ETV Bharat / technology

ମହିଳାଙ୍କ ସୁରକ୍ଷାକୁ ଗୁରୁତ୍ବ; Uber ଆଣିଲା ୱିମେନ ବାଇକ୍‌ ରାଇଡ୍‌ ସର୍ଭିସ - UBER MOTO WOMEN IN BENGALURU

ମୋବିଲିଟି ଆପ୍‌ ଉବର 'Uber Moto Women' ସେବା ଲଞ୍ଚ୍‌ କରିଛି । ବେଙ୍ଗାଲୁରୁରେ ଏହି ସେବାକୁ ପ୍ରଥମେ ଆରମ୍ଭ କରିଛି କମ୍ପାନୀ । କଣ ଏହା ଜାଣନ୍ତୁ...

Uber Moto Women
Uber Moto Women (Photo Credit- Uber India)
author img

By PTI

Published : Dec 13, 2024, 12:34 PM IST

ବେଙ୍ଗାଲୁରୁ: ମୋବିଲିଟି ଆପ୍‌ ଉବର ମହିଳାଙ୍କ ସୁରକ୍ଷାକୁ ଗୁରୁତ୍ବ ଦେଇ ଏକ ପ୍ରଶଂସନୀୟ ସେବା 'ଉବର ମୋଟୋ ୱିମେନ' ଆରମ୍ଭ କରିଛି । ଦକ୍ଷିଣ ଭାରତୀୟ ରାଜ୍ୟ କର୍ଣ୍ଣାଟକର କ୍ୟାପିଟାଲ ସିଟି ବେଙ୍ଗାଲୁରୁରେ ପ୍ରଥମ କରି ଏହି ସେବା ଆରମ୍ଭ ହୋଇଛି । ଏହି ସେବା ମାଧ୍ୟମରେ ମହିଳା ଯାତ୍ରୀ ମହିଳା ଡ୍ରାଇଭରଙ୍କ ସହିତ ଯୋଡ଼ି ହେବେ । ମହିଳାଙ୍କ ସୁରକ୍ଷିତ ଯାତ୍ରାକୁ ଧ୍ୟାନରେ ରଖି ଉବର ଏହି ସେବା ଆରମ୍ଭ କରିଛି । ତେବେ ଏହି ସେବା ମାଧ୍ୟମରେ ନିମ୍ନରେ ବିସ୍ତୃତ ଭାବରେ ଜାଣିବା ।

ନୂଆ ସେବା ସମ୍ପର୍କରେ ଘୋଷଣା କରି କମ୍ପାନୀ କହିଛି ଯେ ମହିଳା ଯାତ୍ରୀ ଓ ଡ୍ରାଇଭରଙ୍କ ମତାମତ ନେବା ପରେ କମ୍ପାନୀ ଏହି ସେବାକୁ ଆରମ୍ଭ କରିଛି । ଉବର ମୋଟୋ ୱିମେନ ମହିଳା ଡ୍ରାଇଭରମାନଙ୍କ ଜରିଆରେ ମହିଳା ୟାତ୍ରୀମାନଙ୍କୁ ଏକ ସୁରକ୍ଷିତ, ସୁଲଭ ଓ ସୁବିଧାଜନକ ଯାତ୍ରା ବିକଳ୍ପ ପ୍ରଦାନ କରିବ ।

Uber Moto Women ସମ୍ପର୍କରେ...

ବେଙ୍ଗାଲୁରୁର ସମସ୍ତ ପ୍ରମୁଖ ସ୍ଥାନଗୁଡ଼ିକରେ ଉବର ମୋଟୋ ୱିମେନ ସେବା ଉପଲବ୍ଧ ରହିଛି । ଯାହାକି ମହିଳା ଡ୍ରାଇଭରଙ୍କ ସମେତ ମହିଳା ଯାତ୍ରୀଙ୍କ ଲାଗି ଏକ ପ୍ରାଇଭେସି ଓ ସୁରକ୍ଷିତ ଯାତ୍ରାକୁ ନିଶ୍ଚିତ କରେ । ଉବର ମୋଟୋ ୱିମେନ ଦ୍ବାରା ଯାତ୍ରା କରିବା ସମୟରେ ମହିଳା ଯାତ୍ରୀ ରିଅଲ ଟାଇମ ଟ୍ରାକିଂ ଲାଗି 5ଜଣ ବିଶ୍ବସନୀୟ କଣ୍ଟାକ୍ଟସ ସହିତ ଟ୍ରିପ୍‌ ଡିଟେଲ୍‌ ସେୟାର କରିପାରିବେ । ହେଲେ ଗୋପନୀୟତାକୁ ନିଶ୍ଚିତ କରିବା ଲାଗି ଫୋନ ନମ୍ବର ଓ ଡ୍ରପ-ଅଫ ଠିକଣାକୁ ସେୟାର କରିହେବ ନାହିଁ ।

ଏହା ବି ପଢନ୍ତୁ

Uberର 'ରାଇଡ୍‌ ଚେକ୍‌ ଫିଚର' ସକ୍ରିୟ ଭାବରେ ଲଙ୍ଗ ଷ୍ଟପ୍, ମିଡ୍ ୱେ ଡ୍ରପ୍ ବା ରୁଟ୍ ବିଚ୍ଛିନ୍ନତା ଭଳି ଅନିୟମିତତା ଉପରେ ନଜର ରଖେ ଏବଂ ଆବଶ୍ୟକ ହେଲେ ସମୟାନୁବର୍ତ୍ତୀ ସହାୟତା ପ୍ରଦାନ କରିଥାଏ । ଏହା ସହିତ ଉଭୟ ମହିଳା ଆରୋହୀ ଏବଂ ଡ୍ରାଇଭରମାନେ ପ୍ରାଥମିକ ସହାୟତା ପାଇଁ ଉବରର 24x7 ସୁରକ୍ଷା ହେଲପ୍‌ ଲାଇନର ସହାୟତା ନେଇପାରିବେ । ଭାରତର ରାଇଡ ହେଲିଂ କ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ ଏପର୍ଯ୍ୟନ୍ତ କମ୍ ଥିବାରୁ କମ୍ପାନୀ 'ଉବର ମୋଟୋ ୱିମେନ' ପାଇଁ ଅଧିକ ମହିଳାଙ୍କୁ ଡ୍ରାଇଭର ଭାବରେ ପ୍ଲାଟଫର୍ମରେ ସାମିଲ ହେବାକୁ ପ୍ରେରଣା ଯୋଗାଇବା ପାଇଁ ଲକ୍ଷ୍ୟ ରଖିଛି ।

କମ୍ପାନୀ କହିଛି, "ନମନୀୟ କାର୍ଯ୍ୟ ସମୟ, ସ୍ବଳ୍ପ ଦୂରତା ଯାତ୍ରା ଏବଂ ସହଜ ନାଭିଗେସନ୍ ଦ୍ବାରା ଅଧିକରୁ ଅଧିକ ମହିଳା ଡ୍ରାଇଭର ଏହି ପ୍ଲାଟଫର୍ମରେ ଯୋଗଦେବାକୁ ସହଜ କରିବ। ସଂପୂର୍ଣ୍ଣ ନମନୀୟତା ପ୍ରଦାନ କରି ଉବର ମୋଟୋ ୱିମେନ ଡ୍ରାଇଭରମାନଙ୍କୁ କେବଳ ମହିଳା ଯାତ୍ରୀ ସେଟିଂ ବନ୍ଦ କରି ପୁରୁଷ ଯାତ୍ରୀଙ୍କୁ ସେବା ଯୋଗାଇବାକୁ ବିକଳ୍ପ ପ୍ରଦାନ କରାଯାଇଛି । ସେମାନେ ଯେତେବେଳେ ଚାହିଁବେ ପୁରୁଷ ଯାତ୍ରୀଙ୍କୁ ମଧ୍ୟ ସେବା ପ୍ରଦାନ କରିପାରିବେ ।"

ଖୁବଶୀଘ୍ର କମ୍ପାନୀ ଏହି ସେବାକୁ ଦେଶର ଅନ୍ୟ ପ୍ରମୁଖ ସହର ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ ଓ ହାଇଦ୍ରାବାଦରେ ମଧ୍ୟ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି । ଭାରତରେ ଅନେକ ସରକାର ଓ ଅଣଲାଭକାରୀ ସଂସ୍ଥା ପକ୍ଷରୁ ମହିଳା ରାଇଡ୍ ସେବା ମଧ୍ୟ ପ୍ରଦାନ କରାଯାଉଛି । ସେଗୁଡ଼ିକ ହେଉଛି Sakha Cabs, Taxshe, She Taxi, SheCab Dehradun, Go Pink Cabs, Priyadarshini Taxi, Dovely ଆଦି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.