ETV Bharat / technology

ଆଇଟି ସ୍କିଲରେ ଦକ୍ଷ ହେବେ ଛାତ୍ରଛାତ୍ରୀ, ୮୫୧୧ ମାଧ୍ୟମିକ ବିଦ୍ୟାଳୟରେ ମିଳିବ ଆଇଟି ଦକ୍ଷତା - IT skills in secondary schools

IT skills to be impart students: ୮୫୧୧ଟି ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମିଳିବ ମୌଳିକ ଆଇଟି ଦକ୍ଷତା । ଓକାକ୍‌ ମାଧ୍ୟମରେ ଆଉଟ୍‌ ସୋର୍ସିଂରେ କମ୍ପ୍ୟୁଟର ଆସିସଟାଣ୍ଟ ମାନଙ୍କ ଦ୍ଵାରା ଛାତ୍ରଛାତ୍ରୀ ମାନଙ୍କର ମୌଳିକ ଦକ୍ଷତା ବୃଦ୍ଧି ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଅଧିକ ପଢ଼ନ୍ତୁ

ଆଇଟି ସ୍କିଲରେ ଦକ୍ଷ ହେବେ ଛାତ୍ରଛାତ୍ରୀ
ଆଇଟି ସ୍କିଲରେ ଦକ୍ଷ ହେବେ ଛାତ୍ରଛାତ୍ରୀ
author img

By ETV Bharat Odisha Team

Published : Feb 26, 2024, 10:45 PM IST

ଭୁବନେଶ୍ବର: ଆଇଟି ସ୍କିଲ୍‌ରେ ଦକ୍ଷ ହେବେ ଛାତ୍ରଛାତ୍ରୀ । ୮୫୧୧ଟି ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମିଳିବ ମୌଳିକ ଆଇଟି ଦକ୍ଷତା । ତେବେ ଏହି ବିଦ୍ୟାଳୟ ଗୁଡିକରେ ଓକାକ୍‌ ମାଧ୍ୟମରେ ଆଉଟ୍‌ ସୋର୍ସିଂରେ କମ୍ପ୍ୟୁଟର ଆସିସଟାଣ୍ଟ ମାନଙ୍କ ଦ୍ଵାରା ଛାତ୍ରଛାତ୍ରୀ ମାନଙ୍କର ମୌଳିକ ଦକ୍ଷତା ବୃଦ୍ଧି ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହାଦ୍ବାରା ନିର୍ଦ୍ଧାରିତ ପାଠ୍ୟକ୍ରମ ଅନୁଯାୟୀ ଛାତ୍ରଛାତ୍ରୀମାନଙ୍କୁ ମୌଳିକ ଆଇଟି ସ୍କିଲ ପ୍ରଦାନ କରାଯିବ । ଏହା ସହିତ କମ୍ପ୍ୟୁଟର ଆସିସଟାଣ୍ଟ ମାନେ ବିଦ୍ୟାଳୟ ଗୁଡିକରେ ଅନ୍ୟାନ୍ୟ ଆଇଟି ସମ୍ବନ୍ଧୀୟ କାର୍ଯ୍ୟ ସମ୍ପାଦନ ପାଇଁ ସହାୟତା ପ୍ରଦାନ କରିବେ ।

  • " class="align-text-top noRightClick twitterSection" data="">

ଉଲ୍ଲେଖ ଯୋଗ୍ୟ, କିଛି ମାସ ପୂର୍ବେ ରାଉରକେଲାସ୍ଥିତ ସରକାରୀ ଆଇଟିଆଇ ଏବଂ ଉତ୍କଳମଣି ଗୋପବନ୍ଧୁ ଇନଷ୍ଟିଚ୍ୟୁଟ୍‌ ଅଫ୍ ଇଞ୍ଜିନିୟରିଂ ଭଳି ଦୁଇଟି ତାଲିମ ଅନୁଷ୍ଠାନର ବିଭିନ୍ନ ଟ୍ରେଡ୍‌କୁ ଆଧୁନିକୀକରଣ କରାଯାଇଛି । ଯାହା ଫଳରେ ଛାତ୍ରଛାତ୍ରୀ ଶିଳ୍ପ ଉପଯୋଗୀ ତାଲିମ ନେଇ ବିଭିନ୍ନ କମ୍ପାନୀରେ ନିଯୁକ୍ତି ସୁଯୋଗ ପାଇପାରିବେ । ରାଜ୍ୟର ବିଭିନ୍ନ ଖଣି ପ୍ରଭାବିତ ଜିଲ୍ଲାରେ ଥିବା ସରକାରୀ ଆଇଟିଆଇ ଓ ଇଞ୍ଜିନିୟରିଂ ସ୍କୁଲ୍‌ ଗୁଡ଼ିକର ଭିତ୍ତିଭୂମି ବିକାଶ କାର୍ଯ୍ୟ ହାତକୁ ନେଇଛି OMBADC । ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗ ଅଧୀନରେ ପରିଚାଳିତ ରାଉରକେଲା ସରକାରୀ ଆଇଟିଆଇ ଏବଂ ଉତ୍କଳମଣି ଗୋପବନ୍ଧୁ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଞ୍ଜିନିୟରିଂର ଭିତ୍ତିଭୂମି ଉନ୍ନୟନ ସହ ତାଲିମ ପ୍ରଦାନ ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରାଯାଇଛି । ୨୦୧୮ରୁ ୨୦୨୩ ଏହି ୫ ବର୍ଷ ଭିତରେ ରାଉରକେଲା ସରକାରୀ ଆଇଟିଆଇ ଓ ୟୁଜିଆଇଇରୁ ଅତ୍ୟାଧୁନିକ ତାଲିମ ନେଇ ପ୍ରାୟ ୨୫୦୦ ଛାତ୍ରଛାତ୍ରୀ ନିଯୁକ୍ତି ପାଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଓଡ଼ିଶାର ଆଇଟି ଭିତ୍ତିଭୂମିକୁ ଆଉ ଏକ ସଫଳତା; ଆକ୍ସେଞ୍ଚର ଅତ୍ୟାଧୁନିକ ବୈଷୟିକ ଗବେଷଣା କେନ୍ଦ୍ର ଉଦଘାଟିତ

ତେବେ ରାଉରକେଲା ସରକାରୀ ଆଇଟିଆଇରେ ରହିଛି ମୋଟ ୨୪ଟି ଟ୍ରେଡ୍ । ଫିଟର, ଡିଜେଲ୍‌ ମେକାନିକ୍‌, ଇଲେକ୍ଟ୍ରିସିଆନ୍‌, ୱେଲଡର୍‌ ଏବଂ ମେସିନିଷ୍ଟ ଆଦି ପ୍ରମୁଖ ଅତ୍ୟାଧୁନିକ ଟ୍ରେଡ୍‌ରେ ତାଲିମ ନେଉଛନ୍ତି ପ୍ରାୟ ୨୧୦୦ ଛାତ୍ରଛାତ୍ରୀ । ଏହି କେନ୍ଦ୍ରରେ ଓମ୍ବାଡସି ସହାୟତାରେ ସ୍ମାର୍ଟ କ୍ଲାସରୁମ୍ ଓ ଆଇଟି ଲ୍ୟାବକୁ ଆଧୁନିକ ରୂପ ଦିଆଯାଇଛି । ଅନ୍ୟପଟେ ମଧ୍ୟ କେନ୍ଦ୍ରୀୟ ବିଶ୍ବ ବିଦ୍ୟାଳୟ ଓ FTIIର ଏହି ପ୍ରୟାସ ଫଳରେ ଅଭିନୟରେ ଲକ୍ଷ୍ୟ ରଖିଥିବା କୋରାପୁଟ ଅଞ୍ଚଳର ବହୁ କଳାକାର ଉପକୃତ ହେବେ । ଚଳଚ୍ଚିତ୍ର ସମ୍ବନ୍ଧୀୟ ଦକ୍ଷତା ବିକାଶ କାର୍ଯ୍ୟକ୍ରମର ୪ଟି ମୌଳିକ ପାଠ୍ୟକ୍ରମ ଉପରେ ଆଧାରିତ । ଏହି ପାଠ୍ୟକ୍ରମ ଗୁଡ଼ିକ ହେଲା ସ୍କ୍ରିନ୍ ଆକ୍ଟିଂରେ ବେସିକ୍ କୋର୍ସ, ସ୍କ୍ରିନପ୍ଲେ ରାଇଟିଂରେ ବେସିକ୍ କୋର୍ସ, ଫିଲ୍ମ ଆପ୍ରେସିଏସନ୍ କୋର୍ସ ଏବଂ ସ୍ମାର୍ଟ ଫୋନ୍ ଫିଲ୍ମ ମେକିଂରେ ବେସିକ୍ କୋର୍ସ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.