ETV Bharat / technology

ଇସ୍ରୋର ବଡ ସଫଳତା, ପୁନଃବ୍ୟବହାର ଯୋଗ୍ୟ ଲଞ୍ଚ ଯାନ ପୁଷ୍ପକର ପରୀକ୍ଷଣ ସଫଳ - RLV vehicle Pushpak - RLV VEHICLE PUSHPAK

Pushpak: ପୁନଃବ୍ୟବହାର ଯୋଗ୍ୟ ଲଞ୍ଚ ଯାନର ସଫଳ ପରୀକ୍ଷଣ କଲା ଭାରତୀୟ ମହାକାଶ ଗବେଷଣା ସଂସ୍ଥା । ଅଧିକ ପଢନ୍ତୁ

Pushpak
Pushpak
author img

By ETV Bharat Odisha Team

Published : Mar 22, 2024, 10:58 AM IST

Updated : Mar 22, 2024, 1:03 PM IST

ହାଇଦ୍ରାବାଦ: ସଫଳତା ଦିଗରେ ଆଗେଇ ଚାଲିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) । ଏହାରି ଭିତରେ ଆଉ ଏକ ବଡ ସଫଳତା ହାସଲ କରିଛି । ରିୟୁଜେବଲ ଲଞ୍ଚ ଭେହିକଲ(ଲଞ୍ଚ ଭେହିକଲର ପୁନଃ ବ୍ୟବହାର ପାଇଁ ଟେକନିକ)ର ସଫଳ ପରୀକ୍ଷଣ କଲା ଇସ୍ରୋ । ଏହି ଲଞ୍ଚ ଯାନର ନାମ ପୁଷ୍ପକର ରଖାଯାଇଛି । ଆଜି ସକାଳ 7ଟା 10 ମିନିଟ ସମୟରେ କର୍ଣ୍ଣାଟକର ଚିତ୍ରଦୁର୍ଗ ସ୍ଥିତ ଏରୋନେଟିକାଲ୍ ଟେଷ୍ଟ ରେଞ୍ଜରେ ରିୟୁଜେବଲ ଲଞ୍ଚ ଭେହିକଲ ସ୍ବୟଂଚାଳିତ ଭାବରେ ରନୱେରେ ଅବତରଣ କରିଛି । ଏନେଇ ଇସ୍ରୋ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି । ସଫଳ ଲ୍ୟାଣ୍ଡି ନେଇ ଇସ୍ରୋ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି, ରିୟୁଜେବଲ ଲଞ୍ଚ ଭେହିକଲର ଟେକନିକ ମାମଲାରେ ଇସ୍ରୋ ଏକ ବଡ ସଫଳତା ହାସଲ କରିଛି । ପୁଷ୍ପକ ବିମାନ(RLV-TD)ର ସଫଳ ଲଞ୍ଚିଂ କରିଛି ଇସ୍ରୋ ।

ରିୟୁଜେବଲ ଲଞ୍ଚ ଭେହିକଲ ପୂର୍ବରୁ ଦୁଇ ପରୀକ୍ଷଣ ସଫଳ ହୋଇଥିଲା: 2022 ମସିହାରୁ ଏନେଇ କାର୍ଯ୍ୟ ଆରମ୍ଭ କରିଥିବା ବେଳେ ବର୍ତ୍ତମାନ ସଫଳତା ହାତେଇଛି ସଂସ୍ଥା । ଏହା ପୂର୍ବରୁ ଇସ୍ରୋ ଦୁଇ ଥର ରିୟୁଜେବଲ ଲଞ୍ଚ ଭେହିକଲର ସଫଳ ଲ୍ୟାଣ୍ଡିଂ କରିଥିଲା । ଗତ ବର୍ଷ ଏହାର ଲଞ୍ଚ ଟେଷ୍ଟିଂ କରାଯାଇଥିବା ବେଳେ ରିୟୁଜେବଲ ଲଞ୍ଚ ଭେହିକଲକୁ ବାୟୁସେନା ଚିନୁକ ହେଲିକପ୍ଟରରୁ ଆରଏଲଭିରେ ପ୍ରାୟ ସାଢେ ଚାରି କିଲୋମିଟର ଉଚ୍ଚତାରୁ ଉତକ୍ଷେପଣ କରାଯାଇଥିଲା । ପରୀକ୍ଷଣ ସମୟରେ ଆରଏଲଭି ସଫଳତା ପୂର୍ବକ ରନଓ୍ବେରେ ଅବତରଣ କରିଥିଲା । ତେବେ ଇସ୍ରୋ ବିକଶିତ କରିଥିବା ଟେକ୍ନୋଲୋଜି ନାଭିଗେସନ୍, କଣ୍ଟ୍ରୋଲ୍ ସିଷ୍ଟମ୍, ଲ୍ୟାଣ୍ଡିଙ୍ଗ୍ ଗିଅର୍ ମଧ୍ୟ ଏକ ପ୍ରକାର ସଫଳ ହୋଇଛି ।

ଏହା ମଧ୍ୟ ପଢନ୍ତୁ: ପୁନଃବ୍ୟବହାର ଯୋଗ୍ୟ ରକେଟ୍‌ର ପ୍ରଥମ ରନୱେ ଲ୍ୟାଣ୍ଡିଂ ପାଇଁ ପ୍ରସ୍ତୁତ ISRO

ସ୍ପେସ୍ ମିଶନର ମୂଲ୍ୟ ହ୍ରାସ ପାଇବ: ପୂର୍ବ ପରୀକ୍ଷଣକୁ ଆଧାର କରି ଇସ୍ରୋ ଚଳିତଥର ଆରଏଲବିର ଏୟାରଫ୍ରେମ୍ ଷ୍ଟ୍ରକଚର ଏବଂ ଲାଣ୍ଡିଙ୍ଗ ଗିୟରକୁ ପୂର୍ବ ତୁଳନାରେ ଆହୁରି ମଜଭୁତ କରାଯାଇଛି । ଯାହାଫଳରେ ଲଞ୍ଚ ଯାନ ଅବତରଣ ସମୟରେ ଅଧିକ ଓଜନ ବହନ କରିପାରିବ । ପୁନଃ ବ୍ୟବହାର ଯୋଗ୍ୟ ଯାନ ପୁଷ୍କକ ମିଶନକୁ ବିକ୍ରମ ସାରାଭାଇ ସ୍ପେସ ସେଣ୍ଟର ଲିକ୍ୱିଡ୍ ପ୍ରପୁଲସନ୍ ସିଷ୍ଟମ୍ ସେଣ୍ଟର ଏବଂ ଇର୍ଟେରିଆଲ୍ ସିଷ୍ଟମ୍ ୟୁନିଟର ମିଳିତ ସହଯୋଗରେ ପ୍ରସ୍ତୁତ କରାଯାଇଛି । ବାୟୁସେନା ମଧ୍ୟ ଏଥିରେ ସହଯୋଗ କରିଛି । ପୁନଃ ବ୍ୟବହାର ଯୋଗ୍ୟ ଯାନ ଟେକନିକ ଇସ୍ରୋର ସବୁଠାରୁ ଚାଲେଞ୍ଜିଂ ଟେକନିକ ଅଟେ । ଏହି ଟେକ୍ନୋଲୋଜିର ସାହାଯ୍ୟରେ ISROର ସ୍ପେସ୍ ମିଶନ ଗୁଡ଼ିକର ମୂଲ୍ୟ ହ୍ରାସ ପାଇବ । ତେବେ ପୁନଃ ବ୍ୟବହାର ଯୋଗ୍ୟ ଯାନର ପ୍ରଥମ ପରୀକ୍ଷଣ 2016 ମସିହା ମେ 23 ତାରିଖରେ ଶ୍ରୀହରିକୋଟାରୁ କରାଯାଇଥିଲା ।

ସୁଲଭ ହେବ ସ୍ପେସ ମିଶନ: ଏନେଇ ଇସ୍ରୋ ମୁଖ୍ୟ ଏସ ସୋମନାଥ କହିଛନ୍ତି, "ଅନ୍ତରୀକ୍ଷ ମିଶନକୁ ସୁଲଭ କରିବା ପାଇଁ ପୁଷ୍କର ଲଞ୍ଚ ଯାନକୁ ଭାରତରେ ତିଆରି କରିବା ଏକ ପ୍ରକାର ଚାଲେଞ୍ଜିଂ ରହିଥିଲା । ଲଞ୍ଚ ଯାନରେ ହିଁ ସବୁଠାରୁ ମହଙ୍ଗା ଇଲେକ୍ଟ୍ରୋନିକ୍ସ ପାର୍ଟ ରହିଥାଏ । ତେବେ ଲଞ୍ଚ ଭେହିକଲ ତିଆରି କରିବା ଦ୍ବାରା ମିଶନର ସଫଳତା ପରେ ପୃଥିବୀରେ ସଫଳ ଅବତରଣ କରିବାରେ ସଫଳ ହେବ । ପରବର୍ତ୍ତି ମିଶନରେ ମଧ୍ୟ ଏହି ଯାନକୁ ବ୍ୟବହାର କରାଯାଇ ପାରିବ । "

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 22, 2024, 1:03 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.