ETV Bharat / technology

କେରଳ ଲଟେରୀ ନାଁ ନେଇ ବଡ଼ ଦୁର୍ନୀତି; ଗୁଗଲ୍‌ ଓ ମେଟାକୁ ନୋଟିସ୍‌ - KERALA ISSUES NOTICE TO GOOGLE

author img

By ETV Bharat Tech Team

Published : Aug 22, 2024, 4:18 PM IST

KERALA ISSUES NOTICE TO GOOGLE: କେରଳ ଲଟେରୀ ନାଁରେ ବଡ଼ ଦୁର୍ନୀତି । ସୋସିଆଲ ମିଡିଆରେ କାମ କରୁଥିଲା ଅନେକ ଫେକ୍‌ ଆପ୍‌ ଓ ୱେବସାଇଟ୍‌ । 40ଟଙ୍କା ଦେଇ 12କୋଟି ଜିତିବାକୁ କହୁଥିଲେ ଦୁର୍ବୃତ୍ତ । ଏମିତି ହେଲା ଘଟଣାର ପର୍ଦ୍ଦାଫାସ..

KERALA ISSUES NOTICE TO GOOGLE
KERALA ISSUES NOTICE TO GOOGLE (ETV Bharat Tech Team)

ଥିରୁଅନନ୍ତପୁରମ: କେରଳ ଲଟେରୀ ନାଁ ନେଇ ଅନଲାଇନରେ ବଡ଼ ଦୁର୍ନୀତି । ଅନଲାଇନରେ ନକଲି ଲଟେରୀ ବିକ୍ରି କରିବା ଲାଗି କାମ କରୁଥିଲା 60ଟି ଫେକ୍‌ ଲଟେରୀ ଆପ୍‌, 25ଟି ଫେକ୍‌ ଫେସବୁକ ପ୍ରୋଫାଇଲ ଓ 20ଟି ୱେବସାଇଟ୍‌ । ଏହି ଦୁର୍ନୀତି ସାମ୍ନାକୁ ଆସିବା ପରେ କେରଳ ପୋଲିସ ପକ୍ଷରୁ ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ ଓ ମେଟାକୁ ନୋଟିସ ଜାରି କରାଯାଇଛି । ତୁରନ୍ତ ଏହି ଆପ୍‌ ଓ ବିଜ୍ଞାପନକୁ ହଟାଇବା ଲାଗି କୁହାଯାଇଛି ।

ମେଟାକୁ ବିଜ୍ଞାପନ ହଟାଇବାକୁ ନୋଟିସ୍‌:-

କେରଳ ଲଟେରୀ ନେଇ ମୋବାଇଲକୁ ମୋବାଇଲ ଘୁରି ବୁଲୁଥିବା ଫେକ୍‌ ବିଜ୍ଞାପନକୁ ମଧ୍ୟ ହଟାଇବା ଲାଗି ମେଟାକୁ ନୋଟିସ୍‌ ଜାରି କରିଛି କେରଳ ପୋଲିସ । ମେଟା ମାଲିକାନା ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ, ହ୍ବାଟ୍ସଆପ ଓ ଇନଷ୍ଟାଗ୍ରାମରେ ଏହି ଫେକ୍‌ ବିଜ୍ଞାପନ ପ୍ରସାରିତ ହେଉଛି । ଏ ନେଇ କେରଳ ପୋଲିସ ମିଡିଆ ସେଣ୍ଟର (SPMC) ପକ୍ଷରୁ ଜାରି ହୋଇଥିବା ପ୍ରେସ ରିଲିଜରେ ସୂଚନା ଦିଆଯାଇଛି ।

ଏହା ବି ପଢନ୍ତୁ- କିଏ କିଣି ପାରିବେ କେରଳ ଲଟେରୀ ଟିକେଟ୍ ?

ସାଇବର ପାଟ୍ରୋଲିଂରେ ଏହି ଲଟେରୀ ସ୍କାମ ସମ୍ପର୍କରେ ଜଣାପଡ଼ିବା ପରେ କେରଳ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସାଇବର ପାଟ୍ରୋଲିଂରୁ ଜଣାପଡ଼ିଛି ଯେ 60ଟି ଫେକ୍‌ ଲଟେରୀ ଆପ୍‌, 25ଟି ଫେକ୍‌ ଫେସବୁକ ପ୍ରୋଫାଇଲ ଓ 20ଟି ୱେବସାଇଟ୍‌ ଏହି ଅପରାଧିକ କାର୍ଯ୍ୟରେ ଲିପ୍ତ ରହିଥିଲେ । ଏହି ଦୁର୍ନୀତି ପଛରେ ଥିବା ଦୁର୍ବୃତ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

କିପରି ହେଉଥିଲା ଦୁର୍ନୀତି ?

  • ପୋଲିସର କହିବାନୁସାରେ, 'କେରଳ ମେଗାମିଲିୟନ ଲଟେରୀ' ଓ 'କେରଳ ସମର ସିଜିନ ଧମାକା' ନାଁରେ ଫେକ୍‌ ବିଜ୍ଞାପନ ପ୍ରସାରିତ ହେଉଥିଲା ।
  • ସୋସିଆଲ ମିଡିଆ ପ୍ଲାଟଫର୍ମ ଯେପରିକି ହ୍ବାଟ୍ସଆପ୍‌, ଟେଲିଗ୍ରାମ ଓ ଇନଷ୍ଟାଗ୍ରାମରେ ସର୍କୁଲେଟ କରାଯାଉଥିଲା ।
  • କେରଳ ସରକାରଙ୍କ ପକ୍ଷରୁ ଏହି ଲଟେରୀ ଆରମ୍ଭ ହୋଇଥିବା ବେଳେ ଅନଲାଇନରେ ଏହାକୁ କିଣିପାରିବେ ବୋଲି ଉଲ୍ଲେଖ ରହିଥିଲା । ଏପରିକି କେରଳ ସରକାରଙ୍କ ପକ୍ଷରୁ ଅନଲାଇନ ଲଟେରୀ ଆରମ୍ଭ ହୋଇଥିବା ନେଇ ଅନେକ ଲୋକଙ୍କ ମୋବାଇଲକୁ ମେସେଜ ଯାଉଥିଲା ।
  • ମାତ୍ର 40ଟଙ୍କା ଦେଇ 12କୋଟି ଜିତନ୍ତୁ କୁହାଯାଉଥିଲା । ଯେତେବେଳେ ଜଣେ ବ୍ୟକ୍ତି 40ଟଙ୍କା ଦିଆଯାଇଥିବା ନମ୍ବରରେ ପଠାଉଥିଲେ, ସେତେବେଳେ ତାଙ୍କ ହ୍ବାଟ୍ସଆପ ନମ୍ବରକୁ ନକଲି ଲଟେରୀ ଟିକେଟ ଆସୁଥିଲା ।
  • ଏହାପରେ ଲଟେରୀ ଟିକେଟ କିଣିଥିବା ବ୍ୟକ୍ତି 5ଲକ୍ଷ ପୁରସ୍କାର ରାଶି ଜିତିଯାଇଥିବା କହୁଥିଲେ ଦୁର୍ବୃତ୍ତ । ଏହାପରେ ସଙ୍ଗେ ସଙ୍ଗେ ନିଜକୁ ସରକାରୀ କର୍ମଚାରୀ କହି ଅନ୍ୟ ଜଣେ କଲ୍‌ କରୁଥିଲା । ଲଟେରୀ ଟିକେଟଧାରୀଙ୍କୁ ଜିଏସଟି ଓ ଷ୍ଟାମ୍ପ ଡ୍ୟୁଟି ପାଇଁ କିଛି ଟଙ୍କା ପଠାଇବାକୁ କହୁଥିଲା ।
  • ଉକ୍ତ ରାଶି ମିଳିବା ପରେ ଦୁର୍ବୃତ୍ତମାନେ ଆଉ କିଛି ଟଙ୍କା ପଠାଇବାକୁ କହୁଥିଲେ ।

ତେବେ ଏଭଳି ଠକେଇ ସାମ୍ନାକୁ ଆସିବା ପରେ କେରଳ ପୋଲିସ ଲୋକଙ୍କୁ ସତର୍କ କରାଇଛି । ଯଦି କୌଣସି ବ୍ୟକ୍ତି ଏପରି ଠକେଇର ଶିକାର ହେଉଛନ୍ତି, ତେବେ 1930 ନମ୍ବରରେ କଲ୍‌ କରିବାକୁ ପୋଲିସ ପକ୍ଷରୁ କୁହାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.