ହାଇଦ୍ରାବାଦ: ରିଲାଏନ୍ସ ଜିଓର 8ବର୍ଷ ପୂରଣ ହୋଇଛି । ଏହାସହିତ ୟୁଜର୍ସଙ୍କ ଲାଗି ଆନିଭର୍ସରୀ ଅଫର ଆଣିଛନ୍ତି କମ୍ପାନୀ ମୁଖ୍ୟ ମୁକେଶ ଅମ୍ବାନୀ । ଏହି ଅଫର ଅନୁଯାୟୀ ୟୁଜର୍ସଙ୍କ ଲାଗି ମାଗଣା ସ୍ପେଶାଲ ଗିଫ୍ଟ ଭାଉଚର୍ସ ପ୍ରଦାନ କରାଯାଉଛି । ତେବେ ସ୍ପେଶାଲ ଭାଉଚର୍ କିଛି ନିର୍ଦ୍ଦିଷ୍ଟ ଜିଓ ପ୍ରି-ପେଡ ପ୍ଲାନ ସହିତ ପ୍ରଦାନ କରାଯିବ । ଏ ନେଇ କମ୍ପାନୀର ଅଫିସିଆଲ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସୂଚନା ଦିଆଯାଇଛି ।
Celebrating 8 years of you #OnJio ♥️#WithLoveFromJio #8YearsOfJio #Jio #JioTogether #DigitalIndia@AaronWatson59 @BeerBicepsGuy @financewsharan @index_daily pic.twitter.com/7Wepd7vT0e
— Reliance Jio (@reliancejio) September 5, 2024
କଣ ରହିଛି ଅଫର ?
- ଜିଓ ଆନିଭର୍ସରୀ ଅଫର ଅନୁଯାୟୀ, କମ୍ପାନୀ ପକ୍ଷରୁ କୋଟି କୋଟି ୟୁଜର୍ସଙ୍କୁ Zomato ଓ Ajio ବ୍ରାଣ୍ଡ ଲାଗି ଭାଉଚର୍ସ ପ୍ରଦାନ କରାଯିବ ।
- ଏହାସହିତ 175 ଟଙ୍କାରେ 10 OTT ଆପ୍ସ ଓ 10GB ଡେଟା ଭାଉଚର 28 ଦିନ ଲାଗି ପ୍ରଦାନ କରାଯିବ ।
- ଖାଲି ସେତିକି ନୁହେଁ 3 ମାସ ପର୍ଯ୍ୟନ୍ତ Zomato Gold ମେମ୍ବରସିପ ମଧ୍ୟ ପ୍ରଦାନ କରାଯିବ ।
- ଏହାବ୍ୟତୀତ 2999 ଟଙ୍କା ଅର୍ଡର ଉପରେ 500 ଟଙ୍କା ଛାଡ଼ ଭଳି AJio ଅଫର ରହିଛି ।
ଏହି ପ୍ଲାନ ସହିତ କଣ ଫାଇଦା ମିଳିବ ?
ରିଲାଏନ୍ସ ଜିଓ ପକ୍ଷରୁ 899ଟଙ୍କା, 999ଟଙ୍କା ଓ 3599 ଟଙ୍କା ପ୍ଲାନ ସହିତ ଅଫର ପ୍ରଦାନ କରାଯିବ ।
- Rs 899 Plan: Jio 899 plan ସହିତ ମିଳିବାକୁ ଥିବା ଅଫର ସମ୍ପର୍କରେ ଆଲୋଚନା କଲେ ଏହି ପ୍ଲାନ 90ଦିନ ପାଇଁ ଆସିଥାଏ । ଏହି ପ୍ଲାନ ସହିତ ପ୍ରତିଦିନ 2GB ହାଇସ୍ପିଡ ଡେଟା, 20GB ଏକ୍ସଟ୍ରା ଡେଟା, ଅନଲିମିଟେଡ ଭଏସ କଲିଂ ଓ ପ୍ରତିଦିନ 100 SMS କରିପାରିବେ ୟୁଜର୍ସ ।
- Rs 999 Plan: 999ଟଙ୍କା ପ୍ଲାନ ସହିତ ୟୁଜର୍ସଙ୍କୁ 899ଟଙ୍କା ପ୍ଲାନ ପରି ସମସ୍ତଙ୍କ ଲାଭ ମିଳିବ । ଏହି 2 ପ୍ଲାନ ମଧ୍ୟରେ ପ୍ରଭେଦ ହେଉଛି 999 ଟଙ୍କା ପ୍ଲାନ ସହିତ ୟୁଜର୍ସଙ୍କୁ 90ଦିନ ବଦଳରେ 98 ଦିନ ପର୍ଯ୍ୟନ୍ତ ଏହି ପ୍ଲାନର ଲାଭ ଉଠାଇପାରିବେ ।
- Rs 3599 Plan: Jio 3599 Plan ସମ୍ପର୍କରେ କହିଲେ, 365 ଦିନ ଭ୍ୟାଲିଡିଟି ସହିତ ଏହି ବାର୍ଷିକ ପ୍ଲାନରେ ପ୍ରତିଦିନ 2.5GB ହାଇସ୍ପିଡ ଡେଟା, ଅନଲିମିଟେଡ ଭଏସ କଲିଂ ଓ ପ୍ରତିଦିନ 100ଟି ପର୍ଯ୍ୟନ୍ତ SMS କରିପାରିବେ ୟୁଜର୍ସ ।
ସୂଚନା ଥାଉ କି ଆପଣ ଜିଓ ଅଫର ଫାଇଦା କେବଳ ସେପ୍ଟେମ୍ବର 10 ତାରିଖ ପର୍ଯ୍ୟନ୍ତ ଉଠାଇପାରିବେ । ଯଦି ଆପଣ ସେପ୍ଟେମ୍ବର 10 ତାରିଖ ମଧ୍ୟରେ ରିଲାଏନ୍ସ ଜିଓ ପକ୍ଷରୁ କୁହାଯାଇଥିବା 3ଟି ପ୍ଲାନ ମଧ୍ୟରୁ ଯେକୌଣସି ବି ପ୍ଲାନ ରିଚାର୍ଜ କରୁଛନ୍ତି, ତେବେ ଆପଣ ମାଗଣା ଲାଭ ଉଠାଇପାରିବେ ।