ETV Bharat / technology

ମାର୍କେଟକୁ ଆସିଲା ମାରୁତି ସୁଜୁକି ସ୍ବିଫ୍ଟ CNG କାର; ମିଳିବ 32KMରୁ ଅଧିକ ମାଇଲେଜ୍‌ - Maruti Suzuki Swift CNG Car Launch

author img

By ETV Bharat Tech Team

Published : Sep 13, 2024, 11:48 AM IST

Maruti Suzuki CNG Car Launch: ସେପ୍ଟେମ୍ବର 12 ତାରିଖରେ ଦେଶରେ ଲଞ୍ଚ ହୋଇଛି ମାରୁତି ସୁଜୁକି ସ୍ବିଫ୍ଟର ସିଏନଜି କାର । ଏହାସହିତ ଭାରତର ସର୍ବବୃହତ କାର ନିର୍ମାତା କମ୍ପାନୀର CNG କାର ସଂଖ୍ୟା 14ରେ ପହଞ୍ଚିଛି । ଏହି କାରର ମୂଲ୍ୟ କେତେ ଓ କଣ ଗ୍ରାହକଙ୍କୁ ସୁବିଧା ମିଳିବ ଜାଣନ୍ତୁ...

Maruti Suzuki CNG Car Launch
Maruti Suzuki CNG Car Launch (Maruti Suzuki)

ହାଇଦ୍ରାବାଦ: ଭାରତର ସର୍ବବୃହତ କାର ନିର୍ମାତା କମ୍ପାନୀ ମାରୁତି ସୁଜୁକି ଏହାର ଆଉ ଏକ ସିଏନଜି କାର ଲଞ୍ଚ କରିଛି । ଗତକାଲି ଏହି କାର ନୂଆ ଅବତାର ସହିତ ବଜାର ପ୍ରବେଶ କରିଛି । ମାରୁତି ସୁଜୁକି ସ୍ବିଫ୍ଟ ପେଟ୍ରୋଲ (Maruti Suzuki Swift petrol) ଲଞ୍ଚ ହେବାର 4ମାସ ପରେ କମ୍ପାନୀ ଏହି ମଡେଲର ସିଏନଜି କାରକୁ ଲଞ୍ଚ କରିଛି । ଚଳିତ ମାସ ମେ ମାସରେ ମାରୁତି ସୁଜୁକି ସ୍ବିଫ୍ଟର ଚତୁର୍ଥ ଜେନେରେସନ ଭାରତରେ ଲଞ୍ଚ ହୋଇଥିଲା । ତେବେ କମ୍ପାନୀ ଲଞ୍ଚ କରିଥିବା ଏହି ନୂଆ ସିଏନଜି କାରର ଦାମ କେତେ ରହିଛି ଜାଣନ୍ତୁ ।

ଭିତର ଡିଜାଇନ
ଭିତର ଡିଜାଇନ (Maruti Suzuki)

ମାରୁତି ସୁଜୁକି ସ୍ବିଫ୍ଟ CNG କାର ଫିଚର୍ସ:-

  • 1.2 ଲିଟର Z-ସିରିଜ VVT ଇଞ୍ଜିନ
  • ପାୱାର-ଆଡଜଷ୍ଟେବଲ ୱିଙ୍ଗ ମିରର
  • ବଡି କଲର ୱିଙ୍ଗ ମିରର ଓ ଡୋର ହ୍ୟାଣ୍ଡେଲ
  • କଭର ସହିତ 14-ଇଞ୍ଚର ହ୍ବିଲ
  • ହାଇଟ-ଆଡଜଷ୍ଟେବଲ ଡ୍ରାଇଭର ସିଟ୍‌
  • ରିଅୟ ପାର୍ସଲ ଟ୍ରେ
  • ଆପଲ୍‌ କାରପ୍ଲେ ଓ ଆଣ୍ଡ୍ରଏଡ କନେକ୍ଟିଭିଟି ସପୋର୍ଟ କରୁଥିବା 7-ଇଞ୍ଚର ଟଚସ୍କ୍ରିନ ଇନଫୋଟେନମେଣ୍ଟ ସିଷ୍ଟମ
  • 4-ସ୍ପିକର
  • ଷ୍ଟିଅରିଂ-ମାଉଣ୍ଟେଡ୍‌ କଣ୍ଟ୍ରୋଲ
  • ଡେ/ନାଇଟ୍‌ IRVM
  • ୱେରଲେସ୍‌ ଫୋନ ଚାର୍ଜର
  • 1KG CNGରେ 32କିମି ପର୍ଯ୍ୟନ୍ତ ଚାଲିବ
ସିମଲେସ୍‌ ଗିଅର ସିଫ୍ଟିଂ
ସିମଲେସ୍‌ ଗିଅର ସିଫ୍ଟିଂ (Maruti Suzuki)

କେଉଁ ଭାରିଏଣ୍ଟ ପାଇଁ କେତେ ଦାମ ? : ମାରୁତି ସୁଜୁକି ସ୍ବିଫ୍ଟ CNG 3ଟି ଭାରିଏଣ୍ଟରେ ଉପଲବ୍ଧ ହେବ । VXi ଭାରିଏଣ୍ଟର ପ୍ରାରମ୍ଭିକ ମୂଲ୍ୟ ଏକ୍ସ-ଶୋରୁମ ଦାମ ଭାରତୀୟ ମାର୍କେଟରେ 8,19,500 ଟଙ୍କା ରଖାଯାଇଛି । ସେହିପରି VXi(O) ଭାରିଏଣ୍ଟର ଦାମ 8,46,500 ଟଙ୍କା ଥଇବା ବେଳେ ZXi ଭାରିଏଣ୍ଟର ଦାମ 9,19,500 ଟଙ୍କା ରହିଛି ।

ଭାରିଏଣ୍ଟଦାମ
Swift VXi CNGRs 8.19 ଲକ୍ଷ
Swift VXi (O) CNGRs 8.46 ଲକ୍ଷ
Swift ZXi CNGRs 9.19 ଲକ୍ଷ

ମିଳିବ ଅଟୋ କ୍ଲାଇମେଟ କଣ୍ଟ୍ରୋଲ (Auto Climate Control):-

କାରରେ ଗ୍ରାହକଙ୍କୁ ପୁଶ-ବଟନ୍‌ ଷ୍ଟାର୍ଟ, କନେକ୍ଟେଡ କାର ଟେକ୍ନୋଲୋଜି ଓ ପାୱାର-ଫୋଲ୍ଡିଂ ୱିଙ୍ଗ ମିରର, LED ଡିଆରଏଲ, 15-ଇଞ୍ଚ ଆଲଏ ହ୍ବିଲ, ରିଅର ୱାଶର/ୱାଇପର, ରିଅର AC ଭେଣ୍ଟସ୍‌ ସହିତ ଅଟୋ କ୍ଲାଇମେଟ କଣ୍ଟ୍ରୋଲ ମିଳିବ । ଯାହାଦ୍ବାରା ଆପଣ ନିଜ ଇଚ୍ଛା ମୁତାବକ କାର ଭିତରର ତାପମାତ୍ରାକୁ କମ ବେଶୀ କରିପାରିବେ ।

Also Read: Maruti Suzuki କାରରେ ବମ୍ଫର ଡିସକାଉଣ୍ଟ; 50ହଜାର ପର୍ଯ୍ୟନ୍ତ ବଞ୍ଚିବ ଟଙ୍କା - 50 thousand discount on Cars

Also Read: ଟାଟା ମୋଟର ଆଣିଲା ଫେଷ୍ଟିଭ ଅଫର; କାର ଉପରେ 65 ହଜାର ଡିସକାଉଣ୍ଟ - Tata Motors Festival Cars Offers

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.