ETV Bharat / technology

ପ୍ରେମରେ ପଡ଼ିଲେ ଆପଣଙ୍କ ମୁଣ୍ଡରେ କେଉଁ ବତୀ ଜଳେ ? ରିପୋର୍ଟରେ ବଡ଼ ଖୁଲାସା - Love Lights in Brain - LOVE LIGHTS IN BRAIN

Love Lights in Brain: ବାସ୍ତବରେ କଣ ପ୍ରେମରେ ପଡ଼ିଲେ ମନୁଷ୍ୟର ମସ୍ତିଷ୍କର ବତୀ ଜଳେ ? କାହା ପାଇଁ ମସ୍ତିଷ୍କର କେଉଁ ଭାଗ ଜଳେ ? ଅଧିକ ପଢନ୍ତୁ

Love Lights in Brain
Love Lights in Brain (ETV Bharat Tech Team)
author img

By ETV Bharat Tech Team

Published : Aug 29, 2024, 1:00 PM IST

ଲଣ୍ଡନ: କଥାରେ ଅଛି ପ୍ରେମରେ ପଡ଼ିଲେ 'ଦିମାଗ କି ବତୀ' ଜଳେ । ତେବେ ବାସ୍ତବରେ କଣ କୌଣସି ବ୍ୟକ୍ତି ପ୍ରେମରେ ପଡ଼ିଲେ ତାଙ୍କ ମୁଣ୍ଡ ବା ମସ୍ତିଷ୍କରରେ କୌଣସି ଉଜ୍ଜ୍ବଳ ପଦାର୍ଥ ଜଳିଥାଏ । କିଛି ବୈଜ୍ଞାନିକ ଟିମ ଏହା ଉପରେ ଗବେଷଣା କରି ଏକ ଖୁଲାସା କରିଛନ୍ତି । ଭିନ୍ନ ଭିନ୍ନ ବ୍ୟକ୍ତିଙ୍କୁ ପ୍ରେମ କରିବା ଦ୍ବାରା ଆପଣଙ୍କ ମସ୍ତିଷ୍କରର ଭିନ୍ନ ଭିନ୍ନ ଅଂଶରେ ଲାଇଟ୍‌ ଜଳିଥାଏ । କାରଣ ଜୀବନସାଥୀଠୁ ଆରମ୍ଭ କରି ପିତାମାତାଙ୍କ ପର୍ଯ୍ୟନ୍ତ ଜଣେ ମଣିଷ ଜୀବନରେ ବିଭିନ୍ନ ପ୍ରକାର ପ୍ରେମ ହୋଇଥାଏ ।

କାହା ପାଇଁ ମସ୍ତିଷ୍କର କେଉଁ ଅଂଶ ଜଳେ ?
କାହା ପାଇଁ ମସ୍ତିଷ୍କର କେଉଁ ଅଂଶ ଜଳେ ? (Pärttyli Rinne et al 2024, Aalto University)

ଜଣେ ମନୁଷ୍ୟ ନିଜ ଚେହେରା ଓ ଆକ୍ସନ ମାଧ୍ୟମରେ ନିଜର ଭାବକୁ ପ୍ରକାଶ କରିପାରିଥାଏ । ଏହି ଭାବନା ମଧ୍ୟରେ ଗୋଟିଏ ପ୍ରେମଭାବ । ପ୍ରେମର ଭାବ ପ୍ରକାଶ ଲାଗି ମନୁଷ୍ୟ ମସ୍ତିଷ୍କର ଅଲଗା ଅଲଗା ଅଂଶ କାମ କରିଥାଏ । କାରଣ ଜଣେ ମନୁଷ୍ୟ ଲାଗି ଭିନ୍ନ ଭିନ୍ନ ବ୍ୟକ୍ତିଙ୍କ ଲାଗି ପ୍ରେମର ପରିଭାଷା ମଧ୍ୟ ଭିନ୍ନ ରହିଥାଏ । ସେହି ଅନୁସାରେ ସେମାନଙ୍କ ପ୍ରତି ଭାବର ଆଦାନ ପ୍ରଦାନ ମଧ୍ୟ ଭିନ୍ନ ହୋଇଥାଏ ।

କଣ କହୁଛି ରିପୋର୍ଟ ?

ଫିନଲ୍ୟାଣ୍ଡର ଅଲ୍ଟୋ ବିଶ୍ବବିଦ୍ୟାଳୟର ଗବେଷକମାନେ ମସ୍ତିଷ୍କର ଗତିବିଧିକୁ ମାପିବା ଲାଗି କାର୍ଯ୍ୟାତ୍ମକ ଚୁମ୍ବକୀୟ ଅନୁନାଦ ଇମେଜିଂ (FMRI)ର ଉପଯୋଗ କରିଥିଲେ । ଯେଉଁ ଲୋକଙ୍କ ଉପରେ ଏହି ଗବେଷଣା କରାଯାଇଥିଲା, ସେମାନଙ୍କ ମଧ୍ୟରେ 6 ଅଲଗା ପ୍ରକାର ପ୍ରେମ ସମ୍ପର୍କରେ ଜଣାପଡ଼ିଥିଲା ।

ପିତାମାତାଙ୍କ ପ୍ରେମ ପାଇଁ କେଉଁ ଅଂଶ ?

ଏହି ପ୍ରସଙ୍ଗ ଉପରେ ଗବେଷଣା କରୁଥିବା ଗବେଷକ ତଥା ଦାର୍ଶନିକ ପାର୍ଟିଲି ରିନେଙ୍କ କହିବାନୁସାରେ, ପିତାମାତାଙ୍କ ପ୍ରେମ ଲାଗି ମସ୍ତିଷ୍କ ମଧ୍ୟରେ ଗଭୀର ସକ୍ରିୟତା ଦେଖିବାକୁ ମିଳିଥିଲା । ଯାହାକି ଅନ୍ୟ କୌଣସି ପ୍ରକାର ପ୍ରେମଭାବରେ ଦେଖିବାକୁ ମିଳିନଥିଲା ।

ଭିନ୍ନ ବ୍ୟକ୍ତିଙ୍କ ଲାଗି ଭିନ୍ନ ପ୍ରତିକ୍ରିୟା:-

ରୋମାଣ୍ଟିକ ପାର୍ଟନର, ବନ୍ଧୁ, ଅଜଣା ବ୍ୟକ୍ତି, ପାଳିତ ପଶୁ ଓ ପ୍ରକୃତି ପ୍ରତି ପ୍ରେମଭାବ ମଧ୍ୟ ଏହି ଗବେଷଣାରେ ସାମିଲ କରାଯାଇଥିଲା । ଗବେଷଣାରୁ ଜଣାପଡ଼ିଛି ଯେ ମସ୍ତିଷ୍କର ଗତିବିଧି କେବଳ ପ୍ରେମ କିମ୍ବା ବସ୍ତୁର ନିକଟକୁ ଯିବା ପରେ ପ୍ରଭାବିତ ହୋଇଥାଏ । ଏହାବାଦ କୌଣସି ବ୍ୟକ୍ତି ଓ ପ୍ରଜାତି ଦ୍ବାରା ମଧ୍ୟ ମସ୍ତିଷ୍କ ପ୍ରଭାବିତ ହୋଇଥାଏ ।

ଏହା ବି ପଢନ୍ତୁ- ରୋବଟକୁ ସାତ ଜନ୍ମର ସାଥି କରିବେ ତାମିଲନାଡୁ ଯୁବକ

ଏହା ବି ପଢନ୍ତୁ- ଶୀଘ୍ର ଶିଖନ୍ତୁ AI; ଦେଶରେ 3ବର୍ଷରେ ଦରକାର ପଡ଼ିବେ 12ଲକ୍ଷ ଏଆଇ ପ୍ରଫେସନାଲ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.