ହାଇଦ୍ରାବାଦ: କିଛି ଲୋକ ଏକାକୀ ଫିଲ୍ମ ଦେଖିବାକୁ ପସନ୍ଦ କରନ୍ତି । ହେଲେ ଆଉ କିଛି ଲୋକ ପୂରା ପରିବାର ସହିତ ଟିଭି ଦେଖିବାକୁ ପସନ୍ଦ କରନ୍ତି । କିନ୍ତୁ ବର୍ତ୍ତମାନ ପରିବାର ସହିତ ଏକାଠି ବସି ଟିଭି ଦେଖିବା ସମ୍ଭବ ହେଉନି । କୌଣସି ଫିଲ୍ମ ମଝିରେ ହଠାତ୍ ଆଡଲ୍ଟ ସିନ୍ (Adult Scene) ଆସିବା ପରେ ଅସହଜ ଲାଗୁଛି । ଏପରି ସ୍ଥିତିର ଆଉ ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ । JioTV+ ନୂଆ ଫିଚର ଆଣୁଛି । ଯେଉଁଥିରେ AI ଦ୍ବାରା ଆଡଲ୍ଟ ସିନ୍ ଆସିବା ମାତ୍ରେ ଏହାକୁ ବ୍ଲର୍ କରାଯିବ । ଯାହାଦ୍ବାରା ଏହା ସ୍ପଷ୍ଟ ଦୃଶ୍ୟମାନ ହେବ ନାହିଁ ।
JioTV+ର ଏହି ନୂଆ ଫିଚର ଦ୍ବାରା ଆପଣ ପୂରା ପରିବାର ସହିତ ଅଚିନ୍ତାରେ ବିଭିନ୍ନ ପ୍ରକାର ଫିଲ୍ମ, ଓଟିଟି କଣ୍ଟେଣ୍ଟ, ଗୀତନାଚ ଦେଖିପାରିବେ । ବ୍ଲର୍ କରିବା କାମ ଏଆଇ ସ୍ବୟଂଚାଳିତ ଭାବେ କରିବ । ଏହାକୁ 'AI ସେନ୍ସର' ନାମ ଦିଆଯାଇଛି । ଖାଲି ସେତିକି ନୁହେଁ ଏଆଇ ଭିଡିଓକୁ ବ୍ଲର୍ କରିବା ସହିତ ଆବଶ୍ୟକ ପଡ଼ିଲେ ଅଡିଓକୁ ମଧ୍ୟ ମ୍ୟୁଟ୍ କରିବ । ଏହି ଫିଚର ସମ୍ପର୍କରେ ଇନଷ୍ଟାଗ୍ରାମରେ କଞ୍ଜୁମର ଟେକ୍ନୋଲୋଜି ଭେଟେରାନ ରାଜୀବ ମଖାନି ସୂଚନା ଦେଇଛନ୍ତି ।
ଏହା ବି ପଢନ୍ତୁ |
ରାଜୀବ ମଖାନିଙ୍କ ଦ୍ବାରା ସେୟାର କରାଯାଇଥିବା ଭିଡିଓ ଅନୁସାରେ, ଏହି ଫିଚର 18+ କଣ୍ଟେଣ୍ଟ ଠାବ କରିବା ମାତ୍ରେ ଏହାକୁ ଚିହ୍ନଟ କରି ବ୍ଲର୍ କରିବ । ଏହି OTT ଆପ୍ ଆବଶ୍ୟକ ପଡ଼ିଲେ ଅଡିଓକୁ ମଧ୍ୟ ମ୍ୟୁଟ୍ କରିବ ।
JioTV Plus କଣ ?:
JioTV + ଆପ୍ ଜିଓ ଟିଭି ଆପ୍ଲିକେସନଠାରୁ ଭିନ୍ନ । JioTV ଏକ ମୋବାଇଲ୍ ଆଧାରିତ ପ୍ଲାଟଫର୍ମ । ଏହା ଆଣ୍ଡ୍ରଏଡ୍, ଆଇଓଏସରେ ଉପଲବ୍ଧ । କିନ୍ତୁ JioTV + ହେଉଛି ଏକ ବିଷୟବସ୍ତୁ ଏଗ୍ରିଗେଟର୍ ପ୍ଲାଟଫର୍ମ ଯାହାକି Jio ସେଟ୍-ଟପ୍ ବକ୍ସରେ ପୂର୍ବରୁ ଇନଷ୍ଟଲ ହୋଇଥାଏ । ଏହି ଆପ୍ ଆଣ୍ଡ୍ରଏଡ୍ ଟିଭି, ଆପଲ୍ ଟିଭି, ଆମାଜନ ଫାୟାର OS ସହିତ ଅନ୍ୟ ସ୍ମାର୍ଟ ଟିଭି ପ୍ଲାଟଫର୍ମ ପାଇଁ ମଧ୍ୟ ଉପଲବ୍ଧ ।
କିନ୍ତୁ ଏହା କେବଳ JioFiber, JioAirFiber ଗ୍ରାହକଙ୍କ ପାଇଁ କାମ କରେ । JioTV ପ୍ଲସ୍ ଆପ୍ ଡିସ୍ନି + ହଟଷ୍ଟାର୍, ଆମାଜନ ପ୍ରାଇମ୍ ଭିଡିଓ, ସୋନିଲିଭ୍, Zee5 ସହିତ 14 OTT ପ୍ଲାଟଫର୍ମରୁ ବିଷୟବସ୍ତୁ ପ୍ରଦାନ କରେ । ଏହା 800ରୁ ଅଧିକ ଲାଇଭ୍ ଟିଭି ଚ୍ୟାନେଲ୍ ମଧ୍ୟ ପ୍ରଦାନ କରେ । ଆଭେଲବେଲ୍ OTT ସବସ୍କ୍ରିପସନ ଆପଣଙ୍କ JioFiber ପ୍ଲାନ୍ ଉପରେ ନିର୍ଭର କରେ ।
ସ୍ମାର୍ଟ ଟିଭିରେ JioTV+ ଆକ୍ସେସ କିପରି ମିଳିବ ?
- ନିଜ ସ୍ମାର୍ଟ ଟିଭିରେ ଜିଓଟିଭି ପ୍ଲସ୍ର ଆକ୍ସେସ ପାଇବାକୁ ହେଲେ ପ୍ରଥମେ ଏହି ଆପ୍କୁ ସ୍ମାର୍ଟ ଟିଭି ଆପ୍ ଷ୍ଟୋର (Smart TV App Store)ରୁ ଡାଉନଲୋଡ କରନ୍ତୁ ।
- JioFiber ଓ JioAirFiber ଆକାଉଣ୍ଟ ସହିତ ରେଜିଷ୍ଟର ହୋଇଥିବା ମୋବାଇଲ ନମ୍ବର ସାହାଯ୍ୟରେ ଲଗ୍ ଇନ୍ କରନ୍ତୁ ।
- ଏହାପରେ ଆପଣଙ୍କ ରେଜିଷ୍ଟର ମୋବାଇଲ ନମ୍ବରକୁ ଆସିଥିବା ୱାନ-ଟାଇମ ପାସୱର୍ଡ (OTP) ପ୍ରବେଶ କରିବା ପରେ ଏହି ଆପ୍ଲିକେସନ କାମ କରିବା ଆରମ୍ଭ କରିବ ।