୍କ ଲାଗି ସ୍ବତନ୍ତ୍ର ବ୍ୟାୟାମ:-

ଗବେଷକମାନେ ଏହି ସମସ୍ୟାରୁ ବର୍ତ୍ତିବା ଲାଗି ମହାକାଶରେ ମହାକାଶଚାରୀଙ୍କ ଲାଗି ସ୍ବତନ୍ତ୍ର ଧରଣର ବ୍ୟାୟାମ ସମ୍ପର୍କରେ ଚିନ୍ତା କରୁଛନ୍ତି । ଯାହାକି ସେମାନଙ୍କୁ ସୁସ୍ଥ ରଖିପାରିବ । ମାନବ ଶରୀର ଉପରେ ମାଇକ୍ରୋଗ୍ରାଭିଟିର ପ୍ରଭାବକୁ ସମ୍ପୂର୍ଣ୍ଣ ଭାବରେ ବୁଝିବା ସହିତ ପ୍ରଭାବଶାଳୀ ସମାଧାନର ବିକାଶ ପାଇଁ ଅଧିକ ଅନୁସନ୍ଧାନ ଆବଶ୍ୟକ ବୋଲି ଗବେଷକମାନେ କହିଛନ୍ତି । ଯେହେତୁ ଆମେ ମହାକାଶ ଅନୁସନ୍ଧାନର ସୀମା ଅତିକ୍ରମ କରୁ, ଆମର ମହାକାଶଚାରୀଙ୍କ ସ୍ବାସ୍ଥ୍ୟ ଏବଂ କଲ୍ୟାଣ ଏକ ପ୍ରାଥମିକତା ହୋଇ ରହିଥାଏ । ମହାକାଶରେ ରୋଗ ପ୍ରତିରୋଧକ ଶକ୍ତି ବଜାୟ ରଖିବାର ରହସ୍ୟ ଉନ୍ମୁକ୍ତ କରିବା ଭବିଷ୍ୟତର ମିଶନଗୁଡିକୁ ଅଧିକ ସଫଳ କରିବ ବୋଲି ଗବେଷକମାନେ କହିଛନ୍ତି ।

ପଢନ୍ତୁ ଅନ୍ୟ କିଛି ଖବର

ପୃଥିବୀ ଫେରିବାକୁ ସଜବାଜ ବୋଇଙ୍ଗ ଷ୍ଟାରଲାଇନର; ସେପ୍ଟେମ୍ବର 6ରେ ଅବତରଣ, ଆସିବେ ନାହିଁ ସୁନୀତା

2025ରେ ମହାକାଶରୁ ଫେରିବେ ସୁନୀତା; 8 ଦିନ ପାଇଁ ଯାଇଥିଲେ, 8 ମାସ ପର୍ଯ୍ୟନ୍ତ କେମିତି ବଞ୍ଚିବେ !

ଜହ୍ନ ନଥିଲେ କଣ ହୋଇଥାନ୍ତା ? ଜହ୍ନ ଆମ ନିଦକୁ ନିୟନ୍ତ୍ରଣ କରେ କି ?

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.