ହାଇଦ୍ରାବାଦ: ମହାକାଶରେ ଭାରତୀୟ ସ୍ପେଶ ଷ୍ଟେସନ ସ୍ଥାପିତ ହେବ । 2047 ସୁଦ୍ଧା ମହାକାଶ ଗବେଷଣା କ୍ଷେତ୍ରରେ ଭାରତ କଣ କଣ କରିବ ସେ ସମ୍ପର୍କରେ ସୂଚନା ଦେଇଛନ୍ତି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଚେୟାରମ୍ୟାନ ଏସ ସୋମନାଥ । ନୂଆଦିଲ୍ଲୀ ସ୍ଥିତ ରଙ୍ଗ ଭବନରେ ଆଯୋଜିତ ସର୍ଦ୍ଦାର ପଟେଲ ମେମୋରିଆଲ୍ ଲେକ୍ଚର୍ ଅଭିଭାଷଣରେ ଭାରତୀୟ ମହାକାଶ ଗବେଷଣା ସମ୍ପର୍କରେ ଇସ୍ରୋ ମୁଖ୍ୟ ସୂଚନା ଦେଇଛନ୍ତି ।
ଇସ୍ରୋ ମୁଖ୍ୟ ନିଜ ଅଭିଭାଷଣରେ ଚନ୍ଦ୍ରପୃଷ୍ଠରେ ଭାରତର ସଫଳ ଅବତରଣ ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ । ଚନ୍ଦ୍ର ବିଷୟରେ ଆହୁରି ଅଧିକ ତଥ୍ୟ ହାସଲ କରିବା ଲାଗି ଭାରତୀୟ ସ୍ପେଶ ଷ୍ଟେସନ ସ୍ଥାପିତ କରିବା ସହିତ ଏମିତି ରକେଟ ଯାହାକୁ ଏକାଧିକ ଥର ମହାକାଶ ପଠାଯାଇପାରିବ ତାହାର ନିର୍ମାଣ ସମ୍ପର୍କରେ ମଧ୍ୟ କହିଥିଲେ । ଡକ୍ଟର ସୋମନାଥ ଲ୍ୟାଣ୍ଡର ଟେକ୍ନୋଲୋଜି ଦିଗରେ ଇସ୍ରୋର ବଡ଼ ଅଗ୍ରଗତିକୁ ହାଇଲାଇଟ୍ କରିଥିଲେ ।
Must not miss!!
— Akashvani आकाशवाणी (@AkashvaniAIR) October 28, 2024
Listen to #SardarPatelMemorialLecture2024 delivered by @isro Chairman, Dr S Somanath
On the National Network of #Akashvani
🔴30th October at 9.30 pm 🟠31st October at 11 am
🟡31st October at 9.30 PM#SPML2024 #Sardar150 @MIB_India | @GauravDwivedi95 pic.twitter.com/kS8xooem1h
ଚନ୍ଦ୍ର ଏବଂ ମଙ୍ଗଳ ଗ୍ରହର ସଫଳ ମିଶନକୁ ଅନୁସରଣ କରି ଶୁକ୍ର ଗ୍ରହକୁ ଏହାର କକ୍ଷପଥ, ପୃଷ୍ଠ ଅଧ୍ୟୟନ ପାଇଁ ଇସ୍ରୋ ଯୋଜନା କରିଥିବା ମିଶନ କଥା କହିଥିଲେ । ଖାଲି ସେତିକି ନୁହେଁ ଦେଶର ବିକାଶ ପାଇଁ କିପରି ସ୍ପେଶ ଟେକ୍ନୋଲୋଜିକୁ ବ୍ୟବହାର କରିବାକୁ ସଂସ୍ଥା ଲକ୍ଷ୍ୟ ରଖିଛି ସେ ବିଷୟରେ କହିଥିଲେ । ପ୍ରାକୃତିକ ସମ୍ପଦ ପରିଚାଳନା ତଥା ଉପଗ୍ରହ ଯୋଗାଯୋଗ ଏବଂ ନାଭିଗେସନରେ ଉନ୍ନତି ଆଣିବା ପାଇଁ ISRO ପ୍ରକଳ୍ପଗୁଡିକ ଉପରେ କାର୍ଯ୍ୟ କରୁଛି ।
ଏହା ବି ପଢନ୍ତୁ |
➡️ Dr. S. Somanath, Distinguished Scientist, Chairman, @isro and Space Commission, Secretary, Department of Space delivered Lecture on 'Indian Space Odyssey' at the prestigious Sardar Patel Memorial Lecture 2024
— PIB India (@PIB_India) October 27, 2024
➡️ With Lander Technology expertise confident ISRO talks of… pic.twitter.com/azSixIHCMs
ଡକ୍ଟର ସୋମନାଥ ଭାରତର ମହାକାଶ ଯାତ୍ରାକୁ ପ୍ରଶଂସା କରି ଏହାର ଦୃଢ ସଂକଳ୍ପ ଏବଂ ଲୋକଙ୍କୁ ସାହାଯ୍ୟ କରିବା ଦିଗରେ କିପରି ମହାକାଶ ପ୍ରଯୁକ୍ତିବିଦ୍ୟା ପ୍ରତି ଉତ୍ସର୍ଗୀକୃତ ସେ ସମ୍ପର୍କରେ କହିଛନ୍ତି । ସେ ଆହୁରି କହିଛନ୍ତି ଯେ ଭାରତର ମହାକାଶ କାର୍ଯ୍ୟକ୍ରମ ପ୍ରେରଣାଦାୟକ ଏବଂ ଏକ ନିରାପଦ, ଉନ୍ନତ ବିଶ୍ବ ସୃଷ୍ଟି କରିବା ଦିଗରେ ନିରନ୍ତର କାର୍ଯ୍ୟ କରୁଛି ।
ବର୍ଷ ପରେ ବର୍ଷ ଇସ୍ରୋ କିପରି ନିଜସ୍ବ ଉଦ୍ୟମରେ ସାଟେଲାଇଟ, ରକେଟ ଓ ଗ୍ରାଉଣ୍ଡ ସିଷ୍ଟମ ନିର୍ମାଣ କରିବ ତାହା ଶିଖିଛି । ମହାକାଶ ଶିଳ୍ପର ଅଗ୍ରଗତି ଲାଗି ଭାରତ ସରକାର କିପରି ଘରୋଇ କମ୍ପାନୀକୁ ମିଳିତ ଭାବରେ କାର୍ଯ୍ୟ କରିବା ଲାଗି ଯୋଜନା କରୁଛନ୍ତି ସେ ସମ୍ପର୍କରେ କହିଛନ୍ତି ସୋମନାଥ ।
ସୂଚନା ଥାଉ କି ପ୍ରସାର ଭାରତୀ ପକ୍ଷରୁ ଗତ ଅକ୍ଟୋବର 26 ତାରିଖରେ ନୂଆଦିଲ୍ଲୀ ସ୍ଥିତ ଆକାଶବାଣୀ ରଙ୍ଗ ଭବନ ଅଡିଟୋରିୟମରେ ସର୍ଦ୍ଦାର ପଟେଲ ମେମୋରିଆଲ ଲେକଚର ଆୟୋଜିତ କରାଯାଇଥିଲା । ଏହି ବାର୍ଷିକ କାର୍ଯ୍ୟକ୍ରମ ପୂର୍ବତନ ପ୍ରଧାନମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଦିବସ ଅବସରରେ କରାଯାଇଥାଏ । ଗତ 1955 ମସିହାଠାରୁ ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀ ସି ରାଜଗୋପାଳଚାରୀଙ୍କ ଦ୍ବାରା ଉଦଘାଟନ ପରେ ଏହା ପ୍ରତିବର୍ଷ ଆୟୋଜିତ ହୋଇଆସୁଛି ।