ETV Bharat / technology

99.1% ଗ୍ରାହକଙ୍କ ଅଭିଯୋଗର ହେଲା ସମାଧାନ; ଦାବି କଲା OLA

Ola Electric ସୋମବାର ଷ୍ଟକ ଏକ୍ସଚେଞ୍ଜ ଫାଇଲିଙ୍ଗରେ କହିଛି ଯେ CCPA ଦ୍ବାରା ଆସିଥିବା ପ୍ରାୟ 99.1 ପ୍ରତିଶତ ଗ୍ରାହକଙ୍କ ଅଭିଯୋଗର ସମାଧାନ ହୋଇଛି । ଅଧିକ ପଢନ୍ତୁ

Ola Electric Scooter
Ola Electric Scooter (Photo- Ola Electric)
author img

By ETV Bharat Tech Team

Published : 3 hours ago

ହାଇଦ୍ରାବାଦ: ଇଲେକ୍ଟ୍ରିକ୍ ମୋବିଲିଟି କମ୍ପାନୀ ଓଲା ଇଲେକ୍ଟ୍ରିକ୍ (Ola Electric) ସୋମବାର ଘୋଷଣା କରିଛି ଯେ କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ (ସିସିପିଏ)ରୁ ପ୍ରାପ୍ତ 10,644 ଅଭିଯୋଗର ପ୍ରାୟ 99.1 ପ୍ରତିଶତ କମ୍ପାନୀ ସମାଧାନ କରିଛି । ଷ୍ଟକ୍ ଏକ୍ସଚେଞ୍ଜ୍ ଦାଖଲରେ କମ୍ପାନୀ ଏହାର ଯାନ ସହ ଜଡ଼ିତ ଅଭିଯୋଗର ସମାଧାନ ପାଇଁ କେତେ ତତ୍ପର ତାହା ଦର୍ଶାଇଛି । CCPA ଅକ୍ଟୋବର 7 ତାରିଖରେ କମ୍ପାନୀ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା । କମ୍ପାନୀ ସମୟ ସୀମା ପୂରିବା ପୂର୍ବରୁ ସମସ୍ୟାର ସମାଧାନ କରିବା ସହ ଏ ନେଇ ଜବାବ ରଖିଛି ।

ଓଲା ଇଲେକ୍ଟ୍ରିକ୍ସର ମୁଖ୍ୟ ଆର୍ଥିକ ଅଧିକାରୀ ହରିଶ ଅବିଚନ୍ଦାନି କହିଛନ୍ତି ଯେ ବାସ୍ତବରେ ଆମେ ଗୁରୁତ୍ବ ଦେବାକୁ ଚାହୁଁଛୁ ଯେ ସିସିପିଏରୁ ଆମେ ପାଇଥିବା 10,644ଟି ଅଭିଯୋଗ ମଧ୍ୟରୁ 99.1 ପ୍ରତିଶତ ଅଭିଯୋଗ ଓଲା ଇଲେକ୍ଟ୍ରିକର ଦୃଢ ପ୍ରତିକାର ମେକାନିଜିମ୍ ଅନୁଯାୟୀ ସମାଧାନ ହୋଇଛି । ଗ୍ରାହକମାନେ ସମ୍ପୂର୍ଣ୍ଣ ତୃପ୍ତି ସହିତ ଏହି ସମସ୍ୟାର ସମାଧାନ କରାଯାଇଛି ।

ଏହା ବି ପଢନ୍ତୁ

ଗୁଗୁଲ ମ୍ୟାପ୍‌କୁ ବାଏ ବାଏ କହିଲା Ola; ନିଜସ୍ୱ ମ୍ୟାପ୍ ଆଣିଲା କମ୍ପାନୀ, ବର୍ଷକୁ 100 କୋଟିର ଲାଭ

ପ୍ରତି ସେକେଣ୍ଡରେ ଗୋଟିଏ ସ୍କୁଟର କରିବ ଓଲା

କେନ୍ଦ୍ରୀୟ ଉପଭୋକ୍ତା ସଂରକ୍ଷଣ ଅଧିନିୟମ(CCPA) କଣ

CCPA ଦ୍ବାରା ଧାର୍ଯ୍ୟ ସମୟସୀମା (ଅକ୍ଟୋବର 22) ପୂର୍ବରୁ ଠିକ ଗୋଟିଏ ଦିନ ପୂର୍ବରୁ ଓଲା ଏହି ବିବୃତ୍ତି ରଖିଛି । CCPA ଅକ୍ଟୋବର 7 ତାରିଖରେ ଭବୀ ଅଗ୍ରୱାଲଙ୍କ ନେତୃତ୍ବାଧୀନ କମ୍ପାନୀକୁ ଏକ କାରଣ ଦର୍ଶାଅ ନୋଟିସ ଜାରି କରି ସେବାରେ ଅନିୟମିତତା ସମ୍ପର୍କରେ ହଜାର ହଜାର ଗ୍ରାହକଙ୍କ ଅଭିଯୋଗର ସମାଧାନ ପାଇଁ ସ୍ପଷ୍ଟୀକରଣ ମାଗିଥିଲା । ଏହାସହ ଏହାର ଉତ୍ତର 15 ଦିନରେ ଦେବାକୁ କହିଥିଲା ।

ମୋଟ ଅଭିଯୋଗ ମଧ୍ୟରୁ 3,364 ଧୀର ସେବା ଏବଂ ମରାମତି ସହିତ ଜଡିତ ଥିଲା । 1,899 ଓଲାର ବୈଦ୍ୟୁତିକ ସ୍କୁଟରର ବିଳମ୍ବରେ ବିତରଣ ସହିତ ଜଡିତ ଥିଲା ଏବଂ 1,459ଟି ଅଭିଯୋଗ ପୂରଣ ହୋଇନଥିବା ସେବା ପ୍ରତିଶ୍ରୁତିକୁ ଦର୍ଶାଇ ଗ୍ରାହକ ଅସନ୍ତୋଷର କାରଣ ହୋଇଥିଲା । ବାକି ଅଭିଯୋଗ ବିଭ୍ରାନ୍ତିକର ବିଜ୍ଞାପନକୁ ସୂଚାଇଥାଏ ଯାହା ଏହାର ଉତ୍ପାଦର କାର୍ଯ୍ୟଦକ୍ଷତା, ଫିଚର ଏବଂ ଉପଲବ୍ଧତାକୁ ବଢେଇ ଚଢେଇ ଦର୍ଶାଇଥିଲେ ।

ଇଲେକ୍ଟ୍ରିକ୍ ଦୁଇ ଚକିଆ ଉତ୍ପାଦନକାରୀ ଏହି କମ୍ପାନୀର ସେୟାର ସୋମବାର 6.09 ପ୍ରତିଶତ ହ୍ରାସ ପାଇ 81.64 ଟଙ୍କାରେ ବନ୍ଦ ହୋଇଯାଇଛି । ଏହା ଅଗଷ୍ଟ 20ରେ ସର୍ବକାଳୀନ 157.40 ଟଙ୍କା ଠାରୁ 48 ପ୍ରତିଶତ ହ୍ରାସକୁ ଦର୍ଶାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.