ETV Bharat / technology

ମାର୍କେଟରେ AI କ୍ରେଜ; 2028 ସୁଦ୍ଧା ବିକ୍ରି ହେବ 73 କୋଟି ଏଆଇ ସ୍ମାର୍ଟଫୋନ

ଦିନକୁ ଦିନ ବଢିଚାଲିଛି କୃତ୍ରିମ ବୁଦ୍ଧିମତା ବା AIରେ ଲୋକପ୍ରିୟତା । ରିପୋର୍ଟ ଅନୁସାରେ 2028 ସୁଦ୍ଧା 73କୋଟି ଏଆଇ ସ୍ମାର୍ଟଫୋନର ସିପମେଣ୍ଟ ହେବ । ଅଧିକ ପଢନ୍ତୁ

GenAI Smartphones
GenAI Smartphones (Photo- IANS)
author img

By ETV Bharat Tech Team

Published : 6 hours ago

ହାଇଦ୍ରାବାଦ: ବିଜ୍ଞାନ ଯେତେ ଆଗେଇ ଚାଲିଛି ମଣିଷ ସମାଜରେ ସେତେ ଆଶ୍ଚର୍ଯ୍ୟ, ଅତ୍ୟାଧୁନିକ ଟେକ୍ନୋଲୋଜି ବିକଶିତ ହେଉଛି । ଏବେ ଚାରିଆଡେ କୃତ୍ରିମ ବୁଦ୍ଧିମତା ବା AIର ଚର୍ଚ୍ଚା । ସେ ଅପବ୍ୟବହାର ହେଉ କି ଉପଯୋଗିତା । ଯେଉଁ କାର୍ଯ୍ୟକୁ ମଣିଷ କରିବାକୁ କିଛି ସମୟ ନେଇଥାଏ, ଏଆଇ ତାହାକୁ ଚୁଟ୍‌କିରେ କରିପାରୁଛି । ଏବେ ସ୍ମାର୍ଟଫୋନକୁ ଆହୁରି ସ୍ମାର୍ଟ କରିବା ଲାଗି କମ୍ପାନୀଗୁଡ଼ିକ ଏଥିରେ ଏଆଇ ଫିଚର୍‌ ଯୋଡ଼ିବାରେ ଲାଗିଛନ୍ତି । ଏକ ରିପୋର୍ଟ ଅନୁସାରେ ଆସନ୍ତା 2028 ସୁଦ୍ଧା 73କୋଟି ଏଆଇ ସ୍ମାର୍ଟଫୋନର ସିପମେଣ୍ଟ ହେବାକୁ ଯାଉଛି ।

ମୋବାଇଲରେ ଏଆଇ ଫିଚର ଅନେକ କାର୍ଯ୍ୟରେ ସାହାଯ୍ୟ କରୁଛି । ସେ ଚାଟ୍‌ କରିବାଠୁ ଆରମ୍ଭ କରି ବିଭିନ୍ନ ପ୍ରକାର ପ୍ରଶ୍ନର ଉତ୍ତର କିଛି ସେକେଣ୍ଡରେ ଦେଉଛି । ଫଳରେ ସମ୍ପ୍ରତି ବିଶ୍ବରେ ଏହାର ବିପୁଳ ବ୍ୟବହାର ହେଉଛି । ସମସ୍ତ ସେକ୍ଟରରେ ମଧ୍ୟ ଏହାର ବ୍ୟବହାର ହେଉଛି । ଏଣୁ ସ୍ମାର୍ଟଫୋନ ଜଗତରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି ।

ବଢିବ ଏଆଇ ସ୍ମାର୍ଟଫୋନର ଚାହିଦା:-

କାଉଣ୍ଟରପଏଣ୍ଟର ଆକଳନ ଅନୁସାରେ, ଆଗାମୀ ଦିନରେ ଏଆଇ ସ୍ମାର୍ଟଫୋନର ଲୋକପ୍ରିୟତା ବିପୁଳ ମାତ୍ରାରେ ବୃଦ୍ଧି ପାଇବ । ବର୍ତ୍ତମାନ ଏଆଇ ସ୍ମାର୍ଟଫୋନର ମାର୍କେଟ ସେୟାର 19 ପ୍ରତିଶତ ରହିଛି । 2028 ସୁଦ୍ଧା ଏହା 54 ପ୍ରତିଶତରେ ପହଞ୍ଚିବ । ଅର୍ଥାତ ଆଗାମୀ 4ବର୍ଷ ମଧ୍ୟରେ ଏଆଇ ସ୍ମାର୍ଟଫୋନର ମାର୍କେଟ ସେୟାର 3 ଗୁଣା ବୃଦ୍ଧି ପାଇବ ।

କାଉଣ୍ଟର ପଏଣ୍ଟ ରିସର୍ଚ୍ଚ ରିପୋର୍ଟ ଅନୁଯାୟୀ, ସାମସଙ୍ଗ ଏବଂ ଆପଲ୍ ଚଳିତ ବର୍ଷ ବିଶ୍ବର ଜେନେରେଟିଭ AI ସ୍ମାର୍ଟଫୋନ୍ ବଜାରର 75 ପ୍ରତିଶତରୁ ଅଧିକ ଅଂଶ ହାସଲ କରିପାରନ୍ତି । ବିଶେଷକରି ଏହି 2 ବ୍ରାଣ୍ଡ ବିକଶିତ ବଜାରରେ ନିଜର ପ୍ରିମିୟମ୍ ସେଗମେଣ୍ଟ ଉପରେ ପ୍ରାଧାନ୍ୟ ଦିଅନ୍ତି । ଏହାସହ ପ୍ରିମିୟମ୍ ସେଗମେଣ୍ଟରେ ଟପ୍ ବ୍ରାଣ୍ଡ୍ ହୋଇ ଗ୍ରାହକଙ୍କୁ ଆକର୍ଷିତ କରନ୍ତି ।

ଏହା ବି ପଢନ୍ତୁ

ସମ୍ବଲପୁର IIMରେ ପାଠ ପଢାଇବେ AI ପ୍ରଫେସର, ୧୦ ମାସରେ କାର୍ଯ୍ୟକ୍ଷମ

Google Pixel 9 AI Camera: ଏଣିକି ଗ୍ରୁପଫଟୋରୁ ବାଦ ପଡିବେନି ଫଟୋଗ୍ରାଫର, କେମିତି ସମ୍ଭବ ? ଜାଣନ୍ତୁ

ଶୀଘ୍ର ଶିଖନ୍ତୁ AI; ଦେଶରେ 3ବର୍ଷରେ ଦରକାର ପଡ଼ିବେ 12ଲକ୍ଷ ଏଆଇ ପ୍ରଫେସନାଲ

ଅଧିକ ଆୟ, ନୂତନ ବୈଷୟିକ ଜ୍ଞାନ ପ୍ରତି ଆଗ୍ରହ, ବହୁ ବିକଶିତ ସ୍ମାର୍ଟଫୋନ ପାଇଁ ବିଶେଷ ଭାବରେ ବିକଶିତ ସ୍ଥାନଗୁଡ଼ିକରେ ଚାହିଦା ରହିଛି ବୋଲି ରିପୋର୍ଟରେ କୁହାଯାଇଛି । ସେମିକଣ୍ଡକ୍ଟର କ୍ଷେତ୍ର ଉଲ୍ଲେଖନୀୟ ଅଭିବୃଦ୍ଧି ଘଟୁଛି । 2030 ସୁଦ୍ଧା ଏହା 339 ବିଲିୟନ ଡଲାରରେ ପହଞ୍ଚିବ ବୋଲି ଆଶା କରାଯାଉଛି । Gen Ai ସ୍ମାର୍ଟଫୋନ ଜଗତରେ ପରିବର୍ତ୍ତନ ଆଣିଛି । ଏହା ୟୁଜରଙ୍କୁ ଆହୁରି ଅଧିକ ଭଲ ଅଭିଜ୍ଞତା ପ୍ରଦାନ କରିବାକୁ ଉଦ୍ୟମ କରୁଛି । ଏଥିଲାଗି ବଡ଼ ସ୍କ୍ରିନ ସାଙ୍ଗକୁ ଦ୍ରୁତତମ ପ୍ରୋସେସର, ଉନ୍ନତମାନର କ୍ୟାମେରା ଓ ଏଆଇ ଫିଚର ରହୁଛି । ୟୁଜର ଅନେକ ସୁବିଧା ପାଉଥିବାରୁ ଏଆଇ ସ୍ମାର୍ଟଫୋନର ଚାହିଦା ଦିନକୁ ଦିନ ବଢିବାରେ ଲାଗିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.