ETV Bharat / technology

Redmi Note 14 5G ଟିଜର ରିଲିଜ; ଏହି ତାରିଖରେ ଲଞ୍ଚ୍‌ - REDMI NOTE 14 5G SERIES LAUNCH

ରେଡମି ନୋଟ୍‌ 14 5ଜି ଖୁବଶୀଘ୍ର ଭାରତରେ ଲଞ୍ଚ୍‌ ହେବାକୁ ଯାଉଛି । ଆଜି ସାଓମି ଏହି ସ୍ମାର୍ଟଫୋନ ଲଞ୍ଚ୍‌ ନେଇ ଟିଜର ରିଲିଜ କରିଛି । ସ୍ମାର୍ଟଫୋନରେ କଣ ନୂଆ ଜାଣନ୍ତୁ...

Redmi Note 14 5G Series
Redmi Note 14 5G Series (Credit- Xiaomi)
author img

By ETV Bharat Tech Team

Published : Nov 21, 2024, 4:01 PM IST

ହାଇଦ୍ରାବାଦ: ଚାଇନିଜ ଇଲେକ୍‌ଟ୍ରୋନିକ କମ୍ପାନୀ ସାଓମିର ସବସିଡାଏରୀ ବ୍ରାଣ୍ଡ୍‌ ରେଡମି ଖୁବଶୀଘ୍ର ନୋଟ୍ 14 5G ସିରିଜ ଲଞ୍ଚ କରିବାକୁ ଯାଉଛି । ସାଓମି ଆନୁଷ୍ଠାନିକ ଭାବରେ ଏହି ସିରିଜର ଲଞ୍ଚ ତାରିଖ ଖୁଲାସା କରିଛି । ଆସନ୍ତା ଡିସେମ୍ବର 9 ରେ ଏହା ଭାରତରେ ରେଡମି ନୋଟ୍ 14 5G ସିରିଜ୍ ଲଞ୍ଚ ହେବ । ଗତକାଲି ମଧ୍ୟରାତ୍ରିରେ ସାଓମି ଇଣ୍ଡିଆ ନିଜ ଇନଷ୍ଟାଗ୍ରାମ ପେଜ୍‌ରେ ଏହି ଘୋଷଣା କରିଛ । ଏହି ଟିଜରରେ ସ୍ମାର୍ଟଫୋନରେ ନୂତନ ସ୍କିର୍କଲ୍ କ୍ୟାମେରା ମଡ୍ୟୁଲ୍ ଏବଂ ଟ୍ୟାଗଲାଇନ୍ 'ସୁପର କ୍ୟାମେରା' ରହିଛି ।

ସିରିଜରେ କେତୋଟି ସ୍ମାର୍ଟଫୋନ୍ ଲଞ୍ଚ ହେବ ?

ସେପ୍ଟେମ୍ବରରେ ଚୀନରେ ରେଡମି ନୋଟ୍ 14, ନୋଟ୍ 14 ପ୍ରୋ ଏବଂ ରେଡମି ନୋଟ୍ 14 ପ୍ରୋ + ସ୍ମାର୍ଟଫୋନ ଲଞ୍ଚ କରାଯାଇଥିଲା । ତେଣୁ ଆସନ୍ତା ମାସରେ ଭାରତରେ ଏହି ତିନୋଟି ସ୍ମାର୍ଟଫୋନ୍ ଲଞ୍ଚ ହେବାର ସମ୍ଭାବନା ରହିଛି । ନୋଟ୍ 14 ସିରିଜର ଭାରତୀୟ ସଂସ୍କରଣର ନିର୍ଦ୍ଦିଷ୍ଟତା ଚୀନର ଏଡିସନ ତୁଳନାରେ ସାମାନ୍ୟ ପରିବର୍ତ୍ତନ ହୋଇପାରେ । କିନ୍ତୁ ଏହି ଫୋନଗୁଡ଼ିକର ଡିଜାଇନ୍ ସମାନ ରହିବାର ସମ୍ଭାବନା ଅଛି ।

ଏହା ବି ପଢନ୍ତୁ
  1. ଲଞ୍ଚ୍‌ ହେଲା ଶସ୍ତା 5ଜି ସ୍ମାର୍ଟଫୋନ Redmi A4; ଦାମ 10ହଜାରରୁ କମ୍‌
  2. ଲଞ୍ଚ୍‌ ହେଲା Oppo Find X8 ସିରିଜ୍‌ ସ୍ମାର୍ଟଫୋନ; 80ଡିଗ୍ରୀ ଗରମ ପାଣିରେ ବି ହେବନି ଖରାପ

ସ୍ପେଶିଫିକେସନ କ’ଣ?

  • ଡିସପ୍ଲେ ଓ ପରଫର୍ମାନ୍ସ:- ରେଡମି ନୋଟ୍ 14 ସିରିଜରେ କମ୍ପାନୀ 6.67-ଇଞ୍ଚର OLED କର୍ଭଡ ଡିସପ୍ଲେ ପ୍ରଦାନ କରିବାର ସମ୍ଭାବନା ରହିଛି । ଏହି ଡିସପ୍ଲେ 120Hz ରିଫ୍ରେସ ରେଟ୍‌ ସମର୍ଥନ ସହିତ ଆସିପାରେ । ସ୍କ୍ରିନ୍ ସୁରକ୍ଷା ପାଇଁ କର୍ନିଙ୍ଗ୍ ଗୋରିଲା ଭିକ୍ଟସ୍ 2 ବ୍ୟବହାର କରାଯିବାର ସମ୍ଭାବନା ରହିଛି । Redmi Note 14 Pro ଓ Pro+ରେ ଅଲଗା ଅଲଗା ପ୍ରୋସେସର ମିଳିପାରେ । ପ୍ରୋ ମଡେଲରେ Snapdragon 7s Gen 3 ଚିପସେଟ୍‌ ମିଳିପାରେ, ଯାହାକି ଫୋନକୁ ଦ୍ରୁତ ଗତିରେ ଚାଲିବାକୁ ସକ୍ଷମ କରାଇବ । ବେସ୍‌ ମଡେଲରେ MediaTek Dimensity 7025 Ultra ପ୍ରୋସେସର ରହିବ ।
  • ବ୍ୟାଟେରୀ:- ଉଭୟ ପ୍ରୋ ଓ ପ୍ରୋ + ମଡେଲରେ ଅଲଗା ଅଲଗା ବ୍ୟାଟେରୀ ଓ ଚାର୍ଜିଂ ସ୍ପିଡ ରହିବ । ଆଶା କରାଯାଉଛି ପ୍ରୋ ପ୍ଲସ ମଡେଲରେ 6200mAh ବଡ଼ ବ୍ୟାଟେରୀ ସହିତ ଆସିପାରେ । ଏଥିରେ 90W ଦ୍ରୁତ ଚାର୍ଜିଂ ସପୋର୍ଟ ମିଳିବ । ସେହିପରି ପ୍ରୋ ମଡେଲରେ 5500mAh ବ୍ୟାଟେରୀ ରହିପାରେ, ଯାହାକି 44W ଚାର୍ଜିଂ ସପୋର୍ଟ ସହ ଆସିବ । ବେସ୍‌ ମଡେଲ୍‌ ରେଡମି ନୋଟ୍ 14ରେ 5110mAh ବ୍ୟାଟେରୀ ଏବଂ 45W ଚାର୍ଜିଂ ସପୋର୍ଟ ସହିତ ଆସିପାରେ ।
  • କ୍ୟାମେରା:- ପ୍ରୋ ଓ ପ୍ରୋ ପ୍ଲସ ମଡେଲରେ ଟ୍ରିପଲ୍‌ ରିଅର କ୍ୟାମେରା ସେଟଅପ୍‌ ମିଳିପାରେ । ଏଥିରୁ 2ଟି କ୍ୟାମେରା ଉଭୟ ଫୋନରେ ଏକା ରହିପାରେ । ଗୋଟିଏ 50MP ମୁଖ୍ୟ କ୍ୟାମେରା ଓ ଅନ୍ୟଟି 8MP ଅଲଟ୍ରାୱାଇଡ କ୍ୟାମେରା । କିନ୍ତୁ ତୃତୀୟ କ୍ୟାମେରା ଅଲଗା ରହିବ । ପ୍ରୋ+ ମଡେଲରେ 50MP ଟେଲିଫଟୋ କ୍ୟାମେରା, ଯେଉଁଥିରେ ଆପଣ ଦୂର ଜିନିଷକୁ ଜୁମ୍‌ କରି ଦେଖିପାରିବେ । ସେହିପରି ପ୍ରୋ ମଡେଲରେ 2MP ମାଇକ୍ରୋ କ୍ୟାମେରା ରହିପାରେ, ଯେଉଁଥିରେ ଆପଣ କ୍ଷୁଦ୍ର ଜିନିଷଗୁଡ଼ିକର ଫଟୋ ଉଠାଇପାରିବେ ।

ଦାମ କେତେ ରହିପାରେ ? : ରେଡମି ନୋଟ 14 ସିରିଜର ଦାମ ଏହାର ଲଞ୍ଚ ଇଭେଣ୍ଟରେ ହିଁ କମ୍ପାନୀ ପକ୍ଷରୁ ଖୁଲାସା କରାଯିବ । ହେଲେ କିଛି ରିପୋର୍ଟ ଦେଖିଲେ ଏହାର ଦାମ ସମ୍ଭବତଃ 25,000ରୁ 35,000ଟଙ୍କା ମଧ୍ୟରେ ରହିପାରେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.