ETV Bharat / technology

ଭାରତରେ ଲଞ୍ଚ ହେଲା Samsung ମୁଦି; କଣ ଏଥିରେ ଖାସ ଜାଣନ୍ତୁ

Samsung ମୋବାଇଲ ଭାରତରେ ଏକ ସ୍ମାର୍ଟ ମୁଦି ଲଞ୍ଚ କରିଛି । ତେବେ ଏହି ମୁଦିରେ କଣ ରହିଛି ଖାସ ଓ ଏହାର ଦାମ କେତେ ଜାଣନ୍ତୁ...

author img

By ETV Bharat Tech Team

Published : 3 hours ago

SAMSUNG GALAXY RING LAUNCHED
SAMSUNG GALAXY RING LAUNCHED (Photo- Samsung India)

ହାଇଦ୍ରାବାଦ: ସାମସଙ୍ଗ ମୋବାଇଲ୍ ଇଣ୍ଡିଆ ଆନୁଷ୍ଠାନିକ ଭାବେ ଭାରତରେ ଏହାର ପ୍ରଥମ ସ୍ମାର୍ଟ ମୁଦି (Samsung Ring) ଲଞ୍ଚ କରିଛି । ଦକ୍ଷିଣ କୋରିଆର ଏହି ଟେକ୍ ଜାଏଣ୍ଟ ଏହାର ସାମସଙ୍ଗ ଗାଲାକ୍ସି ମୁଦିର ମୂଲ୍ୟ ମଧ୍ୟ ପ୍ରକାଶ କରିଛି । ଏହି ମୁଦିଟି ସାମସଙ୍ଗର ଅଫିସିଆଲ୍ ୱେବସାଇଟ୍ ସହିତ ଆମାଜନ, ଫ୍ଲିପକାର୍ଟ ଓ ଖୁଚୁରା ଷ୍ଟୋରଗୁଡିକରେ ଭାରତରେ ବିକ୍ରି ପାଇଁ ଉପଲବ୍ଧ ହେବ ।

ସାମସଙ୍ଗ ସ୍ମାର୍ଟ ରିଙ୍ଗ:-

ଭାରତରେ ଉପଲବ୍ଧ ସବୁଠାରୁ ମହଙ୍ଗା ସ୍ମାର୍ଟ ରିଙ୍ଗ ମଧ୍ୟରୁ ସାମସଙ୍ଗ ଗାଲାକ୍ସି ରିଙ୍ଗ ଅନ୍ୟତମ, ଯେଉଁଥିପାଇଁ ସାମସଙ୍ଗ ଏହି ୱିୟରେବଲ୍‌ ଗ୍ୟାଜେଟ୍ ପାଇଁ 24 ମାସର ବିନା ମୂଲ୍ୟରେ EMI ଯୋଜନା ପ୍ରଦାନ କରୁଛି । ଫଳରେ ଗ୍ରାହକ ମାସକୁ 1,625 ଟଙ୍କା ପୈଠ କରିବେ । ଏହା ବ୍ୟତୀତ ସାମସଙ୍ଗ 18 ଅକ୍ଟୋବର 2024 ପର୍ଯ୍ୟନ୍ତ ଗାଲାକ୍ସି ରିଙ୍ଗ କ୍ରୟ କରୁଥିବା ଗ୍ରାହକଙ୍କୁ 25W ଟ୍ରାଭେଲ ଆଡପ୍ଟର ମଧ୍ୟ ପ୍ରଦାନ କରୁଛି ।

Also Read: Googleର Pixel 9 Pro ପାଇଁ ପ୍ରିଅର୍ଡର ଆରମ୍ଭ; ଜାଣନ୍ତୁ କଣ ମିଳୁଛି ଅଫର

ମୁଦିରେ ଆଉ କଣ ଖାସ ?

  • ସାମସଙ୍ଗର ନୂତନ ସ୍ମାର୍ଟ ରିଙ୍ଗ ତିନୋଟି ରଙ୍ଗ ବିକଳ୍ପରେ ଉପଲବ୍ଧ - ଟାଇଟାନିୟମ୍ ବ୍ଲାକ୍, ଟାଇଟାନିୟମ୍ ସିଲଭର ଏବଂ ଟାଇଟାନିୟମ୍ ଗୋଲ୍ଡ ।
  • ଏହା 5ନମ୍ବରରୁ ଆରମ୍ଭ କରି 13 ନମ୍ବର ପର୍ଯ୍ୟନ୍ତ 9ଟି ଭିନ୍ନ ସାଇଜରେ ଉପଲବ୍ଧ । ଏହା ପାରମ୍ପାରିକ ରିଙ୍ଗ ପରି ଫିଟ୍ ହୋଇଛି ।
  • ଏହି ଡିଭାଇସ୍ କିଣିବା ପୂର୍ବରୁ ସର୍ବୋତ୍ତମ ଫିଟ୍ ନିଶ୍ଚିତ କରିବାକୁ ଗ୍ରାହକ ସାମସଙ୍ଗରୁ ଏକ ସାଇଜ୍ କିଟ୍ ମଧ୍ୟ ପାଇପାରିବେ ।
  • ବିଶେଷ କଥା ହେଉଛି ଗାଲାକ୍ସି ରିଙ୍ଗ ବହୁତ ହାଲୁକା ଏବଂ ଏହାର ଛୋଟ ଆକାର ମାତ୍ର 2.3 ଗ୍ରାମ । ଏହାର ମୋଟେଇ 7.0 ମିମି ।
  • ସବୁଠାରୁ ବଡ ଆକାରର ଗାଲାକ୍ସି ରିଙ୍ଗର ଓଜନ 3 ଗ୍ରାମ ପର୍ଯ୍ୟନ୍ତ ରହିଛି ।
  • ଧୂଳି ଏବଂ ଜଳ ପ୍ରତିରୋଧ ପାଇଁ ଏହାର IP68 ରେଟିଂ ଅଛି ଏବଂ 10ATM ରେଟିଂ ସହିତ 100 ମିଟର ଗଭୀରତା ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ।
ସାମସଙ୍ଗର ସ୍ମାର୍ଟ ମୁଦି
ସାମସଙ୍ଗର ସ୍ମାର୍ଟ ମୁଦି (Photo- Samsung India)

ଗାଲାକ୍ସି ରିଙ୍ଗରେ 24/7 ସ୍ବାସ୍ଥ୍ୟ ମନିଟରିଂ ପାଇଁ 'ଉନ୍ନତ ସେନ୍ସର' ଫିଚର ରହିଛି । ଯାହାକି ଉପଭୋକ୍ତାଙ୍କର ଜୀବନଶୈଳୀ ଢାଞ୍ଚାରେ AI-ଚାଳିତ ଅନ୍ତର୍ନିହିତ ସୂଚନା ପ୍ରଦାନ କରିବାରେ ସାହାଯ୍ୟ କରେ । ସବସ୍କ୍ରିପସନର ଆବଶ୍ୟକତା ବିନା ସ୍ମାର୍ଟ ରିଙ୍ଗରୁ ତଥ୍ୟ ସାମସଙ୍ଗ ହେଲ୍‌ଥରେ ଏକୀଭୂତ ହୋଇପାରିବ ।

ଏଥିରେ ଶୋଇବା ଆନାଲିଟିକ୍ସ ମଧ୍ୟ ଅନ୍ତର୍ଭୁକ୍ତ, ଯେଉଁଥିରେ ଶୋଇବା ସମୟରେ କାର୍ଯ୍ୟକଳାପ, ଶୋଇବାରେ ବିଳମ୍ବତା, ହୃତପିଣ୍ଡ ଓ ଶ୍ବାସକ୍ରିୟା ହାର ଏବଂ ସ୍ନୋରିଙ୍ଗ୍ ଆନାଲିସିସ୍ ଭଳି ଫିଚର ରହିଛି । ଗାଲାକ୍ସି ରିଙ୍ଗର ଅନ୍ୟାନ୍ୟ ଫିଚରଗୁଡିକ ହେଉଛି ବ୍ୟାୟାମ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା, ହୃଦସ୍ପନ୍ଦନ, ଗତିବିଧି ଉପରେ ନଜର ରଖିଥାଏ ।

Also Read: ଅକ୍ଟୋବରରେ ସାମସଙ୍ଗ ଓ ୱାନପ୍ଲସ ସହିତ ଲଞ୍ଚ ହେବ ଏହି ସ୍ମାର୍ଟଫୋନ; ନଜର ପକାନ୍ତୁ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.