ETV Bharat / technology

Appleକୁ ପଛରେ ଛାଡ଼ିଲା Nvidia; AI ଯୁଗରେ ହେଲା ବିଶ୍ବର ବୃହତ୍ତମ କମ୍ପାନୀ - WORLDS VALUABLE COMPANY IN AI ERA

ପୁଣି ଆପଲ୍‌କୁ ପଛରେ ପକାଇ ବିଶ୍ବର ସବୁଠୁ ବଡ଼ ମୂଲ୍ୟବାନ କମ୍ପାନୀ ହେଲା ଚିପ୍‌ ନିର୍ମାତା କମ୍ପାନୀ ଏନଭିଡିଆ (Nvidia) । ଅଧିକ ପଢନ୍ତୁ

Nvidia Surpasses Apple
Nvidia Surpasses Apple (ETV Bharat)
author img

By ETV Bharat Tech Team

Published : Nov 6, 2024, 3:50 PM IST

ହାଇଦ୍ରାବାଦ: Nvidia ପୁନର୍ବାର ଆପଲ୍‌କୁ ପଛରେ ପକାଇ ଦୁନିଆର ସବୁଠାରୁ ମୂଲ୍ୟବାନ କମ୍ପାନୀ ହୋଇପାରିଛି । ମଙ୍ଗଳବାରର ବାଣିଜ୍ୟ ଅଧିବେଶନରେ Nvidiaର ସେୟାର ପ୍ରାୟ 3% ବୃଦ୍ଧି ପାଇ 3.43 ଟ୍ରିଲିୟନ ଡଲାରର ବଜାର କ୍ୟାପ୍ ସହିତ ବନ୍ଦ ହୋଇଛି, ଯାହା ଆପଲ୍‌ର ବଜାର କ୍ୟାପ୍ 3.4 ଟ୍ରିଲିୟନରୁ ଅଧିକ । ଅକ୍ଟୋବର ଶେଷ ସୁଦ୍ଧା ଏନଭିଡିଆ କିଛି ସମୟ ପାଇଁ ବିଶ୍ବର ମୂଲ୍ୟବାନ କମ୍ପାନୀ ହୋଇଥିଲା ।

ଚଳିତ ବର୍ଷ 2024ରେ Nvidia ସେୟାରଗୁଡିକ ପ୍ରାୟ ତିନିଗୁଣ ହେବାକୁ ଯାଉଛି । କାରଣ ନିବେଶକମାନେ ଏହାର ଗ୍ରାଫିକ୍ ପ୍ରକ୍ରିୟାକରଣ ୟୁନିଟ୍ (ଜିପିୟୁ)ରୁ ​​ଦ୍ରୁତ ଅଭିବୃଦ୍ଧି ହାର ବଜାୟ ରଖିବା ଏବଂ କୃତ୍ରିମ ବୁଦ୍ଧିମତା ବଜାରରେ ଏହାର ନେତୃତ୍ବ ସ୍ଥିତିକୁ ବଜାୟ ରଖିବା ପାଇଁ ନିବେଶକ ବିଶ୍ବାସ ଦେଖାଇଛନ୍ତି । କମ୍ପାନୀ GPUର ଏକ ପ୍ରମୁଖ ଯୋଗାଣକାରୀ, ଯାହାକୁ OpenAIର ChatGPT ପରି ଉନ୍ନତ AI ସଫ୍ଟୱେୟାର୍ ବିକାଶ ପାଇଁ ବ୍ୟବହୃତ ହୁଏ । ଗତ ପାଞ୍ଚ ବର୍ଷ ମଧ୍ୟରେ ଏହାର ଷ୍ଟକ୍ 2,700%ରୁ ଅଧିକ ବୃଦ୍ଧି ପାଇଛି ଏବଂ ଗତ ପାଞ୍ଚ ତ୍ରୟମାସିକରେ କମ୍ପାନୀର ଆୟ ଦ୍ବିଗୁଣିତ ହୋଇଛି ।

ଏହା ବି ପଢନ୍ତୁ
  1. Nvidia-Apple ମଧ୍ୟରେ କାଣ୍ଟେ କା ଟକ୍କର; କିଛି ସମୟ ପାଇଁ ବିଶ୍ବର ମୂଲ୍ୟବାନ କମ୍ପାନୀ ହେଲା ଏନଭିଡିଆ
  2. ଭାରତରେ ସୁଦୃଢ ହେବ AI ଭିତ୍ତିଭୂମି; ହାତ ମିଳାଇଲେ Nvidia ଓ ରିଲାଏନ୍ସ

100 ପ୍ରତିଶତରୁ ଅଧିକ ଗ୍ରୋଥ୍‌:-

ଏନଭିଡିଆ ଗତ ଜୁଲାଇ 28 ତାରିଖ ଶେଷ ସୁଦ୍ଧା ଦ୍ବିତୀୟ ତ୍ରିୟମାସରେ 30 ବିଲିୟନ ଆୟ କରିଥିଲା, ଯାହାକି ଗତ ତ୍ରୟମାସରେ 15 ପ୍ରତିଶତ ଓ ଗତ ବର୍ଷରେ 122 ପ୍ରତିଶତରୁ ଅଧିକ ଅଛି । କମ୍ପାନୀ ମୁଖ୍ୟ ହୁଆଙ୍ଗ କହିଛନ୍ତି ଯେ ତାଙ୍କର 'ହାପର୍‌' ଚିପ୍ସର ଚାହିଦା ଅଧିକ ରହିଛି ଓ ଆଗାମୀ 'ବ୍ଲାକୱେଲ' ଚିପ୍ସକୁ ନେଇ ମଧ୍ୟ ଉତ୍ସାହ ରହିଛି । ସେ କହିଛନ୍ତି ଯେ ଡେଟା ସେଣ୍ଟରରେ ଏଆଇ ଓ ଦ୍ରୁତ କମ୍ପ୍ୟୁଟିଂ ଟେକନିକ ଅପଗ୍ରେଡ ହେଉଛି । ଯାହାଦ୍ବାରା କମ୍ପାନୀର ଆୟ ରେକର୍ଡ ସ୍ତରରେ ପହଞ୍ଚିଛି ।

ଅକ୍ଟୋବରରେ କିଛି ସମୟ ପାଇଁ ଆଗରେ ଥିଲା Nvidia:-

ଆପଣଙ୍କୁ କହି ରଖୁଛି କି Nvidia ସିଇଓ ଜେନସେନ୍ ହୁଆଙ୍ଗଙ୍କ କମ୍ପାନୀ ଜୁନ୍ ମାସରେ ପ୍ରଥମ ଥର ପାଇଁ ଆପଲ୍‌କୁ ପଛରେ ପକାଇଥିଲା, କିନ୍ତୁ ସେହି ସମୟ ମଧ୍ୟରେ ଏହା କେବଳ ଗୋଟିଏ ଦିନ ପାଇଁ ଆଗରେ ରହିଥିଲା । ମଙ୍ଗଳବାର (ନଭେମ୍ବର 5) କମ୍ପାନୀର ସେୟାର ପୁଣିଥରେ 2.9 ପ୍ରତିଶତ ବୃଦ୍ଧି ପଞ୍ଜିକରଣ କରି ଏହାର ବଜାର କ୍ୟାପ୍ 3.43 ଟ୍ରିଲିୟନ ଡଲାରକୁ ନେଇଛି । ସେପଟେ ମାଇକ୍ରୋସଫ୍ଟର ମାର୍କେଟ କ୍ୟାପ୍ ବର୍ତ୍ତମାନ 3.06 ଟ୍ରିଲିୟନ୍ ଡଲାର ଅଛି ।

ପୁଣି ଆଗେଇପାରେ ଆପଲ୍‌ !

ଅନ୍ୟପଟେ ଆପଲ୍‌ର ସେୟାର ଚଳିତ ବର୍ଷ ପ୍ରାୟ 17% ବୃଦ୍ଧି ପାଇଛି । ଅନେକ ବିଶ୍ଳେଷକ କହିଛନ୍ତି ଯେ ଆଇଫୋନ୍ ପାଇଁ ଆପଲ୍ ଇଣ୍ଟେଲିଜେନ୍ସ ଫିଚର ଆଣିବା ପରେ ଏହାର ପ୍ରଡକ୍ଟ ବିକ୍ରି ବଢିପାରେ । ଆପଲ୍ ପ୍ରଥମ କମ୍ପାନୀ ଥିଲା ଯିଏକି 1 ଟ୍ରିଲିୟନ ଡଲାର ଏବଂ 2 ଟ୍ରିଲିୟନ ଡଲାରର ବଜାର କ୍ୟାପ୍ ପହଞ୍ଚିଥିଲା । ଜୁନ୍ ମାସରେ Nvidia ଆପଲ୍‌କୁ ଅତିକ୍ରମ କରିଥିଲା ସତ କିନ୍ତୁ ଗ୍ରୀଷ୍ମ ସମୟରେ ପୁଣି ପଛରେ ପଡ଼ିଗଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.