ETV Bharat / technology

ଆଜି ବର୍ଷର ପ୍ରଥମ ସୁପରବ୍ଲୁମୁନ୍‌; ଏହି ସମୟରେ ଆକାଶରେ ହେବ ଦୃଶ୍ୟମାନ, ରାକ୍ଷୀ ପୂର୍ଣ୍ଣିମାରେ କେଉଁ ରାଶି ପାଇଁ ଶୁଭ ? ଦେଖିଲେ ବଦଳି ଯିବ ଭାଗ୍ୟ - Super Blue Moon

author img

By ETV Bharat Odisha Team

Published : Aug 19, 2024, 8:39 AM IST

Updated : Aug 19, 2024, 9:37 AM IST

First Super Blue Moon: ଆଜି ଆକାଶରେ ଦୃଶ୍ୟମାନ ହେବ ସୁପରବ୍ଲୁମୁନ୍‌ । ଖାଲି ଆଖିରେ ଦେଖିପାରେବ ଏହି ବିରଳ ଦୃଶ୍ୟ । ସାଧାରଣ ଦିନର ପୂର୍ଣ୍ଣଚନ୍ଦ୍ର ଠାରୁ 14 ପ୍ରତିଶତ ବଡ ଓ 30 ପ୍ରତିଶତ ଅଧିକ ଉଜ୍ଜଳ ଦେଖାଯିବ ଚନ୍ଦ୍ର । ଏଧିକ ପଢନ୍ତୁ

Etv Bharat
Etv Bharat (Etv Bharat)

ହାଇଦ୍ରାବାଦ: ପବିତ୍ର ରାକ୍ଷୀ ପୂର୍ଣ୍ଣିମାରେ ଚମକିବ ଚାନ୍ଦ । ଆଜି ଆକାଶରେ ଦୃଶ୍ୟମାନ ହେବ ନୀଳ ସୁପରମୁନ୍‌ । 2024ର 4 ସୁପରମୁନ୍‌ ସିରିଜର ଏହା ପ୍ରଥମ ସୁପରମୁନ । ଆକାଶରେ ସବୁଠାରୁ ବଡ ଏବଂ ଉଜ୍ଜ୍ୱଳ ଚନ୍ଦ୍ର ଦେଖିବାକୁ ପାଇବେ ସମସ୍ତେ । ବ୍ଲୁମୁନ୍‌ରେ ଚନ୍ଦ୍ର ଆକାଶରେ ବଡ ଦେଖାଯାଏ । ଚନ୍ଦ୍ର ଆମକୁ ସାଧାରଣ ଦିନର ପୂର୍ଣ୍ଣଚନ୍ଦ୍ର ଠାରୁ 14 ପ୍ରତିଶତ ବଡ ଓ 30 ପ୍ରତିଶତ ଅଧିକ ଉଜ୍ଜଳ ଦେଖାଯିବ । ସୁପରମୁନ୍‌ ଶବ୍ଦଟି ବେଶ ଲୋକପ୍ରିୟ ହୋଇଛି । ଆମେରିକାର ଜ୍ୟୋତିଷ ରିଚାର୍ଡ ନଲ 1979 ମହିହାରେ ପ୍ରଥମେ ପ୍ରଚଳନ କରିଥିଲେ । ଏହାପରେ ଏହି ଶବ୍ଦକୁ ବହୁଳ ମାତ୍ରାରେ ବ୍ୟବବାର କରାଯାଉଛି ।

ରିଚାର୍ଡ ନଲଙ୍କ କହିବା ଆନୁୟାୟୀ, ଯଦି ଚନ୍ଦ୍ର ଆମଠାରୁ 3.60 ଲକ୍ଷ କିଲୋମିଟର ବା ତାଠାରୁ କମ୍‌ ଦୂରରେ ଥିବ ସେ ସମୟରେ ଏକ ପୂର୍ଣ୍ଣମା ପଡିଲେ ସେହି ସମୟରେ ଚନ୍ଦ୍ରକୁ ସୁପରମୁନ କୁହାଯାଏ । କାରଣ ସେ ସମୟରେ ଚନ୍ଦ୍ର ଆମକୁ ବଡ ଓ ଉଜ୍ଜଳ ଦେଖାୟାଏ । ପ୍ରତିବର୍ଷ ଏପରି ବିରଳ ଘଟଣା ଘଟେ ।

ଏହା ମଧ୍ୟ ପଢନ୍ତୁ-ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା; ଏହି ସମୟରେ ବାନ୍ଧନ୍ତୁ ରାକ୍ଷୀ, ବଦଳି ଯିବ ଭାଇର ଭାଗ୍ୟ - RAKHI 2024

ବ୍ଲୁମୁନ୍‌ କଣ?: ସାଧାରଣତଋ ବ୍ଲୁମୁନ୍‌ କହିଲେ ସମସ୍ତେ ଭାବନ୍ତି ଚନ୍ଦ୍ର ନୀଳ ରଙ୍ଗର ଦେଖାଯିବ । କିନ୍ତୁ ଏହି ରଙ୍ଗସହ କୌଣସି ସମ୍ପର୍କ ନଥାଏ । ସ୍ପେସ୍ ଡଟ୍ କମ୍ ଅନୁଯାୟୀ, ଦୁଇ ପ୍ରକାରର ନୀଳ ଚନ୍ଦ୍ର ଅଛି । ଗୋଟିଏ ସିଜନାଲ ଓ ଅନ୍ୟଟି ମଥଲିଂ । ଗୋଟିଏ ଋତୁର 4ଟି ପୂର୍ଣ୍ଣିମାର ତୃତୀୟ ପୂର୍ଣ୍ଣିମାକୁ ସିଜନାଲ ବ୍ଲୁମୁନ୍‌ କୁହାଯାଏ । ସେହିପରି ଗୋଟିଏ ମାସର ଦ୍ବିତୀୟ ପୂର୍ଣ୍ଣିମାକୁ ମଧ୍ୟ ବ୍ଲୁମୁନ୍‌ କୁହାଯାଏ । ଏହା କେବଳ ଆକାରରେ ସାମାନ୍ୟ ବଡ ନୁହେଁ, ଏହାର ରଙ୍ଗ ମଧ୍ୟ ସାମାନ୍ୟ ଭିନ୍ନ ହୋଇଥାଏ ।

କେତେବେଳେ ଦେଖିବେ ବ୍ଲୁମୁନ୍‌: ଆଜି ରାତି ପ୍ରାୟ 11ଟା 56 ମମିନିଟରେ ଆକାଶରେ ବ୍ଲୁମୁନ୍‌ ଦୃଶ୍ୟମାନ ହେବ । ତିନିଦିନ ପର୍ଯ୍ୟନ୍ତ ଆକାଶରେ ଏହା ଦେଖାଯିବ । ବିଶେଷଜ୍ଞଙ୍କ ଅନୁଯାୟୀ, ଆକାଶର ଦକ୍ଷିଣ ଏବଂ ପୂର୍ବରେ ଉଠିବା ପରେ ସୁପରମୁନ୍ ଦୃଶ୍ୟମାନ ହେବ। ତେଣୁ ଆପଣ ଏପରି ଅକ ସ୍ଥାନ ବାଛନ୍ତୁ ଯେଉଁଠାରେ ଆଲୋକ ନଥିବ । ଖାଲି ଆଖିରେ ସମସ୍ତେ ସୁପରମୁନ୍ ଦେଖିପାରିବେ ।

ଚଳିତ ବର୍ଷର ଆଉ 3 ବ୍ଲୁମୁନ୍‌: ଗତବର୍ଷ ଅଗଷ୍ଟ 30 ତାରିଖରେ ବ୍ଲୁମୁନ ଦେଖାଯାଇଥିଲା। ଏହି ଅଲୋକିକ ଦୃଶ୍ୟକୁ ଦେଖିଥିଲା ପୁରା ବିଶ୍ବ । ସେହିପରି ଚଳିତ ବର୍ଷର 4 ସୁପର ମୁନ୍‌ ମଧ୍ୟରୁ ପ୍ରଥମଟି ଆଜି ଦୃଶ୍ୟମାନ ହେବ । ଅନ୍ୟ ତିନୋଟି ଅକ୍ଟୋବର 17, ସେପ୍ଟେମ୍ବର 17 ଓ ନଭେମ୍ବର 15 ରେ ସୁପରମୁନ୍‌ ଦୃଶ୍ୟମାନ ହେବ ।

Last Updated : Aug 19, 2024, 9:37 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.