ETV Bharat / technology

ବଡ଼ ପରିବାର, କାର କିଣିବାକୁ ଦ୍ବନ୍ଦ୍ବରେ ଅଛନ୍ତି କି ? Renault Triber ହୋଇପାରେ ଭଲ ଅପସନ - Cheapest 7 seater Car in India

author img

By ETV Bharat Tech Team

Published : 2 hours ago

Cheapest 7 Seater Car: ବଡ଼ ପରିବାର ହେଲେ ଏକ ସଠିକ କାଣ ଚୟନ କରିବା କଷ୍ଟକର ହୋଇପଡେ । କାରଣ କୌଣସି ସ୍ଥାନକୁ ଗଲେ ଏକାଠି ବସି ଯିବାର ମଜା ଅଲଗା ରହିଥାଏ । ତେବେ ଆପଣଙ୍କ ପରିବାରରେ ଯଦି 7ରୁ 8ଜଣ ସଦସ୍ୟ ଅଛନ୍ତି ଏବଂ ଆପଣ ଭଲ ଶସ୍ତା କାରଟିଏ କିଣିବାକୁ ଚାହୁଁଛନ୍ତି, ତେବେ ରେନଲ୍ଟ ଟ୍ରାଇବରର 7 ସିଟର୍‌ କାର ଆପଣଙ୍କ ପାଇଁ ଭଲ ଅପସନ ହୋଇପାରେ । ଜାଣନ୍ତୁ ଦାମ ଓ ବିଶେଷତା

RENAULT TRIBER
RENAULT TRIBER (RENAULT INDIA)

ହାଇଦ୍ରାବାଦ: ଆପଣ କମ ବଜେଟରେ ଏକ 7-ସିଟର କାର କିଣିବାକୁ ଚାହୁଁଛନ୍ତି କି ? ତେବେ ରେନଲ୍ଡ ଟ୍ରାଇବରର ମଲ୍ଟି ପର୍ପଜ ଭେହିକଲ (MPV) ଆପଣଙ୍କ ଲାଗି ଭଲ ଅପସନ ହୋଇପାରେ । ଯାହାକୁ ବିଶେଷ ଭାବରେ ବଡ଼ ପରିବାରକୁ ଧ୍ୟାନରେ ରଖି ଡିଜାଇନ କରାଯାଇଛି । ଏହି କାରରେ ନା ଯେ କେବଳ ଷ୍ଟାଇଲିସ ଲୁକ୍‌ ମିଳେ ବରଂ କାର ଭିତରେ ବଡ଼ ସ୍ପେଶ୍‌ ମିଳିଥାଏ । ଫଳରେ ଆପଣଙ୍କ ବଡ଼ ପରିବାର ହେଲେ ମଧ୍ୟ ଏଥିରେ ଭଲ ଭାବେ ବସିପାରିବେ । ବିଶେଷ କରି 7 ଜଣିଆ ପରିବାର ପାଇଁ ଏହା ପରଫେକ୍ଟ ଅପସନ ହୋଇପାରେ ।

ରେନଲ୍ଡ ଟ୍ରାଇବରରେ 1.0 ଲିଟରର 3 ସିଲିଣ୍ଡର ପେଟ୍ରୋଲ ଇଞ୍ଜିନ ଦିଆଯାଇଛି । ଏହି ଇଞ୍ଜିନ 72PSରୁ ଅଧିକ ପାୱାର ଓ 96Nmର ଟର୍କ ଉତ୍ପନ୍ନ କରେ । ମାଇଲେଜ କଥା କହିଲେ ଏହି କାର 18.29ରୁ 19କିମି ପ୍ରତି ଲିଟର ପର୍ଯ୍ୟନ୍ତ ଇନ୍ଧନ ଦକ୍ଷତା ପ୍ରଦାନ କରେ । ଏହାସହିତ ଏହି ମଡେଲ 5-ସ୍ପିଡ ମ୍ୟାନୁଆଲ ଓ ଅଟୋମେଟିକ ଟ୍ରାନ୍ସମିଶନ (AMT) ଅପସନ ସହିତ ଆସିଥାଏ । ଏହାବାଦ ଏଥିରେ 182mm ହାଇ ଗ୍ରାଉଣ୍ଡ କ୍ଲିୟରାନ୍ସ ଏହାକୁ ଉନ୍ନତମାନର ରାଇଡ କ୍ବାଲିଟି ପ୍ରଦାନ କରିଥାଏ ।

Also Read: ଭେହିକଲ ଲଭରଙ୍କ ଲାଗି ଖୁସି ଖବର; ନବରାତ୍ରିରୁ ଆରମ୍ଭ 5ଡୋର ବିଶିଷ୍ଟ 'Thar Roxx'ର ବୁକିଂ - Mahindra Thar Roxx Booking

କଣ ରହିଛି ଫିଚର୍ସ ?

  • 20.32 ସେମି ଟଚସ୍କ୍ରିନ ଇନଫୋଟେନମେଣ୍ଟ ସିଷ୍ଟମ
  • ଷ୍ଟିଅରିଂ ମାଉଣ୍ଟେଡ ଅଡିଓ ଓ ଫୋନ କଣ୍ଟ୍ରୋଲ
  • LED ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର
  • ସ୍ମାର୍ଟ ଆକ୍ସେସ କାର୍ଡ
  • ପୁସ୍‌ ଷ୍ଟାର୍ଟ-ଷ୍ଟପ ବଟନ
  • LED ଡିଆରଏଲ
  • ଡ୍ରାଇଭର ସିଟ୍‌ ଆଡଜଷ୍ଟ
RENAULT TRIBER
RENAULT TRIBER (RENAULT INDIA)

ସେଫ୍ଟି ଫିଚର୍ସ: ଏହି କାରରେ 4 ଏୟାରବ୍ୟାଗ (2ଟି ଆଗରେ ଓ 2ଟି ଉଭୟ ପାର୍ଶ୍ବରେ) ଦିଆଯାଇଛି । ଗ୍ଲୋବାଲ ଏନକ୍ୟାପ ରେଟିଂ ଅନୁସାରେ, ଏଥିରେ ଆଡଲ୍ଟ ଯାତ୍ରୀଙ୍କ ଲାଗି 4 ଷ୍ଟାର ଓ ଛୋଟ ପିଲାଙ୍କ ଲାଗି 3 ଷ୍ଟାର ସୁରକ୍ଷା ରେଟିଂ ଦିଆଯାଇଛି ।

Also Read: ସେକେଣ୍ଡ ହ୍ୟାଣ୍ଡ କାର କିଣୁଥିଲେ ସାବଧାନ ! ହୋଇପାରେ ଆଇନଗତ କାର୍ଯ୍ୟାନୁଷ୍ଠାନ - Second hand car buying tips

ସବୁଠୁ ଶସ୍ତା 7-ସିଟର:-

  • ଯଦି ଆପଣ କମ ବଜେଟରେ 7-ସିଟର କାର ଚାହୁଁଛନ୍ତି ତେବେ ଏହା ଭଲ ଅପସନ ହୋଇପାରେ ।
  • ଏହାର ଦାମ 5.99 ଲକ୍ଷ ଟଙ୍କାରୁ ଆରମ୍ଭ ହୋଇ ଟପ୍‌ ମଡେଲ ଲାଗି 8.97 ଲକ୍ଷ ଟଙ୍କା (ଏକ୍ସ-ଶୋରୁମ) ପର୍ଯ୍ୟନ୍ତ ରହିଛି ।
  • ଏହି ବଜେଟରେ ରେନଲ୍ଡ ଟ୍ରାଇବରର ମୁକାବିଲା କରିବା ଲାଗି ଅନ୍ୟ କୌଣସି MPV ବଜାରରେ ନାହିଁ ।
  • ଏହାକୁ ଟକ୍କର ଦେଉଥିବା ଅନ୍ୟ ଏକ କାର ହେଛି ମାରୁତି ଏର୍ଟିଗୋ । କିନ୍ତୁ ଏହାର ଦାମ ରେନଲ୍ଟ ଟ୍ରାଇବରଠାରୁ ଅଧିକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.