ETV Bharat / technology

ପ୍ଲେ ଷ୍ଟୋରରୁ ହଟିଲା ଭାରତ ମାଟ୍ରିମୋନି ସହ 10 ଆପ୍

author img

By ETV Bharat Odisha Team

Published : Mar 2, 2024, 5:45 PM IST

Google Play Store: ଶନିବାର ଏବଂ ଶୁକ୍ରବାର କେତେକ ଆପକୁ ପ୍ଲେ ଷ୍ଟୋରରୁ ହଟାଇଛି ଗୁଗଲ । ଗ୍ରହଣୀୟ ଯୋଗ୍ୟ ନୁହେଁ ବୋଲି ବୈଠକ ଡାକିଲେ ସରକାର । ଅଧିକ ପଢନ୍ତୁ

Google Play Store
Google Play Store

ହାଇଦ୍ରାବାଦ: ଗତ କିଛି ଦିନ ହେବ ଅନେକ ମୋବାଇଲ ଆପକୁ ନେଇ ବିବାଦ ଦେଖାଦେଇଛି । କିଛି ଭାରତୀୟ ଡେଭଲପର୍ସଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେମାନଙ୍କୁ ଆଣ୍ଡ୍ରୋଏଡ ପ୍ଲେ ଷ୍ଟୋରରୁ ହଟାଇ ଦେଇଥିଲା । ତେବେ ଭାରତରେ ଏହି ଆପ ଗୁଡିକ ପ୍ଲେ ଷ୍ଟୋରର ବିଲିଂ ପଲିସି ଅନୁସରଣ କରୁନାହାନ୍ତି ତେଣୁ ସେମାନଙ୍କୁ ଗୁଗଲ ପ୍ଲେ ଷ୍ଟୋରରୁ ହଟାଇ ଦିଆଯାଉଛି ବୋଲି ଗୁଗଲ ପକ୍ଷରୁ କୁହାଯାଇଥିଲା । ତେବେ ବର୍ତ୍ତମାନ ଭାରତ ସରକାର ମଧ୍ୟ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିଛନ୍ତି । ଏହାର ସମାଧାନ କରିବା ପାଇଁ ଗୁଗଲ ସହିତ ଏକ ବୈଠକ ଡକାଇଛନ୍ତି କେନ୍ଦ୍ର ସରକାର ।

ଏନେଇ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି, "ଆପ ଗୁଡିକୁ ପ୍ଲେ ଷ୍ଟୋରରୁ ହଟାଇ ଦିଆଯାଇଛି । ଏହାକୁ ସରକାର କଡା ବିରୋଧ କରୁଛନ୍ତି ଏବଂ ଏହା ଆଗକୁ ନହେବା ପାଇଁ ମଧ୍ୟ ଯୋଜନା କରୁଛନ୍ତି । ଗୁଗଲ ପ୍ଲେ ଷ୍ଟୋରରୁ ଏହି ଆପ୍ ହଟାଇଥିଲେ ସୁଦ୍ଧା ଆମେ ଏହାକୁ ଅନୁମତି ଦେବୁ ନାହିଁ ।"

ଏହା ମଧ୍ୟ ପଢନ୍ତୁ: Google Remove Harmful Apps: ଫୋନରେ ଅଛି କି ଏହି ସବୁ ଆପ୍, ତୁରନ୍ତ କରନ୍ତୁ ଡିଲିଟ୍‌

ଗୁଗଲ ଏକ ବ୍ଲକ ପୋଷ୍ଟ ଜାରି କରି ମାର୍ଚ୍ଚ 1 ଏବଂ 2 ତାରିଖରେ 10ଟି କମ୍ପାନୀର ଆପକୁ ପ୍ଲେ ଷ୍ଟୋରରୁ ହଟାଇ ଦିଆଯାଇଛି । ଏହି ଆପ ଗୁଡିକ ମଧ୍ୟରେ ମାଟ୍ରିମୋନି ଆପ ସମେତ ଭାରତର ଅନେକ ଲୋକପ୍ରିୟ ଆପ ରହିଛି । ଗୁଗଲ କୁକୁ ଏଫଏମ(Kuku FM), ଭାରତ ମାଟ୍ରିମୋନି( Bharat Matrimony), ସାଦି ଡଟ୍ କମ(Shaadi.com), ନୌକରି ଡଟ୍ କମ(Naukri.com), 99 ଏକର୍ସ(99 acres), ଟ୍ରୁଲି ମେଡଲି(Truly Madly), କ୍ବାକକ୍ବାକ(Quack Quack), ଷ୍ଟେଜ(Stage), ALTTକୁ ପ୍ଲେ ଷ୍ଟାରରୁ ହଟାଇ ଦିଆଯାଇଛି ।

ତେବେ ଭାରତ ସରକାରଙ୍କ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ କିଛି ଆପକୁ ପ୍ଲେ ଷ୍ଟୋରରୁ ଫେରାଇ ଆଣିଛି ଗୁଗଲ । ସାଦି ଡଟ୍ କମ(Shaadi.com), ନୌକରି ଡଟ୍ କମ(Naukri.com), 99 ଏକର୍ସ(99 acres)କୁ ପ୍ଲେ ଷ୍ଟୋରକୁ ଫେରାଇ ଆଣିଛି କମ୍ପାନୀ । କିନ୍ତୁ ଅନ୍ୟ ଆପଗୁଡିକ ବର୍ତ୍ତମାନ ସୁଦ୍ଧା ପ୍ଲେ ଷ୍ଟୋରକୁ ଆସିପାରି ନାହିଁ । ତେବେ ବୈଠକ ପୂର୍ବରୁ ଗୁଗଲ ଅନ୍ୟ ଆପକୁ ପ୍ଲେ ଷ୍ଟୋରକୁ ଫେରାଇ ଆଣୁଛି କି ନାହିଁ ତାହା ଦେଖିବାକୁ ବାକି ରହିଲା । ଆସନ୍ତା ସୋମବାର ଦିନ ଗୁଗଲ ସହିତ ସରକାରଙ୍କ ବୈଠକ ନିଷ୍ପତ୍ତି ହୋଇଥିବା ସୂଚନା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.