ETV Bharat / technology

ସୁରକ୍ଷାକୁ ପ୍ରାଥମିକତା; ପ୍ରତି ମହିଳା ଜାଣିନିଅନ୍ତୁ ଏହି ସେଫ୍ଟି APPs, ବିପଦ ବେଳେ ପାଖରେ ପହଞ୍ଚିବ ପୋଲିସ - SAFETY APPS FOR WOMEN

author img

By ETV Bharat Tech Team

Published : Aug 31, 2024, 1:55 PM IST

Women Safety APPs: କୋଲକାତା ମହିଳା ଡାକ୍ତର ଦୁଷ୍କର୍ମ ଓ ହତ୍ୟା ଘଟଣା ଏବେ ସାରା ଦେଶରେ ମହିଳାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି । ପାଠପଢାଠୁ ଆରମ୍ଭ କରି ନାନାଦି କାର୍ଯ୍ୟ ପାଇଁ ଅନେକ ସମୟରେ ମହିଳା ବାହାରେ ଏକାକୀ ରହୁଛନ୍ତି । ଏପରି ସ୍ଥଳେ ସେମାନେ କିପରି ରହିବେ ସୁରକ୍ଷିତ ? ଏଣୁ ମହିଳାମାନେ ନିଜ ସୁରକ୍ଷା ନିଜେ କରିବା ଲାଗି ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ମହିଳା ସେଫ୍ଟି ଆପ୍ସ ସମ୍ପର୍କରେ ଜାଣି ନିଅନ୍ତୁ । ଅଧିକ ପଢନ୍ତୁ

Women Safety APPs
Women Safety APPs (ETV Bharat Tech Team)

ହାଇଦ୍ରାବାଦ: କୋଲକାତା ଆରଜି କର ହସ୍ପିଟାଲରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ଏବେ ସାରା ଦେଶରେ ଚହଳ ପକାଇଛି । ପୁଣି ଥରେ ମହିଳାଙ୍କ ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ । ସାଧାରଣ ମହିଳାଙ୍କୁ ଛାଡ଼ିଦେଲେ ଜଣେ ଶିକ୍ଷିତ ଡାକ୍ତର ମଧ୍ୟ ଆଜି ସୁରକ୍ଷିତ ନୁହେଁ । ଏହି ଘଟଣା ପରେ ସରକାରୀ ହସ୍ପିଟାଲରେ ମହିଳା ସୁରକ୍ଷିତ ନଥିବା ନେଇ ଚର୍ଚ୍ଚା ହେଉଛି । ଏହି ଘଟଣା ପରେ ଡିସେମ୍ବର 2012 ଦିଲ୍ଲୀ ନିର୍ଭୟା ଘଟଣା ହେଉ କି 2019 ହାଇଦ୍ରାବାଦ ପ୍ରିୟଙ୍କା ରେଡ୍ଡି ଘଟଣା ପୁଣି ଥରେ ତାଜା ହୋଇଉଠିଛି ।

ମହିଳାଙ୍କ ଲାଗି ରାସ୍ତାଘାଟ ସୁରକ୍ଷିତ କି ? ଏଭଳି ସ୍ଥିତିରେ ସରକାରଙ୍କ ପକ୍ଷରୁ ମହିଳାଙ୍କ ସୁରକ୍ଷା ଲାଗି ନାନାଦି ସେଫ୍ଟି ଆପ୍ସ ଲଞ୍ଚ କରାୟାଇଛି । ମହିଳାମାନେ ଏ ସମ୍ପର୍କରେ ଅବଗତ ନଥିବାରୁ ଏହାର ଫାଇଦା ଉଠାଇ ପାରୁନାହାନ୍ତି କି, ବିପଦ ବେଳେ ନିଜର ସୁରକ୍ଷା ନିଜେ କରିପାରୁନାହାନ୍ତି । ସରକାରଙ୍କ ପକ୍ଷରୁ ଲଞ୍ଚ କରାଯାଉଥିବା ଆପ୍ ଗୁଡ଼ିକ ସହାୟତାରେ ଆପଣ ବିପଦରେ ଥିବା ନେଇ ପୋଲିସକୁ ଜଣାଇ ପାରିବେ । ପୋଲିସ ମଧ୍ୟ ଆପଣଙ୍କ ନିକଟରେ ପହଞ୍ଚି ଦୁର୍ବୃତ୍ତଙ୍କଠାରୁ ଆପଣଙ୍କୁ ରକ୍ଷା କରିପାରିବ ।

Rattirer Sathi
Rattirer Sathi (ETV Bharat)
  • Rattirer Sathi: ଆରଜି କର ହସ୍ପିଟାଲ ଘଟଣା ପରେ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ଏକ ନୂଆ ଆପ୍‌ ଲଞ୍ଚ କରାଯାଇଛି । ଯାହାର ନାମ ରଖାଯାଇଛି 'ରାତ୍ରିରେ ସାଥୀ' । ମହିଳାମାନେ ଏହି ଆପକୁ ନିଜ ମୋବାଇଲରେ ଡାଉନଲୋଡ କରି ଏହାର ବ୍ୟବହାର କରିପାରିବେ । ଏହି ଆପ୍‌ରେ ଆଲାର୍ମ ସିଷ୍ଟମ ରହିଛି । ଯଦି ମହିଳା ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି, ତେବେ ସଙ୍ଗେ ସଙ୍ଗେ ପୋଲିସ ସହିତ ଯୋଗାଯୋଗ କରିପାରିବେ । ଏହି ଆପ୍‌ରେ ଥିବା ସ୍ବତନ୍ତ୍ର ଧରଣର ଆଲାର୍ମ ପୋଲିସକୁ ଆପଣଙ୍କ ସବିଶେଷ ତଥ୍ୟ ପ୍ରଦାନ କରିବ । ଏହାପରେ ପୋଲିସ ପୀଡ଼ିତାଙ୍କ ଲୋକେସନ୍‌ GPS ମାଧ୍ୟମରେ ଦେଖିବାରେ ସକ୍ଷମ ହେବ ।
    Kaaval Uthavi
    Kaaval Uthavi (ETV Bharat)
  • Kaaval Uthavi: ଏହି ଆପ୍‌ଟି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ଦ୍ବାରା 2022ରେ ଲଞ୍ଚ କରାଯାଇଥିଲା । ଏହି ଆପ୍‌ ମାଧ୍ୟମରେ ତାମିଲନାଡୁ ପୋଲିସ ମହିଳାଙ୍କୁ ସୁରକ୍ଷା ପ୍ରଦାନ କରିଥାଏ । ଏହି ଆପ୍‌ରେ ପ୍ରାୟ 60ରୁ ଅଧିକ ଫିଚର୍ସ ରହିଛି । ଏହି ଆପ୍‌ ବରିଷ୍ଠ ନାଗରିକଙ୍କୁ ମଧ୍ୟ ସୁରକ୍ଷା ପ୍ରଦାନ କରିଥାଏ । ଏହି ଆପ୍‌ରେ ପୋଲିସ ନିକଟକୁ ପଠାଇବା ଲାଗି ଡେଞ୍ଜର ସିଗ୍ନାଲ ମଧ୍ୟ ରହିଛି । କୌଣସି ଜରୁରୀକାଳୀନ ସ୍ଥିତି ଉପୁଜିଲେ ମହିଳାମାନେ 112, 100 ଓ 101 ଡାଏଲ୍‌ କରି ପୋଲିସକୁ ସୂଚିତ କରିପାରିବେ । ଏପରିକି ମହିଳାମାନେ ପୋଲିସ ନିକଟକୁ ଏମରଜେନ୍ସି ମେସେଜ ମଧ୍ୟ ପଠାଇପାରିବେ । ତାମିଲନାଡୁରେ ଏହି ଆପ୍‌କୁ 5ଲକ୍ଷରୁ ଅଧିକ ଲୋକ ଡାଉନଲୋଡ କରିଥିବା ବେଳେ ଏହାର ଚାହିଦା ମଧ୍ୟ ରହିଛି ।
    Bhoroxa
    Bhoroxa (ETV Bharat)
  • Bhoroxa: 2023 ମସିହାରେ ଏହି ଆପ୍‌କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ବାରା ଶୁଭାରମ୍ଭ କରାଯାଇଥିଲା । ଏହି ଆପ୍‌ରେ 181 ନମ୍ବର ଡାଏଲ କରିବା ମାତ୍ରେ ପୋଲିସ ନିକଟକୁ ଏମେରଜେନ୍ସି ମେସେଜ ପହଞ୍ଚିଯାଏ । ଏହି ଆପ୍‌ରେ କଲ୍‌ ବ୍ୟାକ ସୁବିଧା ମଧ୍ୟ ଦିଆଯାଇଛି । ଫଳରେ ପୋଲିସ ସହଜରେ ଦୁର୍ଘଟଣାସ୍ଥଳରେ ପହଞ୍ଚି ପୀଡ଼ିତାଙ୍କୁ ଉଦ୍ଧାର କରିଥାଏ । ଏହି ଆପ୍‌ରେ ଏକ ପ୍ୟାନିକ୍‌ ବଟନ୍‌ ମଧ୍ୟ ରହିଛି । ଏହା ଆସାମ ପୋଲିସର ଆପ୍‌ ।
  • Women Helpline 1090: ମଧ୍ୟ ପ୍ରଦେଶରେ ମହିଳାଙ୍କ ସୁରକ୍ଷା ଲାଗି ହେଲ୍ପଲାଇନ ନମ୍ବର 1090 ଲଞ୍ଚ କରାଯାଇଛି । ଯେକୌଣସି ଜରୁରୀକାଳୀନ ସ୍ଥିତିରେ ମହିଳାମାନେ ଏହି ଏମେରଜେନ୍ସି ନମ୍ବରରେ ଡାଏଲ୍‌ କରିପାରିବେ । ମଧ୍ୟ ପ୍ରଦେଶର ପୋଲିସ ଦ୍ବାରା ଆଉ ଏକ ଟୋଲ୍‌ ଫି ନମ୍ବର-1091 ମଧ୍ୟ ଜାରି କରାଯାଇଛି । ଏହି ନମ୍ବରରେ ହ୍ବାଟ୍ସଆପ ଜରିଆରେ ପୋଲିସ ନିକଟରେ ଅଭିଯୋଗ ପହଞ୍ଚିପାରିବ । ଏହାବାଦ ମହିଳାମାନେ ଅଭିଯୋଗ କରିବା ଲାଗି 0755-2443801 ଓ 2420026 ଏହି 2 ନମ୍ବରର ବ୍ୟବହାର କରିପାରିବେ । ଏହାସହିତ MP e-cap app ମଧ୍ୟ ପ୍ରଦେଶ ପୋଲିସ ଦ୍ବାରା ଜାରି କରାଯାଇଛି । 100 ଡାଏଲ୍‌ କରି ମହିଳାମାନେ ପୋଲିସ ନିକଟରେ ଅଭିଯୋଗ କରିପାରିବେ । ଏହି ଆପ୍‌କୁ ମହିଳାମାନେ Google Play Storeରୁ ଡାଉନଲୋଡ କରିପାରିବେ । ଏହାବାଦ ସିଏମ ହେଲ୍ପଲାଇନ (CM helpline) 181 ଡାଏଲ କରି ମହିଳାମାନେ ନିଜ ଅଭିଯୋଗ ରିପୋର୍ଟ କରିପାରିବେ ।
    Raj Mahila Suraksha
    Raj Mahila Suraksha (ETV Bharat)
  • Raj Mahila Suraksha: ଏହା ରାଜସ୍ଥାନରେ ଏକ ଲୋକପ୍ରିୟ ମହିଳା ସେଫ୍ଟି ଆପ୍‌ । ଏହାକୁ ପ୍ଲେ ଷ୍ଟୋରରୁ ସହଜରେ ଡାଉନଲୋଡ କରିହେବ । ଏହି ଆପ୍‌ରେ ଥିବା GPS ସୁବିଧା ଥିବା ବେଳେ ପୋଲିସ ନିକଟକୁ ଡେଞ୍ଜର ସିଗ୍ନାଲ ମଧ୍ୟ ମହିଳାମାନେ ପଠାଇ ପାରିବେ । 7300363636 ଓ 7891091111 ଏହି 2ଟି ନମ୍ବର ବ୍ୟବହାର କରି ରାଜସ୍ଥାନ ପୋଲିସକୁ ମହିଳାମାନେ ନିଜର ଅସୁବିଧା ଜଣାଇପାରିବେ ।
    SHE Teams QR Code
    SHE Teams QR Code (ETV Bharat)
  • SHE Teams QR Code: ମହିଳାମାନଙ୍କ ସୁରକ୍ଷା ଲାଗି ତେଲେଙ୍ଗାନା ପୋଲିସ ପକ୍ଷରୁ ଏହି ବ୍ୟବସ୍ଥା ଆରମ୍ଭ କରାଯାଇଛି । ଏହି କ୍ୟୁଆର କୋଡ ସ୍କାନ କରି ମହିଳାମାନେ ଅଭିଯୋଗ କରିପାରିବେ । ଏହା ବ୍ୟତୀତ ତେଲେଙ୍ଗାନା ସରକାରଙ୍କ ମହିଳା ଓ ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ Bharosa App କାମ କରୁଛି । ଯଦି କୌଣସି ମହିଳା ଯୌନ ନିର୍ଯାତନାର ଶିକାର ହେଉଛନ୍ତି ତେବେ ସେ ଏହି ଆପ୍‌ ମାଧ୍ୟମରେ ନିଜର ଅଭିଯୋଗ କରିପାରିବେ ।
  • Domestic Violence App: କରୋନା ମହାମାରୀ ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଆପ୍‌ର ଆରମ୍ଭ କରାଯାଇଥିଲା । ଯଦି କୌଣସି ମହିଳା ଘରୋଇ ହିଂସାର ଶିକାର ହେଉଛନ୍ତି ତେବେ ସେ ଏହି ଆପ୍‌ ମାଧ୍ୟମରେ ନିଜର ଅଭିଯୋଗ କରିପାରିବେ । 8886640100 ଏହି ନମ୍ବରରେ ସେ ଅଭିଯୋଗ କରିପାରିବେ ।

ଏହା ବି ପଢନ୍ତୁ- Kolkata Rape Murder: କୋଲକାତା ଦୁଷ୍କର୍ମ-ହତ୍ୟାକୁ ନେଇ ଦିଲ୍ଲୀ ଜନ୍ତ୍ରରମନ୍ତରରେ ଡାକ୍ତରଙ୍କ ଗର୍ଜନ, ମୋଦିଙ୍କୁ ଦ୍ବିତୀୟ ଚିଠି ଲେଖି ଅସନ୍ତୋଷ ଝାଡ଼ିଲେ ଦିଦି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.