ହାଇଦ୍ରାବାଦ: ଚାଇନିଜ ଟେକ୍ନୋଲୋଜି କମ୍ପାନୀ ଲେନୋଭୋର ମାଲିକାନାରେ ଥିବା ମୋଟୋରୋଲା ଆଗାମୀ ସପ୍ତାହରେ ଏକ ଷ୍ଟାଇଲିସ ଫୋନ ଲଞ୍ଚ କରିବାକୁ ଯାଉଛି । ପ୍ରଥମେ ଏହି ସ୍ମାର୍ଟଫୋନକୁ ଜାପାନୀ ମାର୍କେଟରେ ଲଞ୍ଚ କରାଯିବା ପରେ ଏହା ଭାରତୀୟ ମାର୍କେଟକୁ ଆସିବ । ମୋଟୋରୋଲା ଏହାର ନୂଆ ସ୍ମାର୍ଟଫୋନ ଲଞ୍ଚ ନେଇ ମୁହଁ ଖୋଲିନଥିବା ବେଳେ ଜାପାନିଜ ମୋବାଇଲ ଅପରେଟର ପକ୍ଷରୁ ଏହାର ଲଞ୍ଚ ତାରିଖ, ଡିଜାଇନ, କଲର ଅପସନ ଓ ଦାମ ସମ୍ପର୍କରେ ଖୁଲାସା ହୋଇଛି ।
କମ୍ପାନୀ Motorola Razr 50D ନାଁରେ ଏହି ଫ୍ଲିପ ଫୋନ ଲଞ୍ଚ କରିବ । ଏହି ଫ୍ଲିପ ଫୋନଟି ଭାରତୀୟ ବଜାରରେ ଉପଲବ୍ଧ ରେଗୁଲାର Razr 50 ଭଳି ସମାନ ଡିଜାଇନ ରହିବ । ଏହି ଫୋଲ୍ଡେବଲ ଫୋନର ଭିତର ଡିସପ୍ଲେ 6.9 ଇଞ୍ଚର ରହିବାକୁ ଥିବା ବେଳେ କଭର ସ୍କ୍ରିନ 3.6 ଇଞ୍ଚର ରହିବ । ତେବେ ଏହାର ଦାମ ଓ ସ୍ପେଶିଫିକେସନ ସମ୍ପର୍କରେ ନିମ୍ନରେ ଜାଣିବା ।
Motorola Razr 50D: ସ୍ପେଶିଫିକେସନ
- ମୋଟୋରୋଲା ରେଜର 50ଡି ଫ୍ଲିପ୍ ଫୋନଟି ହ୍ବାଇଟ ମାର୍ବଲ ଫିନିଶ ସହିତ ଉପଲବ୍ଧ ହୋଇପାରେ ।
- ଏହି ରାଉଣ୍ଡେଡ ସାଇଡ ଡିଜାଇନ ସହିତ ଆସିପାରେ ଯାହାକି Razr 50 ସହିତ ପ୍ରାୟତଃ ସମାନ ।
- ଜାପାନିଜ ମୋବାଇଲ ଫୋନ ଅପରେଟର କମ୍ପାନୀ Docomo ଏହାର ଲଞ୍ଚ ତାରିଖର ଖୁଲାସା କରିଛି । Motorola Razr 50 6.9 ଇଞ୍ଚ Full HD+ pOLED ଇନର ଡିସପ୍ଲେ ଓ କର୍ଣ୍ଣି ଗରିଲା ଗ୍ଲାସ ଭିକ୍ଟସ ସହିତ ଲଞ୍ଚ ହୋଇପାରେ । ଏହାର ବାହାର ସ୍କ୍ରିନ 3.6 ଇଞ୍ଚ ରହିପାରେ ।
- ଡୁଆଲ ସିମ୍ (nano+eSIM)
- ଏଥିରେ 50MP ପ୍ରାଇମେରି ରିଅର କ୍ୟାମେରା, 13MP ସେକେଣ୍ଡାରୀ ସେନ୍ସର ଓ 32MP ସେଲ୍ଫି ସୁଟର ରହିପାରେ ।
- ଏଥିରେ 4000mAh ବ୍ୟାଟେରୀ ସହିତ ଗୋଟିଏ 8GB RAM + 256GB ଷ୍ଟୋରେଜ ଅପସନ ଦିଆଯାଇପାରେ ।
- ପାଣିଠୁ ସୁରକ୍ଷା ପାଇବା ପାଇଁ ଏଥିରେ IPX8 ରେଟିଂ
- ଷ୍ଟେରିଓ ସ୍ପିକର ଓ ଡଲବି ଅଟମୋସ ସପୋର୍ଟ
- ହ୍ୟାଣ୍ଡସେଟର ପରିମାପ 171x74x7.3ମିମି ଏବଂ ଓଜନ 187ଗ୍ରାମ ସହିତ ଆସିପାରେ ।
ଏହା ବି ପଢନ୍ତୁ |
Motorola Razr 50D: ଦାମ
- Docomo ଅନୁସାରେ ଡିସେମ୍ବର 19 ତାରିଖରେ ଏହା ଲଞ୍ଚ ହେବାକୁ ଯାଉଛି ।
- ଏହାର ଦାମ ଜାପାନୀ ମାର୍କେଟରେ JPY 1,14,950 ବା ଭାରତୀୟ ମୁଦ୍ରାରେ Rs. 65,000 ଟଙ୍କା ରହିପାରେ ।
- ଏହାକୁ ମାସିକିଆ ଇନଷ୍ଟଲମେଣ୍ଟରେ JPY 2,587 ବା Rs. 1,500 ଦେଇ କ୍ରୟ କରିହେବ ।
- ଗ୍ରାହକ ଏହାକୁ ଡିସେମ୍ବର 17 ତାରିଖଠାରୁ ଆଗୁଆ ବୁକିଂ କରିପାରିବେ ।
ସେପ୍ଟେମ୍ବରରେ ଲଞ୍ଚ ହୋଇଥିଲା Motorola Razr 50:-
- ଚଳିତ ବର୍ଷ ସେପ୍ଟେମ୍ବର ମାସରେ ଭାରତୀୟ ବଜାରରେ ଲଞ୍ଚ ହେବାକୁ ଥିବା ମୋଟୋରୋଲା ରେଜର 50Dର ଷ୍ଟାଣ୍ଡାର୍ଡ ଭର୍ସନ Motorola Razr 50 ଲଞ୍ଚ ହୋଇଥିଲା ।
- ଏହାର ଭିତର ସ୍କ୍ରିନ 6.9 ଇଞ୍ଚ ସ୍କ୍ରିନ ଓ ବାହାର ଡିସପ୍ଲେ 3.63 ଇଞ୍ଚର ରହିଥିଲା ।
- MediaTek Dimensity 7300X SoC
- ଡୁଆଲ ରିଅର କ୍ୟାମେରା (50MP ପ୍ରାଇମେରି ସେନ୍ସର ଓ 13MP ଅଲଟ୍ରା ୱାଇଡ ଆଙ୍ଗଲ)
- ସେଲଫି ଓ ଭିଡିଓ ଚାଟ୍ ପାଇଁ 32MP ସୁଟର
- IPX8 ରେଟିଂ ଓ 4200mAh ବ୍ୟାଟେରୀ
- ଏହାର ଦାମ Rs. 64,999 ଟଙ୍କା ରହିଥିବା ବେଳେ ଏହା 8GB RAM + 256GB ଷ୍ଟୋରେଜ ମଡେଲ ସହିତ ଭାରତରେ ଉପଲବ୍ଧ ।