ହାଇଦ୍ରାବାଦ: ଗତ ଅକ୍ଟୋବର 13 ତାରିଖରେ ଚୀନ ବଜାରରେ OnePlus 13 ନୂଆ ଡିଜାଇନ ଓ ଫିଚର ସହିତ ଡେବ୍ୟୁ କରିଥିଲା । ଏବେ ନୂଆବର୍ଷର ପ୍ରଥମ ମାସରେ ଏହି ଫୋନ ଭାରତରେ ଲଞ୍ଚ ହେବାକୁ ଯାଉଛି । ୱାନପ୍ଲସ 12ଠାରୁ ବିଶ୍ବବ୍ୟାପୀ ଗ୍ରାହକଙ୍କୁ ଫ୍ଲାଗସିପ ଫୋନ ପରି ଅଭିଜ୍ଞତା ପ୍ରଦାନ କରିବା ଲାଗି କମ୍ପାନୀ ୱାନପ୍ଲସ 13 ସିରିଜ ସହିତ ଯୋଜନା କରିଛି । 2025 ଜାନୁଆରୀ 7 ତାରିଖରେ ଭାରତରେ ଏହି ଫୋନ ଲଞ୍ଚ ହେବାକୁ ଯାଉଛି ।
ଲିକ୍ ତଥ୍ୟ ଅନୁସାରେ, ୱାନପ୍ଲସ 13ରେ କମ୍ପାନୀ ଗ୍ରାହକଙ୍କୁ ଅପଗ୍ରେଡେଡ କ୍ୟାମେରା, ପାୱାରଫୁଲ ପରଫର୍ମାନ୍ସ ଓ ନୂଆ ଅଭିଜ୍ଞତା ପ୍ରଦାନ କରିବ । ଏହି ଫୋନରେ ଡିଜାଇନ, ଫିଚର, କ୍ୟାମେରା ସେଟଅପ ଓ ଦାମ କେତେ ରହିବ ଆସନ୍ତୁ ଜାଣିବା । କମ୍ପାନୀ ୱାନପ୍ଲସ 13 ସିରିଜ ଲଞ୍ଚ କରିବ । ଏଥିରେ OnePlus 13 ସହିତ OnePlus 13R ଦୁଇଟି ସ୍ମାର୍ଟଫୋନ ଲଞ୍ଚ କରାଯିବ ।
OnePlus 13 series launching globally on January 7, 2025!#OnePlus #OnePlus13 pic.twitter.com/UIfn4epWTy
— OnePlus Club (@OnePlusClub) December 17, 2024
OnePlus 13 ଓ OnePlus 13R: କଣ ସୁବିଧା ମିଳିବ ?
ଡିଜାଇନ:-
- ୱାନପ୍ଲସ 13ରେ ଚାଇନିଜ ଭାରିଏଣ୍ଟ ପରି ସମାନ ଡିଜାଇନ ରହିବ । ଏହାର ପୂର୍ବ ମଡେଲ ପରି ଏଥିରେ ମଧ୍ୟ ଗୋଲାକାର କ୍ୟାମେର ମଡ୍ୟୁଲ ରହିବ । ଏଥିରେ ଏକ ମେଟାଲିକ ରିଙ୍ଗ ରହିବ ଯାହାକି ଡିଭାଇସକୁ ସମ୍ପୂର୍ଣ୍ଣ ନୂଆ ଲୁକ୍ ପ୍ରଦାନ କରିବ । ଚୀନରେ ୱାନପ୍ଲସ 13 ତିନୋଟି ରଙ୍ଗ Obsidian Black, Moment Blue ଓ Dew Morning Light ଉପଲବ୍ଧ । ଏଥିରେ IP69 ରେଟିଂ ମଧ୍ୟ ମିଳିପାରେ ।
- ୱାନପ୍ଲସ 13Rରେ ମଡର୍ଣ୍ଣ ଏସ୍ଥେଟିକ୍ ଫ୍ଲାଟ ସାଇଡ ଓ ଫ୍ଲାଟ ଡିସପ୍ଲେ ଆସିପାରେ । ଏହି ଫୋନଟି ସେରାମିକ ବଡି ସହ ଆସିପାରେ ଯାହାକି ବ୍ୟବହାରକାରୀଙ୍କୁ ଏକ ପ୍ରିମିୟମ ଅଭିଜ୍ଞତା ପ୍ରଦାନ କରିବ ।
ଡିସପ୍ଲେ:-
- ୱାନପ୍ଲସ 13 ସ୍ମାର୍ଟଫୋନ 6.8-ଇଞ୍ଚ 2K 8T LTPO ମାଇକ୍ରୋ କର୍ଭଡ ଡିସପ୍ଲେ ସହିତ ଆସିପାରେ । ଏହି ଡିସପ୍ଲେରେ HDR10+, Dolby Vision, ହାଇ ଫ୍ରିକ୍ବେନ୍ସି PWM ଡିମିଂ ଓ Rain Touch 2.0 ମିଳିପାରେ ।
- ୱାନପ୍ଲସ 13R 6.78-ଇଞ୍ଚ LTPO OLED ପ୍ୟାନେଲ ସହିତ 1.5K ରିଜୋଲ୍ୟୁସନ ମିଳିବ । ଯାହାକି Full HD ଓ Quad HD ରିଜୋଲ୍ୟୁସନ ମଧ୍ୟରେ ସନ୍ତୁଳନ ରକ୍ଷା କରିବ । ଏହାସହିତ ଡିସପ୍ଲେରେ 120Hz ରିଫ୍ରେସ ରେଟ୍ ସହିତ ଆସିପାରେ ।
କ୍ୟାମେରା:-
- ୱାନପ୍ଲସ 13 ଟ୍ରିପଲ କ୍ୟାମେରା ସେଟଅପ ସହିତ ଆସିପାରେ । ଏଥିରେ 1/1.4 ଇଞ୍ଚ Sony LYT808 ସେନ୍ସର ସହିତ 50MP ମେନ୍ କ୍ୟାମେରା, 50MP ଅଲଟ୍ରାୱାଇଡ କ୍ୟାମେରା ଓ 50MP ପେରିସ୍କୋପ ଲେନ୍ସ କ୍ୟାମେରା ଆସିପାରେ । ଏହା Hasselblad ସହିତ ପାର୍ଟନରସିପ କରିଛି, ଯାହାଦ୍ବାରା ବ୍ୟବହାରକାରୀ ଏକ ପ୍ରଫେସନାଲ ଫଟୋଗ୍ରାଫିର ସୁବିଧା ପାଇପାରିବେ ।
- ୱାନପ୍ଲସ 13R ଟ୍ରିପଲ କ୍ୟାମେରା ସେଟଅପର ସହିତ ଆସିପାରେ । ସାର୍ପ ଓ ସ୍ଥିର ଫଟୋ ଉଠାଇବା ଲାଗି ଏଥିରେ 50MPର ପ୍ରାଇମେରି ସେନ୍ସର ରହିଛି । ଏହାବାଦ ଏଥିରେ 8MPର ଅଲଟ୍ରାୱାଇଡ ଲେନ୍ସ ଓ ଅତିରିକ୍ତ 2MP ସେନ୍ସର ରହିବ । ଯାହାକି ଛୋଟ ଜିନିଷକୁ କ୍ୟାପଚର କରିବାରେ ସହାୟକ ହେବ ।
ବ୍ୟାଟେରୀ ଓ ଚାର୍ଜିଂ:-
- ୱାନପ୍ଲସ 13ରେ 6000mAh ବ୍ୟାଟେରୀ ଯାହାକି 100W ଫାଷ୍ଟ ଚାର୍ଜଂକୁ ସପୋର୍ଟ କରିବ । ଏହା 50W ୱେୟାରଲେସ ଚାର୍ଜିଂକୁ ମଧ୍ୟ ସପୋର୍ଟ କରିପାରେ ।
- ୱାନପ୍ଲସ 13Rରେ 6500mAh ବ୍ୟାଟେରୀ ରହିପାରେ । ଯାହାକି 80W ୱେୟାର୍ଡ ଚାର୍ଜିଂକୁ ସପୋର୍ଟ କରିବ ।
ପ୍ରୋସେସର:-
- ୱାନପ୍ଲସ 13 କ୍ବାଲକମ୍ର ସ୍ନାପଡ୍ରାଗନ 8 ଏଲିଟ୍ ପ୍ରୋସେସର ସହିତ ଆସିବ ବୋଲି କମ୍ପାନୀ ସ୍ପଷ୍ଟ କରିଛି । ତେବେ ଲିକ୍ ତଥ୍ୟ ଦେଖିଲେ ଏଥିରେ 16GB RAM ଓ 1TB ଷ୍ଟୋରେଜ ଅପସନ ମିଳିପାରେ ।
- ସେପଟେ ୱାନପ୍ଲସ 13Rରେ ସ୍ନାପଡ୍ରାଗନ 8 ଜେନ 3 ଚିପସେଟ ସହ ଆସିପାରେ । ଏଥିରେ 12GBରୁ 16GB ପର୍ଯ୍ୟନ୍ତ LPDDR5x RAM ଓ 256BGରୁ 1TB ପର୍ଯ୍ୟନ୍ତ ଷ୍ଟୋରେଜ ଅପସନ ମିଳିପାରେ ।
ଏହା ବି ପଢନ୍ତୁ |
OnePlus 13 ଓ OnePlus 13R: ଭାରତରେ ଦାମ (ସମ୍ଭବତଃ) କେତେ ରହିବ ?
- ୱାନପ୍ଲସ 13ର ଦାମ ଭାରତରେ ପ୍ରାୟତଃ RS. 70,000 ଟଙ୍କା ରହିପାରେ ।
- ୱାନପ୍ଲସ 13Rର ଦାମ ଭାରତରେ Rs. 45,000 ଟଙ୍କା ରହିପାରେ ।
- ଏବେ ଭାରତୀୟ ମାର୍କେଟରେ ଉପଲବ୍ଧ ଥିବା OnePlus 12R Rs. 39,999 ସହିତ ଡେବ୍ୟୁ କରିଥିଲା ।