ହାଇଦ୍ରାବାଦ: ନୂଆ ଇତିହାସ ରଚିବା ଦିଗରେ ଅଗ୍ନିକୁଲ୍ କସମାସ୍ । ଭାରତୀୟ ସ୍ସେସ ଷ୍ଟାଟଅପ କମ୍ପାନୀ ଅଗ୍ନିକୁଲ କସ୍ମାସ୍ ଲଞ୍ଚ କରିବ ରକେଟ ଅଗ୍ନିବାଣ ସର୍ଟେଡ । ଆସନ୍ତାକାଲି(ଶୁକ୍ରବାର) ଏହାର ଲଞ୍ଚିଂ ନେଇ ଦିନ ଧାର୍ଯ୍ୟ ହୋଇଥିବା ବେଳେ ସମସ୍ତ ପ୍ରସ୍ତୁତି ଶେଷ କରିଛି କମ୍ପାନୀ । ଏହି ରକେଟର ଓଜନ 580 କିଲୋଗ୍ରାମ । ଏହା ଆନ୍ଧ୍ର ପ୍ରଦେଶ ଶ୍ରୀହରିକୋଟାରୁ ଉଡାଣ ଭରି ବଙ୍ଗୋପସାଗରରେ ଖସିବ । ବଙ୍ଗୋପସାଗରରେ ପଡିବା ପୂର୍ବରୁ ଏହା ଭୂପୃଷ୍ଠରୁ 20 କିଲୋମିଟର ଉପରକୁ ଉଠିବା ନେଇ କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏହି ରକେଟ ନିଜ ସହିତ 7 କିଲୋଗ୍ରାମ ପୋଲେଡ ନେଇ ଉଡାଣ ଭରିପାରିବ ।
ଭାରତରେ ପ୍ରଥମ ଥର ପାଇଁ ପରୀକ୍ଷଣ: ଏନେଇ ଅଗ୍ନିକୁଲ କସମାସ ପ୍ରାଇଭେଟ ଲିମିଲେଟର ସହ ପ୍ରତିଷ୍ଠାତା ମୋଇନ ଅସପିଏମ କହିଛନ୍ତି, " ଅଗ୍ନିବାଣ SOrTeD ଏକ ସେମି-କ୍ରାୟୋଜୋନିକ ଇଞ୍ଜିନ ଦ୍ବାରା ପରିଚାଳିତ ହେବ । ଯାହା ବ୍ୟାବସାୟିକ ଭାବରେ ଉପଲବ୍ଧ ଟର୍ବାଇନ ଇନ୍ଧନ କିମ୍ବା ମେଡିକାଲ ଗ୍ରେଡ୍ ତରଳ ଅମ୍ଳଜାନ ବ୍ୟବହାର କରିଥାଏ ।" ପ୍ରକାଶଥାଉକି, ବର୍ତ୍ତମାନ ସୁଦ୍ଧା ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ସେମି-କ୍ରାୟୋଜେନିକ୍ ଇଞ୍ଜିନ୍ରେ ଉତକ୍ଷେପଣ କରିନାହିଁ । ଭାରତରେ ବର୍ତ୍ତମାନ ସୁଦ୍ଧା ସେମି-କ୍ରାୟୋଜେନିକ୍ ଇଞ୍ଜିନ୍ରେ ପରୀକ୍ଷଣ ହୋଇନାହିଁ । ଶୁକ୍ରବାର ଏହାର ଲଞ୍ଚ ଯୋଜନା ରଖିଛି କମ୍ପାନୀ ।
ଏହା ମଧ୍ୟ ପଢନ୍ତୁ: 6 ଘଣ୍ଟା ମଧ୍ୟରେ 46 ଷ୍ଟାରଲିଙ୍କ ସାଟେଲାଇଟ ଲଞ୍ଚ କଲା ସ୍ସେସଏକ୍ସ
କମ୍ପାନୀର ପ୍ରତିକ୍ରିୟା: କମ୍ପାନୀ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି, ଅଗ୍ନିବାଣ SOrTeD(Suborbital Tech Demonstrator) ଏକ ସିଙ୍ଗଲ ଷ୍ଟେଜ ଲଞ୍ଚ ଯାନ ଅଟେ । ଏହା ଅଗ୍ନିକୁଲ୍ର ପ୍ୟାଣ୍ଟେଡ୍ ଅଗ୍ନିଲେଟ୍ ଇଞ୍ଜିନ ଦ୍ବାରା ପରିଚାଳିତ । ଏହା ସମ୍ପୂର୍ଣ୍ଣ ଭାବେ ସେମି-କ୍ରାୟୋଜେନିକ୍ ଇଞ୍ଜିନ୍ ଦ୍ବାରା କାର୍ଯ୍ୟ କରିବ । ଏହି ଅଗ୍ନିବାଣ ସରଟେଡ ଭୂଲମ୍ବ(ଭର୍ଟିକାଲ) ଭାବେ ଉଡାଣ ଭରିବ ଏବଂ ପୂର୍ବ ନିର୍ଦ୍ଧାରିତ ପଥରେ ଗତି କରିବ । ଏହାକୁ ଶ୍ରୀହରୀ କୋଟାରୁ ଉତକ୍ଷେପଣ କରାଯିବା ନେଇ କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ସ୍ପେସ୍ ଷ୍ଟାର୍ଟ ଅପ୍ ର ଅନ୍ୟ ସହ-ପ୍ରତିଷ୍ଠାତା ଶ୍ରୀନଥ ରବିଚନ୍ଦ୍ରନ୍ କହିଛନ୍ତି, "ଏହି ଉତକ୍ଷେପଣ ମହତ୍ତ୍ବପୂର୍ଣ୍ଣ କାରଣ, ଏକ ଘରୋଇ ଲଞ୍ଚ ପ୍ୟାଡରୁ ଭାରତରେ ଏହା ପ୍ରଥମ ଉତକ୍ଷେପଣ ଏବଂ ଏହି ରକେଟ୍ରେ ବିଶ୍ବର ପ୍ରଥମ ସିଙ୍ଗଲ ପିସ୍ 3ଡି ପ୍ରିଣ୍ଟେଡ ଇଞ୍ଜିନ ରହିଛି । ଯାହା ସ୍ୱଦେଶୀ ଭାବରେ ନିର୍ମାଣ ଏବଂ ଡିଜାଇନ କରାଯାଇଛି । "
କମ୍ପାନୀ ଆଡକୁ ନିବେଶକଙ୍କ ଆକର୍ଷଣ ବୃଦ୍ଧି: ଭାରତରେ ପ୍ରଥମ ଥର ପାଇଁ ଅଗ୍ନିକୁଲର ଏକ ସ୍ବତନ୍ତ୍ର ଲଞ୍ଚ ପ୍ୟାଡ ହେବ । ଏନେଇ କମ୍ପାନୀକୁ ଅନୁମତି ମିଳିଛି । ଏହି ଲଞ୍ଚ ପ୍ୟାଡ୍ ଶ୍ରୀହାରିକୋଟା ସମୁଦ୍ର ନିକଟରେ ନିର୍ମାଣ କରାଯାଇଛି । ଅଗ୍ନିକୁଲ ପ୍ରତି ନିବେଶକଙ୍କ ଆକର୍ଷଣ ମଧ୍ୟ ଦେଖିବାକୁ ମିଳିଛି । କମ୍ପାନୀରେ ବର୍ତ୍ତମାନ ସୁଦ୍ଧା 40 ମିଲିୟନ୍ ଡଲାରର ପୁଞ୍ଜି ନିବେଶ କରାଯାଇଛି । କମ୍ପାନୀ ନିକଟରେ 250 ଜଣ ସଦସ୍ୟ ରହିଛନ୍ତି ।