ETV Bharat / technology

boAt Smartwatchରେ ଏବେ କରିପାରିବେ ଅନଲାଇନ ପେମେଣ୍ଟ, ଛୁଇଁଲେ କଟିଯିବ ଟଙ୍କା - Online Payment Using Smart Watch

author img

By ETV Bharat Tech Team

Published : Sep 2, 2024, 2:20 PM IST

boAt tap and pay functionality: ଏଣିକି ଅନଲାଇନରେ ଟଙଅକା ନେଣଦେଣ ଦେଲା ଆହୁରି ସହଜ । ସମୟ ଦେଖୁଥିବା ଘଣ୍ଟାରେ କରିପାରିବେ ପେମେଣ୍ଟ । ଉପଭୋକ୍ତାଙ୍କୁ ନିଆରା ଅନୁଭବ ଦେବା ଲାଗି ଫିଚର୍‌ ଆଣିଲା ବୋଟ୍‌ କମ୍ପାନୀ । କେମିତି ପେମେଣ୍ଟ କରିବେ ଜାଣନ୍ତୁ...

boAt tap and pay functionality
boAt tap and pay functionality (ETV Bharat Tech Team)

ହାଇଦ୍ରାବାଦ: ଏବେ ଆପଣ ଯେଉଁ ଘଣ୍ଟାରେ ସମୟ ଦେଖୁଛନ୍ତି, ଏବେ ସେହି ଘଣ୍ଟାକୁ ବ୍ୟବହାର କରି ଅନଲାଇନ ପେମେଣ୍ଟ ମଧ୍ୟ କରିପାରିବେ । ଭାରତର ଲୋକପ୍ରିୟ ୱାୟରଲେସ boAt ଏହି କମାଲ ଫିଚର୍ସ ଆଣିଛି । ବୋଟ୍‌ କମ୍ପାନୀ Mastercard ସହିତ ଏ ନେଇ ହାତ ମିଳାଇଛି । ଫଳରେ ବୋଟ୍‌ ୱାଚ୍‌ ୟୁଜର୍ସ ଘଣ୍ଟାକୁ କେବଳ ଛୁଇଁ ପମେଣ୍ଟ କରିପାରିବେ । କମ୍ପାନୀ ନିଜ ସ୍ମାର୍ଟୱାଚରେ ଟ୍ୟାପ-ଆଣ୍ଡ-ଫଙ୍କସନାଲିଟି ଫିଚର ଆରମ୍ଭ କରିଛି । ଏହାଦ୍ବାରା ୟୁଜର୍ସ ବୋଟ୍‌ର ଅଫିସିଆଲ ଆପ୍‌ ବ୍ୟବହାର କରି ଏହି ଟଙ୍କା ନେଣଦେଣ କରିପାରିବେ । ଏହି ପ୍ରକ୍ରିୟା ଯେତିକି ସହଜ ସେତିକି ସୁରକ୍ଷିତ ମଧ୍ୟ ।

କେମିତି କରିବେ ପେମେଣ୍ଟ ?

ଏହି ଆପ୍‌ର ୟୁଜର୍ସ ନିଜ ପାଖରେ ଥିବା ମାଷ୍ଟରକାର୍ଡ ଡେବିଟ ଓ କ୍ରେଡିଟ କାର୍ଡ ମାଧ୍ୟମରେ ବ୍ୟାଙ୍କ ଆକାଉଣ୍ଟ ଲିଙ୍କ କରିବେ । ଥରେ ସମସ୍ତ ସେଟଅପ ହେବା ପରେ ପେମେଣ୍ଟ କରିବା ଲାଗି ସ୍ମାର୍ଟ ୱାଚକୁ କେବଳ POS ଡିଭାଇସରେ ଘଣ୍ଟାକୁ ଟ୍ୟାପ୍‌ କରିବାକୁ ପଡ଼ିବ । କୌଣସି PINର ଆବଶ୍ୟକତା ପଡ଼ିବ ନାହିଁ । ପ୍ରାଥମିକ ସ୍ତରରେ, କିଛି ପ୍ରମୁଖ ବ୍ୟାଙ୍କ ସହିତ ମାଷ୍ଟରକାର୍ଡ ୟୁଜର୍ସ ଏହି ଲାଭ ଉଠାଇପାରିବେ । ପରବର୍ତ୍ତୀ ସମୟରେ ଏହା ପ୍ରାୟ ସମସ୍ତ ବ୍ୟାଙ୍କ ଆକାଉଣ୍ଟ ସହିତ ସେବାର ଆରମ୍ଭ କରିବ ।

କଣ କହିଲେ ବୋଟ୍‌ ମୁଖ୍ୟ ?

ବୋଟ୍‌ର ସହ ପ୍ରତିଷ୍ଠାତା ତଥା ସିଇଓ ସମୀର ମେହତା ଏହି ନୂଆ ଟେକ୍ନୋଲୋଜି ସମ୍ପର୍କରେ କହିଛନ୍ତି ଯେ ଲୋକଙ୍କ ଦୈନନ୍ଦିନ ଜୀବନକୁ ଆହୁରି ଅଧିକ ସହଜ କରିବା ଲାଗି ଏହି ସେବା ଆରମ୍ଭ କରାଯାଇଛି । ଆମେ ସବୁବେଳଏ ଟେକ୍ନୋଲୋଜିର ସୀମାକୁ ଆଗକୁ ବଢାଇବା ଲାଗି ଉଦ୍ୟମ କରିଥାଉ । ମାଷ୍ଟରକାର୍ଡ ସହିତ ଏହି ମିଳିତ ଉଦ୍ୟମ ଆମ ୟୁଜର୍ସଙ୍କୁ ଟଙ୍କା ନେଣଦେଣ ପ୍ରକ୍ରିୟାକୁ ସୁଲଭ ଓ ସୁବିଧାଜନକ କରିବାରେ ମହତ୍ତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।

କେତେ ଟଙ୍କା ପର୍ଯ୍ୟନ୍ତ ହୋଇପାରିବ ପେମେଣ୍ଟ ?

ତେବେ ଧ୍ୟାନ ଦେବା କଥା ହେଉଛି, ଆପଣ ବୋଟ୍‌ର ସ୍ମାର୍ଟୱାଚ ବ୍ୟବହାର କରି କେବଳ 5ହଜାର ଟଙ୍କା ପର୍ଯ୍ୟନ୍ତ ଟଙ୍କା କୌଣସି ବ୍ୟାଙ୍କ ଆକାଉଣ୍ଟକୁ ପଠାଇପାରିବେ । ଏଥିରେ କୌଣସି ପିନ୍‌ର ଆବଶ୍ୟକ ପଡ଼ିବ ନାହିଁ । ମାଷ୍ଟରକାର୍ଡର ଡିଭାଇସ ଟୋକେନାଇଜେସନ ଟେକ୍ନୋଲୋଜି ଦ୍ବାରା ଏହି ଟଙ୍କା ନେଣଦେଣ ସୁରକ୍ଷିତ ରହିବ ।

ଏହା ବି ପଢନ୍ତୁ- ଏଣିକି 5ଜଣ ଚଲାଇପାରିବେ ଗୋଟିଏ UPI; ନୂଆ ଫିଚର୍ସ ଆଣିଲା Google Pay

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.