ETV Bharat / technology

ଭୁଲରେ Email ଚାଲିଗଲା କି ? ଏମିତି କରନ୍ତୁ Unsend, ଜାଣିପାରିବେନି ରିସିଭର - How To Undo A Sent Email

author img

By ETV Bharat Tech Team

Published : Sep 2, 2024, 3:14 PM IST

UNDO EMAIL MESSAGE TRICKS: ଏବେ ପ୍ରତ୍ୟେକ କାର୍ଯ୍ୟରେ ଇମେଲ ବ୍ୟବହାର କରାୟାଉଛି । ଅଫିସିଆଲ କାମଠୁ ଆରମ୍ଭ କରି ବିଭିନ୍ନ କମ୍ପାନୀ ମଧ୍ୟ ନିଜ ଗ୍ରାହକଙ୍କ ନିକଟକୁ ମେସେଜ ପଠାଇବା ଲାଗି ଇମେଲର ବ୍ୟବହାର କରୁଛନ୍ତି । କିନ୍ତୁ ଥରେ ଇମେଲ ଚାଲିଗଲେ ଏହାକୁ ଡିଲିଟ୍‌ କରିବାର ଅପସନ ନଥାଏ । ଆମେ ଆଜି ଆପଣଙ୍କୁ କହିବୁ ଏହି ଟ୍ରିକ୍ସ, ଯାହାଦ୍ବାରା ଆପଣ ଯେକୌଣସି ମୁହୂର୍ତ୍ତରେ ଭୁଲରେ ଚାଲିଯାଇଥିବା ଇମେଲକୁ ଅନସେଣ୍ଡ କରିପାରିବେ । ଅଧିକ ପଢନ୍ତୁ

UNDO EMAIL MESSAGE TRICKS
UNDO EMAIL MESSAGE TRICKS (ETV Bharat Tech Team)

ହାଇଦ୍ରାବାଦ: ଗୁଗଲ ଦ୍ବାରା ପରିଚାଳିତ ଜିମେଲ୍‌ ଦ୍ବାରା ଆପଣଙ୍କ ଆକାଉଣ୍ଟକୁ ପ୍ରତିଦିନ ଇମେଲ୍‌ ଆସିଥାଏ । ବିଶେଷ କରି ଅଫିସ କାମ ଦେଖିଲେ, ଆପଣଙ୍କୁ ପ୍ରତିଟି ଛୋଟ କାର୍ଯ୍ୟ ଲାଗି ଉପରିସ୍ଥ ଅଧିକାରୀଙ୍କ ମେଲ୍‌ କରିବାକୁ ପଡ଼ିଥାଏ । ୱାର୍କ ରିପୋର୍ଟଠୁ ଆରମ୍ଭ କରି ଛୁଟି, ଅଫିସରେ ମେଲ୍‌ ଏକ ଗୁରୁତ୍ବପୂର୍ଣ୍ଣ ଯୋଗାଯୋଗର ମାଧ୍ୟମ । କିନ୍ତୁ ବେଳେ ବେଳେ ଆମେ କାର୍ଯ୍ୟ ବ୍ୟସ୍ତତା ବା ଅନ୍ୟମନସ୍କ ହୋଇ ଭୁଲ୍‌ରେ ମେଲ୍‌ ପଠାଇ ଦିଅନ୍ତି । ଯାହାକୁ ପରବର୍ତ୍ତୀ ସମୟରେ ଡିଲିଟ୍‌ କରିବାର କୌଣସି ଅପସନ ନଥାଏ ।

ଯଦି ଆପଣ ନିଜ ଜିମେଲ୍‌ ଆକାଉଣ୍ଟରେ ଏକ ସେଟିଂ କରିବେ, ତେବେ ଆପଣ ଏପରି ଭୁଲରୁ ବର୍ତ୍ତିପାରିବେ । ଜିମେଲ୍‌ ଅନସେଣ୍ଡ ମେଲ୍‌ ଟ୍ରିକ୍ସ ସଭିଙ୍କ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ । କାରଣ ଏହି ଭୁଲ୍‌ ମେଲ୍‌ ପଠାଇବା ଅନେକଙ୍କ ଲାଗି ମୁଣ୍ଡବିନ୍ଧାର କାରଣ ପାଲଟିଛାଏ । ତେବେ ଆସନ୍ତୁ ଜାଣିବା ଏହି ସେଟିଂ ଆପଣ କିପରି କରିବେ ।

Mail Unsend Facility:- କୌଣସି ରିସିଭରଙ୍କ ନିକଟକୁ ଚାଲିଯାଇଥିବା ମେଲକୁ ଆପଣ ଅନସେଣ୍ଡ କରିପାରିବେ । Gmailରେ ୟୁଜର୍ସ ମେଲ୍‌ ପଠାଇଥିବା ସମୟ ଚୟନ କରିପାରିବେ । ସେଟିଂରେ ଉପଲବ୍ଧ ଥିବା Undo ଫିଚରର ଆପଣ ଲାଭ ଉଠାଇପାରିବେ । ଏଥିଲାଗି ଆପଣଙ୍କୁ Google Settingsକୁ ଯିବାକୁ ପଡ଼ିବ ।

  • ପ୍ରଥମେ ଆପଣଙ୍କୁ ନିଜ ଲ୍ୟାପଟପ୍‌, ମୋବାଇଲ ବା କମ୍ପ୍ୟୁଟରରେ Gmail app ଖୋଲିବାକୁ ପଡ଼ିବ ।
  • ଏହାପରେ ପ୍ରୋଫାଇଲ ଆଇକନ ନିକଟରେ ଥିବା ସେଟିଂ ଟ୍ୟାପ୍‌ ବାରରେ ଉପରେ କ୍ଲିକ କରନ୍ତୁ ।
  • ଏହାପରେ See All Settings ଉପରେ କ୍ଲିକ କରନ୍ତୁ ।
  • ତଳକୁ ସ୍କ୍ରୋଲ୍ କରନ୍ତୁ ଏବଂ ଆପଣଙ୍କ ପସନ୍ଦ ଅନୁଯାୟୀ ମେଲ୍ ପଠାଇବାକୁ ସମୟ ବାଛନ୍ତୁ ।
  • ଉଦାହରଣ ସ୍ବରୂପ ଆପଣ ମେଲ୍‌ ପଠାଇବା ଲାଗି 2ଘଣ୍ଟା ପରେ ସମୟ ବାଛିବେ । ତେବେ ଏହି ସମୟ ମଧ୍ୟରେ ଆପଣ ପଠାଇଥିବା ମେଲ୍‌କୁ ଡିଲିଟ୍‌ କରିପାରିବେ ।
  • ଏହାପରେ ସ୍କ୍ରୋଲ କରନ୍ତୁ ଓ submit ଅପସନ ଉପରେ କ୍ଲିକ କରନ୍ତୁ ।

ଇମେଲ୍‌କୁ କରିପାରିବେ ଏଡିଟ୍‌:-

ଥରେ ଆପଣ ଇମେଲକୁ କ୍ୟାନ୍ସେଲ କଲେ ଆପଣଙ୍କୁ ଏଡିଟ୍‌ ଅପସନ ମଧ୍ୟ ମିଳିବ । ଏହାପରେ ଆପଣ ଉକ୍ତ ମେଲରେ କିଛି ଆଡ୍‌ କିମ୍ବା ହଟାଇପାରିବେ । ଏଠାରେ ଆପଣଙ୍କୁ ଅନ୍ୟ କିଛି ଅପସନ ମଧ୍ୟ ମିଳିଯିବ । ଆପଣଙ୍କୁ ସ୍ପେଲିଂ ଅପସନ ମଧ୍ୟ ମିଳିଯିବ । ଆପଣ ଏହାକୁ ଅନ୍‌ ବା ଅଫ୍‌ କରିପାରିବେ । ଏହାସହିତ ଆପଣ keyboard shortcuts ମଧ୍ୟ ଚୟନ କରିପାରିବେ ।

ଏହା ବି ପଢନ୍ତୁ- ହ୍ବାଟ୍ସଆପରେ ଭୁଲରେ ବି କରନ୍ତୁନି ଏହି 3 ମେସେଜର ରିପ୍ଲାଏ; ଆକାଉଣ୍ଟ ହୋଇଯିବ ଖାଲି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.