ETV Bharat / technology

ଇସ୍ରୋର ଆଉ ଏକ ମାଇଲଷ୍ଟୋନ; ଲଞ୍ଚ ହେଲା ଆର୍ଥ ଅବଜରଭେସନ ସାଟେଲାଇଟ, ପରିବେଶ, ପାଣିପାଗ ଓ ବିପର୍ଯ୍ୟୟ ପରିଚାଳନାରେ ସହାୟକ ହେବ - ISRO launches SSLV

author img

By ETV Bharat Odisha Team

Published : Aug 16, 2024, 9:42 AM IST

Updated : Aug 16, 2024, 10:20 AM IST

ISRO launches final developmental flight of SSLV-D3/EOS-08: ମହାକାଶ ଗବେଷଣା କ୍ଷେତ୍ରରେ ପୁଣି ଇତିହାସ ରଚିଲା ଇସ୍ରୋର । ସ୍ମଲ ସାଟେଲାଇଟ ଲଞ୍ଚ ଭେହିକିଲରେ ଉତକ୍ଷେପଣ ହେଲା ଆର୍ଥ ଅବଜରଭେସନ ସାଟେଲାଇଟ EOS-08 । ଅଧିକ ପଢନ୍ତୁ

ଇସ୍ରୋର ଆଉ ଏକ ମାଇଲଷ୍ଟୋନ; ଲଞ୍ଚ ହେଲା ଆର୍ଥ ଅବଜରଭେସନ ସାଟେଲାଇଟ
ଇସ୍ରୋର ଆଉ ଏକ ମାଇଲଷ୍ଟୋନ; ଲଞ୍ଚ ହେଲା ଆର୍ଥ ଅବଜରଭେସନ ସାଟେଲାଇଟ (ETV Bharat Odisha)

ଶ୍ରୀହରିକୋଟା: ମହାକାଶ ଗବେଷଣା କ୍ଷେତ୍ରରେ ଇସ୍ରୋର ଆଉ ଏକ ମାଇଲଷ୍ଟୋନ । ଉତକ୍ଷେପଣ ହେଲା SSLV-D3 ରକେଟ୍ । ଆଜି ଦେଶର ସବୁଠୁ ଛୋଟ ରକେଟ 'ସ୍ମଲ ସାଟେଲାଇଟ ଲଞ୍ଚ ଭେହିକିଲ'ରେ (SSLV-D3 ) ଆର୍ଥ ଅବଜରଭେସନ ସାଟେଲାଇଟ (EOS-08) ଲଞ୍ଚ କରିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) । ସକାଳ ୯ଟା ୧୭ ମିନିଟର ଶ୍ରୀହରିକୋଟାର (ଆନ୍ଧ୍ରପ୍ରଦେଶ) ସତୀଶ ଧୱନ ସ୍ପେସ ସେଣ୍ଟରରୁ ଏହାର ସଫଳ ଉତକ୍ଷେପଣ ହୋଇଛି ।

କ'ଣ ଏହି ସାଟେଲାଇଟ EOS-08:

ଆର୍ଥ ଅବଜରଭେସନ ସାଟେଲାଇଟ ( EOS-08) ଏକ କ୍ଷୁଦ୍ର ସାଟେଲାଇଟ୍ । ଏହାର ଓଜନ ୧୭୫.୫ କିଲୋଗ୍ରାମ ଓ ଏହାକୁ ଭୂପୃଷ୍ଠରୁ ୪୭୫ କିଲୋମିଟର ଉଚ୍ଚତାରେ ଅବସ୍ଥାପିତ କରିବ ଇସ୍ରୋ । ଏହି ସାଟେଲାଇଟ ପରିବେଶ ପର୍ଯ୍ୟବେକ୍ଷଣ, ପାଣିପାଗ ଓ ବିପର୍ଯ୍ୟୟ ପରିଚାଳନାରେ ସହାୟକ ହେବ । ୧୭୫.୫ କେଜି ବିଶିଷ୍ଟ ଏହି EOS-08ରେ ତିନୋଟି ଷ୍ଟେଟ-ଅଫ-ଦ ଆର୍ଟ ପେଲୋଡ ଅଛି ଯଥା, ଇଲେକ୍ଟ୍ରୋ ଅପଟିକାଲ ଇନଫ୍ରାରେଡ ପେଲୋଡ (EOIR), ଗ୍ଲୋବାଲ ନେଭିଗେସନ ସାଟେଲାଇଟ ସିଷ୍ଟମ ରିଫ୍ଲେକୋମେଟ୍ରି ପେଲୋଡ (GNSS-R) ଓ ସିଫ ୟୁବି ଡୋଜିମିଟର (SiC UV Dosimeter) । SSLV ରକେଟର ଲମ୍ବା ୩୪ ମିଟର ଓ ବ୍ୟାସ ୨ ମିଟର । SSLVର ଓଜନ ୧୨୦ ଟନ ଅଟେ । ଏସଏସଏଲବି ୧୦ରୁ ୫୦୦ କିଲୋର ପେଲୋଡସ୍‌କୁ ୫୦୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚାଇ ପାରିବ । SSLV ମାତ୍ର ୭୨ ଘଣ୍ଟା ମଧ୍ୟରେ ପ୍ରସ୍ତୁତ ହୋଇଯାଏ ।

ଏହା ମଧ୍ୟ ପଢନ୍ତୁ: କେତେ ଭରସାଯୋଗ୍ୟ Meta AI; ଆପଣଙ୍କ ପ୍ରଶ୍ନର ସଠିକ ଜବାବ ଦିଏ ତ ! - Meta AI Response Accuracy

ପ୍ରକାଶ ଥାଉକି, SSLV-D3ରେ ଏହି ଆର୍ଥ ଅବଜରଭେସନ ସାଟେଲାଇଟକୁ ପ୍ରଥମେ ୧୫ ଅଗଷ୍ଟରେ ଲଞ୍ଚ କରାଯିବାର ଥିଲା । ହେଲେ ପରବର୍ତ୍ତୀ ସମୟରେ ଏହାକୁ ଗୋଟିଏ ଦିନ ଘୁଞ୍ଚାଯାଇଥିଲା । ଏହି ମିଶନ SSLV ରକେଟର ତୃତୀୟ ତଥା ଶେଷ ଡେଭଲପମେଣ୍ଟାଲ ଉଡାଣ । ପ୍ରଥମ ଉଡାଣ SSLV-D1 ୨୦୨୨ ଅଗଷ୍ଟ ୭ ଏବଂ ୨୦୨୩ ଫେବୃଆରୀରେ ଦ୍ବିତୀୟ ଉଡାଣ ହୋଇଥିଲା । ଆଜି ତୃତୀୟ ମିଶନ ସହିତ SSLV ଡେଭଲପମେଣ୍ଟ ପ୍ରୋଜେକ୍ଟ ସମ୍ପୂର୍ଣ୍ଣ ହେବ ଏବଂ ଏହା ନ୍ୟୁସ୍ପେସ ଇଣ୍ଡିଆ ଲିମିଟେଡ (NISL) ଓ ଭାରତୀୟ ଇଣ୍ଡଷ୍ଟ୍ରୀ ଦ୍ବାରା ଅପରେସନାଲ ମିଶନ ପାଇଁ ବ୍ୟବହାର କରାଯିବ ।

ଏହା ବି ପଢନ୍ତୁ- ପର୍ସ ହଜାଇବାଠୁ ବେଶୀ ବିପଦ ମୋବାଇଲ ହଜାଇବା, SIM ବ୍ଲକ୍‌ ପୂର୍ବରୁ କରନ୍ତୁ UPI ID ବନ୍ଦ - Steps To Block UPI Id

Last Updated : Aug 16, 2024, 10:20 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.