ETV Bharat / technology

ରୋବୋଟ୍‌ ବନାଇଲା ଏପରି ପେଣ୍ଟିଂ ହେଲା ନିଲାମି; 11କୋଟି ଟଙ୍କାରେ ବିକ୍ରି - ROBOT PAINTING SOLD FOR 11 CRORES

ଆଜ୍ଞା ହଁ, ଆମେ AI ଯୁଗରେ ପ୍ରବେଶ କରିଛୁ । AI ଜରିଆରେ ରୋବୋଟ୍‌ କରିପାରୁଛି ପେଣ୍ଟିଂ। ଯାହା ପାଇଁ ନିଲାମ ହେଉଥିବା ବେଳେ 11କୋଟି ଟଙ୍କାରେ ବିକ୍ରି ହୋଇଛି । ଅଧିକ ପଢନ୍ତୁ

PAINTING BY HUMANOID ROBOT
PAINTING BY HUMANOID ROBOT (Ai-Darobot.com)
author img

By ETV Bharat Tech Team

Published : Nov 12, 2024, 1:04 PM IST

ନ୍ୟୁୟର୍କ: କୃତ୍ରିମ ବୁଦ୍ଧିମତା (AI) ଆଜିକାଲି ଗୋଟିଏ ପରେ ଗୋଟିଏ ଚମତ୍କାରିତା କରୁଛି । ଆମେରିକାର ନ୍ୟୁୟର୍କରେ ହ୍ୟୁମାନଏଡ ରୋବୋଟ୍‌ Ai-Da ଏପରି ପେଣ୍ଟିଂ କରିଛି ଯାହାକୁ ନେଇ ସାରା ଦୁନିଆରେ ଚର୍ଚ୍ଚା ହେଉଛି । ଏହି ହ୍ୟୁମାନଏଡ ରୋବୋଟ୍‌ AIର ବ୍ୟବହାର କରି କମ୍ପ୍ୟୁଟର ବିଜ୍ଞାନର ଜନକ ତଥା ଗଣିତଜ୍ଞ ଆଲନ୍‌ ଟ୍ୟୁରିଙ୍ଗଙ୍କ ପେଣ୍ଟିଂ କରିଛି । ସବୁଠୁ ଖାସ କଥା ହେଉଛି ଏହି ପେଣ୍ଟିଂ ଲାଗି କୋଟି କୋଟି ଟଙ୍କାର ବୋଲି ଲାଗିଥିବା ବେଳେ ଏହାକୁ 11କୋଟି ଟଙ୍କାରେ ନିଲାମ କରାଯାଇଥିବା ଜଣାପଡ଼ିଛି ।

11କୋଟି ଟଙ୍କାରେ ନିଲାମ:-

Ai-Da ଦ୍ବାରା ପ୍ରସ୍ତୁତ ଏହି ପେଣ୍ଟିଂକୁ ପ୍ରାୟ 11.13 କୋଟି ଟଙ୍କାରେ ନିଲାମ କରାଯାଇଛି । ଏହି ଚିତ୍ରର ବିକ୍ରି ପାଇଁ 'ସଦବିଜ' ନାମକ ଏକ ସଂସ୍ଥା ନିଲାମୀ କାର୍ଯ୍ୟକ୍ରମ ଆୟୋଜନ କରିଥିଲା । ରୋବୋଟ୍ ଦ୍ବାରା ପ୍ରସ୍ତୁତ ଏହି ପେଣ୍ଟିଂଟି 27ଟି ବିଡ୍ ଗ୍ରହଣ କରିଥିଲା, ଯାହାକୁ ଆମେରିକାର ଜଣେ ବ୍ୟକ୍ତି କିଣିଛି । ଦି ନ୍ୟୁୟର୍କ ଟାଇମ୍ସର ରିପୋର୍ଟ ଅନୁଯାୟୀ ବ୍ରିଟିଶ ଗଣିତଜ୍ଞଙ୍କ ଏହି ଚିତ୍ରକୁ Ai.God ନାମରେ ପ୍ରଦର୍ଶିତ କରାଯାଇଥିଲା । ଏହି ପେଣ୍ଟିଂର ଉଚ୍ଚତା 2.2 ମିଟର । ଏଥିପାଇଁ 1 ମିଲିୟନ ଡଲାରରୁ ଅଧିକ ବିଡ୍ ବା ବୋଲି ଲଗାଯାଇଥିଲା । ପେଣ୍ଟିଂ ପାଇଁ ପ୍ରାରମ୍ଭିକ ବିଡ୍ 1.8 ଲକ୍ଷ ଡଲାରର ବା ପ୍ରାୟ 1.5 କୋଟି ଟଙ୍କା ରଖାଯାଇଥିଲା ବୋଲି ରିପୋର୍ଟରୁ ଜଣାପଡ଼ିଛି ।

ଏହା ବି ପଢନ୍ତୁ
  1. ରୋବୋଟ୍‌ ମଣିଷଙ୍କ ପରି ମିଛ କହିପାରେ ଓ ଧୋକା ଦେଇପାରେ: STUDY
  2. ଅଫିସ ଚାପରେ ଚେପା ରୋବୋଟ, ଚିନ୍ତାରେ ପଡି ହାରିଲା ଜୀବନ
  3. Tesla Humanoid Robot: ମାନବ ସଦୃଶ ରୋବଟର ପ୍ରୋଟୋଟାଇପ୍ ପ୍ରଦର୍ଶନ କଲେ Elon Musk

Ai-Da କିଏ?

Ai-Da ହେଉଛି ଏକ ହ୍ୟୁମାନଏଡ ରୋବୋଟ୍‌, ଯାହାର ନାମକୁ ନବିଂଶ ଶତାବ୍ଦୀର ଗଣିତଜ୍ଞ Ada Lovelance ନାମ ଉପରେ ରଖାଯାଇଛି । Adaକୁ ଦୁନିଆର ପ୍ରଥମ କମ୍ପ୍ୟୁଟର ପ୍ରୋଗ୍ରାମର ଭାବେ ଜଣାଯାଏ । ଅକ୍ସଫୋର୍ଡ ଏବଂ ବର୍ମିଂହାମ ୟୁନିଭର୍ସିଟିର 30ରୁ ଅଧିକ ଏଆଇ ବିଶେଷଜ୍ଞଙ୍କ ସହଯୋଗରେ 2019ରେ ମଡର୍ଣ୍ଣ ଆର୍ଟ ଏକ୍ସପର୍ଟ ଏଡାନ ମେଲର୍‌ ଏହି ରୋବୋଟ୍‌କୁ ବିକଶିତ କରିଥିଲେ । ଏହି ରୋବୋଟ୍‌କୁ ମହିଳାଙ୍କ ପରି ଲୁକ୍‌ ଦିଆଯାଇଛି । ରୋବୋଟ୍‌ ଏଆଇ.ଡା ଚିତ୍ର ଆଙ୍କିବାରେ ସକ୍ଷମ ।

କେମିତି ଚିତ୍ର ଆଙ୍କେ Ai-Da ?

ରୋବୋଟ୍ ଏଆଇ.ଡା 2022 ମସିହାରୁ ଚିତ୍ର ଆଙ୍କିବା ଆରମ୍ଭ କରିଥିଲା । ଚିତ୍ର ଆଙ୍କିବା ଲାଗି ଏହି ରୋବୋଟ୍‌ ଆଖିରେ ଏକ ଫିଟ୍‌ କ୍ୟାମେରାର ବ୍ୟବହାର କରାଯାଇଛି । ଏଥିରେ ପ୍ରଦତ୍ତ କ୍ୟାମେରାଗୁଡ଼ିକ AI ଆଲଗୋରିଦମ ବ୍ୟବହାର କରେ ଏବଂ ଚିତ୍ର ଆଙ୍କିବା ଏକ ରୋବୋଟିକ୍ ଆର୍ମ ମାଧ୍ୟମରେ କରାଯାଇଥାଏ । ରିପୋର୍ଟ ଅନୁଯାୟୀ ଏହି ହ୍ୟୁମାନଏଡ୍ ରୋବୋଟ୍ ଏପର୍ଯ୍ୟନ୍ତ 15ଟି ଭିନ୍ନ ଚିତ୍ର ଆଙ୍କିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.