ହାଇଦ୍ରାବାଦ: ଆମେରିକୀୟ କମ୍ପାନୀ ଆପଲ୍ ଭାରତରେ iPad ମିନି ଲଞ୍ଚ କରିଛି । ଆପଲ୍ର ସବୁଠୁ ଛୋଟ ଏହି ଆଇପ୍ୟାଡ୍ iPad A17 Pro ସଞ୍ଚାଳିତ । ଯାହାର ଅର୍ଥ ହେଉଛି ୟୁଜର ଏଥିରେ ଆପଲ୍ ଇଣ୍ଟେଲିଜେନ୍ସ ଫିଚର ପାଇବାରେ ସକ୍ଷମ ହେବେ । ଏହାର ଡିଜାଇନ ବେଶ ଆକର୍ଷଣୀୟ ରହିଥିବା ବେଳେ ଏହା ଆପଲ୍ ଲଭରଙ୍କୁ ଆକୃଷ୍ଟ କରୁଛି ।
Apple iPad Miniର ଦାମ:- ନୂଆ iPad Miniର ମୂଲ୍ୟ Wi-Fi ମଡେଲ ଲାଗି 49,900 ଟଙ୍କା ରଖାଯାଇଛି । କିନ୍ତୁ Wi-Fi + ସେଲ୍ୟୁଲାର ମଡେଲ ଲାଗି 64,900 ଟଙ୍କା ପ୍ରାରମ୍ଭିକ ମୂଲ୍ୟ ରହିଛି ।
- iPad mini 128GB Wi-Fi: Rs. 49,900
- iPad mini 128GB Wi-Fi + Cellular: Rs. 64,900
- iPad mini 256GB Wi-Fi: Rs. 59,900
- iPad mini 256GB Wi-Fi + Cellular: Rs. 74,900
- iPad mini 512GB Wi-Fi: Rs.79,900
- iPad mini 512GB Wi-Fi + Cellular: Rs. Rs. 94,900
- Apple Pencil Pro: Rs. 11,900
- Apple Pencil (USB-C): Rs. 7,900
କଲର ଅପସନ ଓ କେଉଁଠୁ କିଣିବେ ?
- ଏହି ଡିଭାଇସ ପିଙ୍କ୍, ପର୍ପଲ୍, ଷ୍ଟାରଲାଇଟ ଓ ସ୍ପେଶ ଗ୍ରେ ରଙ୍ଗରେ ଉପଲବ୍ଧ ।
- ନୂଆ iPad ମିନିରେ 128GB ଷ୍ଟୋରେଜ ମିଳିବ ଯାହାକି ପୁରୁଣା ମଡେଲଠାରୁ ଦ୍ବିଗୁଣ ରହିଛି ।
- ଏହା 256GB ଓ 512GB ଷ୍ଟୋରେଜରେ ଉପଲବ୍ଧ ।
- ଗ୍ରାହକ ଅକ୍ଟୋବର 23 ତାରିଖରୁ ଏହାର ପ୍ରିଅର୍ଡର କରିପାରିବେ ।
iPad mini 6 (2021) vs iPad mini 7 (2024) pic.twitter.com/3rLty7bnjf
— Apple Hub (@theapplehub) October 15, 2024
କଣ ରହିଛି ଅନ୍ୟ ଫିଚର ?
- iPad Miniରେ 8.3 ଇଞ୍ଚ ଲିକ୍ବିଡ ରେଟିନା ଡିସପ୍ଲେ ରହିଛି ।
- କମ୍ପାନୀର କହିବାନୁସାରେ, A17 Pro ପ୍ରୋସେସର ସବୁଠୁ ଅଧିକ ଡିମାଣ୍ଡିଂ ଟାସ୍କ ଲାଗି ଭଲ କାମ କରିବ ।
- 6-କୋର ପ୍ରୋସେସର, 5-କୋର GPU ଓ 16-କୋର ନ୍ୟୁରାଲ ଇଞ୍ଜିନ ରହିଛି । ୟାହାକି ପୂର୍ବ ମଡେଲ ତୁଳନାରେ 2 ଗୁଣା ଦ୍ରୁତ ଭାବରେ କାମ କରିବ ।
- ଏହା Apple Pencil Proକୁ ବି ସପୋର୍ଟ କରେ ।
- 12MP ୱାଇଡ ବ୍ୟାକ୍ କ୍ୟାମେରା, ଯାହାକି ସ୍ମାର୍ଟ HDR 4କୁ ସମର୍ଥନ କରେ ।
- ନୂତନ ଆଇପ୍ୟାଡ୍ ମିନି ସ୍ବୟଂଚାଳିତ ଭାବରେ କୃତ୍ରିମ ବୁଦ୍ଧିମତା (AI) ବ୍ୟବହାର କରି କ୍ୟାମେରା ଆପରେ ଡକ୍ୟୁମେଣ୍ଟଗୁଡ଼ିକୁ ଚିହ୍ନଟ କରିଥାଏ ଏବଂ ଡକ୍ୟୁମେଣ୍ଟରୁ ଛାଇ ହଟାଇବା ପାଇଁ ନୂତନ ଟ୍ରୁ ଟୋନ୍ ଫ୍ଲାସ୍ ବ୍ୟବହାର କରିପାରିବ ।
- କମ୍ପାନୀର କହିବାନୁସାରେ, ପୁରା ଦିନ ଚାଲିବା ଭଳି ଏଥିରେ ବ୍ୟାଟେରୀ କ୍ଷମତା ରହିଛି ।
- ନୂତନ iPadରେ Wi-Fi 6E ସପୋର୍ଟ ମିଳିବ ।