ETV Bharat / technology

ଭାରତରେ ଲଞ୍ଚ ହେଲା ସାମସଙ୍ଗର ନୂଆ ସ୍ମାର୍ଟଫୋନ; ଗ୍ରାହକଙ୍କୁ ଆକୃଷ୍ଟ କରୁଛି ଡିଜାଇନ - Samsung Galaxy A06 Launched

author img

By ETV Bharat Tech Team

Published : Sep 5, 2024, 4:14 PM IST

SAMSUNG GALAXY A06 LAUNCHED: ଆପଣ ଏକ ଭଲ ସ୍ମାର୍ଟଫୋନ କିଣିବାକୁ ଚାହୁଁଛନ୍ତି କି ? କମ ବଜେଟ ମଧ୍ୟରେ ଏହା ସମ୍ଭବ କି ? ସାମସଙ୍ଗ ଲଞ୍ଚ କରିଛି ଏହାର ଗାଲାକ୍ସି A06 ମୋବାଇସ । ଏହାର ଡିଜାଇନ ବେଶ ଦମଦାର ରହିଥିବା ବେଳେ ପ୍ରାଇସ ମଧ୍ୟ କମ ରହିଛି । ଜାଣନ୍ତୁ ଏହାର ଫିଚର୍ସ କଣ ରହିଛି...

SAMSUNG GALAXY A06 LAUNCHED
SAMSUNG GALAXY A06 LAUNCHED (SAMSUNG)

ହାଇଦ୍ରାବାଦ: ଏବେ ଧନୀ ହୁଅନ୍ତୁ କି ଗରିବ ସମସ୍ତଙ୍କ ହାତରେ ରହିଛି ସ୍ମାର୍ଟଫୋନ । ମୋବାଇଲ ମାଧ୍ୟମରେ ସବୁକିଛି କାମ ସହଜରେ ହୋଇପାରୁଛି । ଏଣୁ ବିଭିନ୍ନ ଲୋକ ନିଜ ବଜେଟ ଅନୁସାରେ ମୋବାଇଲ ଫୋନ କିଣୁଛନ୍ତି । ବଜାରରେ ବିଭିନ୍ନ ଦାମର ସମସ୍ତଙ୍କ ପକେଟକୁ ସୁହାଇବା ଭଳି ମଡେଲ ମଧ୍ୟ ବିକ୍ରି ହେଉଛି । ଗତ କିଛି ବର୍ଷ ମଧ୍ୟରେ ସାମସଙ୍ଗ ମୋବାଇଲର ଲୋକପ୍ରିୟତା ଆହୁରି ବୃଦ୍ଧି ପାଇଛି । ଲୋକଙ୍କ ଚାହିଦାକୁ ଆଖି ଆଗରେ ରଖି କମ୍ପାନୀ ପକ୍ଷରୁ କମ ବଜେଟରେ ଏକ ଦମଦାର ଫୋନ ଲଞ୍ଚ ହୋଇଛି ।

ବଜାରରେ ଅଗ୍ରଣୀ ଇଲେକ୍ଟ୍ରୋନିକ କମ୍ପାନୀ ନିଜ ଗ୍ରାହକଙ୍କ ଲାଗି ଏକ ଭଲ ସ୍ମାର୍ଟଫୋନ ଭେଟି ଦେଇଛି । ଏହାର ନାମ ରହିଛି ସାମସଙ୍ଗ Galaxy A06 । ଏହାର ଆକର୍ଷଣୀୟ ଡିଜାଇନ ଗ୍ରାହକଙ୍କୁ ଆକୃଷ୍ଟ କରୁଛି । ଏହାର ଦାମ ମାତ୍ର 10ହଜାର ରହିଥିବା ବେଳେ ଗ୍ରାହକଙ୍କୁ 3ଟି କଲର ଅପସନ ସହିତ ଏହାର 2ଟି ଭାରିଏଣ୍ଟ ମିଳିଯିବ । ଗାଲାକ୍ସି A06ରେ microSD କାର୍ଡ ରହିଛି ଯାହାକି ଏହାର ଷ୍ଟୋରେଜ କ୍ଷମତାକୁ 1TB ପର୍ଯ୍ୟନ୍ତ ନେଇଛି । ଆସନ୍ତୁ ବିସ୍ତୃତ ଭାବରେ ଜାଣିବା ସାମସଙ୍ଗର ଏହି ନୂଆ ମଡେଲର କଣ ଫିଚର୍ସ ରହିଛି ।

Samsung Galaxy A06 ଫିଚର୍ସ:-

  • ଡିସପ୍ଲେ: 6.7-inch HD+ PLS LED ସ୍କ୍ରିନ
  • ପ୍ରୋସେସର: Octa-Core MediaTek Helio G85
  • ରିଅର କ୍ୟାମେରା: 50MP
  • ଫ୍ରଣ୍ଟ କ୍ୟାମେରା: 8MP
  • ଡେପ୍‌ଥ ସେନ୍ସର: 2MP
  • ବ୍ୟାଟେରୀ: 5,000mAh
  • 25W ଫାଷ୍ଟ ଚାର୍ଜିଂ
  • 4G
  • ୱାଇ-ଫାଇ
  • ବ୍ଲୁଟୁଥ 5.3, 3.5mm ଅଡିଓ ଜ୍ୟାକ୍‌
  • USB ଟାଇପ-C ପୋର୍ଟ

Samsung Galaxy A06 ଭାରିଏଣ୍ଟ: ସାମସଙ୍ଗର ଏହି ନୂଆ ସ୍ମାର୍ଟଫୋନ ବଜାରରେ 2ଟି ଭାରିଏଣ୍ଟରେ ଉପଲବ୍ଧ ।

  • 4GB + 64GB ଭାରିଏଣ୍ଟ
  • 4GB + 128GB ଭାରିଏଣ୍ଟ
Samsung Galaxy A06ର କଲର ଅପସନ
Samsung Galaxy A06ର କଲର ଅପସନ (Samsung)

Samsung Galaxy A06ର କଲର ଅପସନ:- ଏହି ସ୍ମାର୍ଟଫୋନଟି 3ଟି କଲର ବିକଳ୍ପ ସହିତ ବଜାରରେ ଉପଲବ୍ଧ ।

  • ବ୍ଲାକ୍‌
  • ଗୋଲ୍ଡ
  • ଲାଇଟ ବ୍ଲ୍ୟୁ

Samsung Galaxy A06 ଦାମ:

  • 4GB + 64GB ଭାରିଏଣ୍ଟ ଦାମ: Rs 9,999
  • 4GB + 128GB ଭାରିଏଣ୍ଟ ଦାମ: Rs 11,499

ପଢନ୍ତୁ ଅନ୍ୟ କିଛି ଖବର

Costly Mobile Demand: ଭାରତରେ ବଢୁଛି ଦାମି ସ୍ମାର୍ଟଫୋନର ଡିମାଣ୍ଡ, ଲକ୍ଷେ ଟଙ୍କିଆ ମୋବାଇଲ କିଣିବାକୁ ପଛାଉନାହାନ୍ତି ଗ୍ରାହକ

ଲଞ୍ଚ ହେବାକୁ ଯାଉଛି Realmeର ନୂଆ ସ୍ମାର୍ଟଫୋନ; ଆକର୍ଷଣୀୟ ଡିଜାଇନ ସାଙ୍ଗକୁ ମିଳିବ ଦମଦାର ଫିଚର୍ସ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.