ETV Bharat / technology

ହିଂସାର ସମ୍ମୁଖୀନ ହେଉଛନ୍ତି କି ମହିଳା ? ସିଧା ଅନଲାଇନରେ NWCରେ ଅଭିଯୋଗ କରନ୍ତୁ, ଫଲୋ କରନ୍ତୁ ଏହି 5ଟି ଷ୍ଟେପ - How to file complaint on NWC

author img

By ETV Bharat Tech Team

Published : Sep 7, 2024, 4:03 PM IST

National Commission for Women: ଯଦି ମହିଳାମାନେ ହିଂସା ବା କୌଣସି ପ୍ରକାର ନିର୍ଯାତନାର ସମ୍ମୁଖୀନ ହେଉଛନ୍ତି ତେବେ ଆପଣ ସିଧାସଳଖ ରାଷ୍ଟ୍ରୀୟ ମହିଳା ଆୟୋଗ (NWC) ନିକଟରେ ଅନଲାଇନରେ ଅଭିଯୋଗ କରିପାରିବେ । ଏଥିପାଇଁ ଆପଣଙ୍କୁ ମାତ୍ର 5ଟି ଷ୍ଟେପ ଫଲୋ କରିବାକୁ ପଡ଼ିବ । ତେବେ NWCର କାମ କଣ ଜାଣନ୍ତୁ...

How to file complaint on National women commission
How to file complaint on National women commission (ETV Bharat Tech Team)

ହାଇଦ୍ରାବାଦ: ଅଧିକାଂଶ ମହିଳା କର୍ମକ୍ଷେତ୍ର, ସର୍ବସାଧାରଣ ସ୍ଥାନରେ ହିଂସାର ସମ୍ମୁଖୀନ ହୁଅନ୍ତି । ଯଦି ମହିଳାମାନେ ଯୌନ ନିର୍ଯାତନା, ଲିଙ୍ଗଗତ ଭେଦଭାବ ଏବଂ ପାରିବାରିକ ହିଂସା ଭଳି ସମସ୍ୟାର ସମ୍ମୁଖୀନ ହୁଅନ୍ତି, ତେବେ ସେମାନେ ରାଷ୍ଟ୍ରୀୟ ମହିଳା ଆୟୋଗଙ୍କ ନିକଟକୁ ଆସିଲେ ସେମାନଙ୍କୁ ଆଇନଗତ ସହାୟତା ମିଳିବାର ବ୍ୟବସ୍ଥା ରହିଛି । ସିଧାସଳଖ ନ ଯାଇ ମୋବାଇଲ ଫୋନ୍ ମାଧ୍ୟମରେ ଅନଲାଇନରେ ଅଭିଯୋଗ ଦାଖଲ କରାଯାଇପାରିବ । ଜାତୀୟ ମହିଳା ଆୟୋଗର ସହାୟତା ପାଇବାକୁ ଏବଂ ଆପଣ ଅନଲାଇନରେ କିପରି ଅଭିଯୋଗ ଦାଖଲ କରିବେ ତାହା ନିମ୍ନରେ ଜାଣନ୍ତୁ ।

ରାଷ୍ଟ୍ରୀୟ ମହିଳା ଆୟୋଗ (NWC) କଣ ?

ନ୍ୟାସନାଲ କମିଶନ ଫର ମହିଳା ଆକ୍ଟ, 1990 ଅଧୀନରେ ଜାନୁଆରୀ 1992ରେ ମହିଳାମାନଙ୍କ ପାଇଁ ରାଷ୍ଟ୍ରୀୟ ମହିଳା ଆୟୋଗ ଗଠନ କରାଯାଇଥିଲା । ମହିଳା ଆୟୋଗର ଉଦ୍ଦେଶ୍ୟ ହେଉଛି ମହିଳାମାନଙ୍କ ପାଇଁ ସାମ୍ବିଧାନିକ ତଥା ଆଇନଗତ ସଂରକ୍ଷଣର ସମୀକ୍ଷା କରିବା, ମହିଳାମାନଙ୍କୁ ସମାଜରେ ସମାନତା ହାସଲ ନେଇ ସକ୍ଷମ କରିବା; ମହିଳାଙ୍କ ସହ ଜଡ଼ିତ ଅଭିଯୋଗର ସମାଧାନ ଏବଂ ମହିଳାଙ୍କୁ ପ୍ରଭାବିତ କରୁଥିବା ସମସ୍ତ ନୀତି ସମ୍ବନ୍ଧରେ ସରକାରଙ୍କୁ ପରାମର୍ଶ ଦେବା । ମହିଳା ଆୟୋଗକୁ ଅଭିଯୋଗ ଏବଂ ଅନୁସନ୍ଧାନ ସେଲ୍, ଲିଗାଲ୍ ସେଲ୍, PMR ସେଲ୍, ନନ ରେସିଡେଣ୍ଟ ଇଣ୍ଡିଆନ ସେଲ୍ ଏବଂ ଉତ୍ତର ପୂର୍ବ ସେଲ୍ ଭଳି ଅନେକ ବିଭାଗ ରହିଛି ।

କେମିତି ଅନଲାଇନରେ କରିବେ ଅଭିଯୋଗ ?

ଯେଉଁମାନେ ରାଷ୍ଟ୍ରୀୟ ମହିଳା ଆୟୋଗଙ୍କ ନିକଟରେ ଅନଲାଇନରେ ଅଭିଯୋଗ ଦାଖଲ କରିବାକୁ ଚାହୁଁଛନ୍ତି, ସେମାନେ ଆୟୋଗର ଅଫିସିଆଲ୍ ୱେବସାଇଟ୍ http://ncw.nic.in କିମ୍ବା http://ncwapps.nic.inରେ ଦାଖଲ କରିପାରିବେ । ଯଦି ଆପଣଙ୍କର ଅଭିଯୋଗକୁ ସମର୍ଥନ କରିବାକୁ ଆପଣଙ୍କର ଡକ୍ୟୁମେଣ୍ଟ୍ ଅଛି ଆପଣ ସେଗୁଡିକୁ ଅନଲାଇନରେ ଆଟାଚ୍‌ କରିପାରିବେ ନଚେତ ପୋଷ୍ଟ ମାଧ୍ୟମରେ ପଠାଇ ପାରିବେ କିମ୍ବା ବ୍ୟକ୍ତିଗତ ଭାବରେ ଦାଖଲ କରିପାରିବେ । ହେଲ୍ପଲାଇନ ନମ୍ବର 011-26944880 ଏବଂ 26944883କୁ ମଧ୍ୟ କଲ୍‌ କରି ସାହାଯ୍ୟ ଲୋଡ଼ିପାରିବେ ।

ମହିଳାଙ୍କ ଅଧିକାରର ଉଲ୍ଲଂଘନର ଯେକୌଣସି ପ୍ରସଙ୍ଗ ରାଷ୍ଟ୍ରୀୟ ମହିଳା ଆୟୋଗରେ ପଞ୍ଜିକୃତ ହୋଇପାରିବ । ଏହାସହ, ମହିଳା ଆୟୋଗ ଅସ୍ପଷ୍ଟ କିମ୍ବା ଅନ୍ୟାନ୍ୟ ପ୍ରସଙ୍ଗ ସହ ଜଡିତ ଅଭିଯୋଗ ଉପରେ ବିଚାର କରିବେ ନାହିଁ । ଅଭିଯୋଗର ସମ୍ପୂର୍ଣ୍ଣ ବିବରଣୀ ମହିଳା ଆୟୋଗଙ୍କ ନିକଟରେ ପ୍ରକାଶ କରାଯିବା ଉଚିତ ।

ଅଭିଯୋଗ ଦାଖଲ ସମୟରେ ଅଭିଯୋଗକାରୀଙ୍କ ନାମ ଏବଂ ଅନ୍ୟାନ୍ୟ ବିବରଣୀ ପ୍ରଦାନ କରାଯିବା ଆବଶ୍ୟକ । ଏଥିସହ ଯଦି ଆପଣ ଅଭିଯୁକ୍ତର ବିବରଣୀ ଜାଣନ୍ତି, ତାହା ମଧ୍ୟ ପ୍ରଦାନ କରିବା ଉଚିତ । ଏହା ସହିତ ଘଟଣାର ସଂକ୍ଷିପ୍ତ ବର୍ଣ୍ଣନା ଏବଂ ପ୍ରତିକାରର ବିବରଣୀ ଯଦି ଥାଏ ତାହା ମଧ୍ୟ ଦାଖଲ କରିବା ଉଚିତ ।

Step 1
Step 1 (NWC)

Step 1 : ମହିଳା ଆୟୋଗର ଅଫିସିଆଲ୍ ୱେବସାଇଟ୍ http://ncw.nic.in କିମ୍ବା http://ncwapps.nic.in ଖୋଲନ୍ତୁ । ଖୋଲିଥିବା ପୃଷ୍ଠାରେ 'Instructions for online complaint registration' ଉପରେ କ୍ଲିକ୍ କରନ୍ତୁ ।

Step 2
Step 2 (NWC)

Step 2: ଦିଆୟାଇଥଇବା ନିର୍ଦ୍ଦେଶାବଳୀ ପଢିବା ପରେ ନିମ୍ନରେ ଦିଆଯାଇଥିବା 'click here for registration of complaint' ଅପସନକୁ ଯାଆନ୍ତୁ ।

Step 3
Step 3 (NWC)

Step 3: ଦିଆଯାଇଥିବା ଫର୍ମରେ ଆପଣଙ୍କର ନାମ, ଠିକଣା, ଫୋନ୍ ନମ୍ବର ଏବଂ ଅଭିଯୋଗ ବିବରଣୀ ପ୍ରଦାନ କରନ୍ତୁ । ଯଦି ଆପଣ ସେହି ବ୍ୟକ୍ତିଙ୍କ ବିଷୟରେ ସବିଶେଷ ତଥ୍ୟ ଜାଣିଛନ୍ତି ଯାହାଙ୍କ ବିରୋଧରେ ଅଭିଯୋଗ ଦାଖଲ ହେଉଛି ତାହା ମଧ୍ୟ ପ୍ରଦାନ କରିପାରିବେ । ଘଟଣାର ସମ୍ପୂର୍ଣ୍ଣ ବର୍ଣ୍ଣନା କରିବାକୁ ଆବେଦନ ଫର୍ମ ସହିତ ଏକ ପୃଥକ ସ୍ତମ୍ଭ ପ୍ରଦାନ କରାଯାଇଛି ।

Step 4
Step 4 (NWC)

Step 4: ଏହାପରେ captcha କୋଡ ପ୍ରଦାନ କରନ୍ତୁ ଏବଂ 'Submit' ବଟନ୍‌ ଉପରେ କ୍ଲିକ କରନ୍ତୁ । ଏହାପରେ ଆପଣଙ୍କର ଅଭିଯୋଗ ରାଷ୍ଟ୍ରୀୟ ମହିଳା ଆୟୋଗରେ ପଞ୍ଜିକୃତ ହେବ । ତା’ପରେ ଆପମ ଏକ ରସିଦ ନମ୍ବର ପାଇବେ । ଯଦି ଆପଣଙ୍କର ଅଭିଯୋଗ ରାଷ୍ଟ୍ରୀୟ ଆୟୋଗ ଦ୍ବାରା ଗ୍ରହଣ କରାଯାଏ, ତେବେ ଆପଣ 10ଦିନ ପରେ ଫାଇଲ୍ ନମ୍ବର, ୟୁଜର୍ ଆଇଡି ଏବଂ ପାସୱାର୍ଡ ପାଇବେ । ଯଦି ଅଭିଯୋଗ ପ୍ରତ୍ୟାଖ୍ୟାନ କରାଯାଏ ତେବେ ଅଭିଯୋଗକାରୀଙ୍କୁ ଯଥାଶୀଘ୍ର ସୂଚିତ କରାଯାଏ ।

Step 5
Step 5 (NWC)

Step 5: ଏହାରେ ଆପଣ ଦିଆଯାଇଥିବା ୟୁଜର୍ ID ଏବଂ ପାସୱାର୍ଡ ସହିତ ଲଗଇନ୍ କରିପାରିବେ ଏବଂ ଅଭିଯୋଗ ସ୍ଥିତି ଯାଞ୍ଚ କରିପାରିବେ । ଅଭିଯୋଗର ସାମ୍ପ୍ରତିକ ସ୍ଥିତି (current status)କୁ ସିଧାସଳଖ କଲ୍‌ କିମ୍ବା ଜାତୀୟ ମହିଳା ଆୟୋଗର ୱେବସାଇଟ୍ ମାଧ୍ୟମରେ ଯାଞ୍ଚ କରାଯାଇପାରିବେ । NWC ୱେବସାଇଟରେ ଥିବା 'complaint status' ଅପସନ ଉପରେ କ୍ଲିକ୍ କରି ଏବଂ ଆପଣଙ୍କର ୟୁଜର ID ଏବଂ ପାସୱାର୍ଡ ଦେଇ ଆପଣ ଆପଣଙ୍କର ଅଭିଯୋଗର ସ୍ଥିତି ଦେଖିପାରିବେ ।

ମହିଳା କମିଶନର କଣ ରହିଛି ଦାୟିତ୍ବ ?

  • ପୋଲିସର ତଦନ୍ତକୁ ତ୍ବରାନ୍ବିତ କରିବା
  • ପ୍ରକ୍ରିୟାକୁ ସୁଗମ ତଥା ତ୍ହରାନ୍ବିତ କରିବାକୁ କର୍ତ୍ତୃପକ୍ଷଙ୍କ ନଜରକୁ ଆଣିବା
  • ପରାମର୍ଶ ଏବଂ ଆପୋଷ ବୁଝାମଣା ମାଧ୍ୟମରେ ପାରିବାରିକ ବିବାଦର ସମାଧାନ କରିବା
  • କର୍ମକ୍ଷେତ୍ରରେ ଯୌନ ନିର୍ଯାତନା ଅଭିଯୋଗ ଆସିଲେ ଏହାର ତଦନ୍ତ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା, ମହିଳାଙ୍କୁ ନ୍ୟାୟ ପ୍ରଦାନ କରିବାରେ ସହଯୋଗ କରିବା ।
  • ମଧ୍ୟସ୍ଥି
  • ଯୌନ ନିର୍ଯାତନା ଅଭିଯୋଗର ମାମଲା ତ୍ବରାନ୍ବିତ କରିବା
  • ଗୁରୁତର ଅପରାଧିକ ଘଟଣଆରେ ସ୍ପଟ୍ ଅନୁସନ୍ଧାନ, ସାକ୍ଷୀମାନଙ୍କୁ ପରୀକ୍ଷା କରିବା, ପ୍ରମାଣ ସଂଗ୍ରହ କରିବା ଏବଂ ସୁପାରିଶ ସହିତ ରିପୋର୍ଟ ଦାଖଲ କରିବା ପାଇଁ ଅନୁସନ୍ଧାନ କମିଟି ଗଠନ କରିବା
  • ମହିଳାମାନଙ୍କୁ ମାଗଣା ଆଇନ ସହାୟତା ପ୍ରଦାନ କରିବା

ମହିଳା କମିଶନ ଅଧିନରେ କେଉଁ ଅପରାଧିକ ଘଟଣା ଆସିଥାଏ ?

  • ଦୁଷ୍କର୍ମ /ଦୁଷ୍କର୍ମ ଉଦ୍ୟମ
  • ଏସିଡ୍ ଆକ୍ରମଣ
  • ଯୌନ ନିର୍ଯାତନା
  • ଲିଙ୍ଗଗତ ଭେଦଭାବ
  • ଷ୍ଟକିଂ/ସେକ୍ସଆଲ ଗେଜ୍‌
  • ଟ୍ରାଫିକିଂ / ବାଧ୍ୟତାମୂଳକ ବେଶ୍ୟାବୃତ୍ତି
  • ମହିଳାମାନଙ୍କର ସମ୍ମାନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବା ଘଟଣା
  • ମହିଳାଙ୍କ ବିରୋଧରେ ସାଇବର ଅପରାଧ
  • ମହିଳାଙ୍କ ପ୍ରତି ପୋଲିସର ଅବହେଳା
  • ଘରୋଇ ହିଂସା / ଯୌତୁକ ହିଂସା / ଯୌତୁକ ଜନିତ ମୃତ୍ୟୁ
  • ଦ୍ବିତୀୟ ବିବାହ / ବହୁବିବାହ
  • ଲିଙ୍ଗ ନିର୍ଦ୍ଧାରଣ କରି ମହିଳା ଭ୍ରୁଣକୁ ନଷ୍ଟ କରିବା (Female feticide)
  • କର୍ମକ୍ଷେତ୍ରରେ ଯୌନ ନିର୍ଯାତନା
  • ମହିଳାମାନଙ୍କ ପାଇଁ ମାତୃତ୍ବ ସୁବିଧାକୁ ପ୍ରତ୍ୟାଖ୍ୟାନ କରିବା ପ୍ରସଙ୍ଗ |
  • ସତୀ କିମ୍ବା ଗୁଣିଗାରେଡି ସନ୍ଦେହରେ ମହିଳାଙ୍କ ଅଧିକାରକୁ ଉଲ୍ଲଂଘନ କରିବା
  • ଘରୋଇ ହିଂସା
  • ଛାଡପତ୍ର / ଚାଇଲ୍ଡ କଷ୍ଟୋଡି

କେଉଁ ଘଟଣା NWC ଅଧିନରେ ଆସୁନାହିଁ ?

ନିମ୍ନଲିଖିତ ଘଟଣା ନେଇ ରାଷ୍ଟ୍ରୀୟ ମହିଳା ଆୟୋଗ ନିକଟକୁ ଅଭିଯୋଗ ଆସିଲେ, ଏହାକୁ ଆୟୋଗ ପ୍ରତ୍ୟାଖ୍ୟାନ କରିପାରେ । କାରଣ ଉକ୍ତ ଘଟଣା NWC ଅଧିନରେ ଆସିନଥାଏ ।

  • ଅଭିଯୋଗ ଯାହା ଅସ୍ପଷ୍ଟ ବା ମିଥ୍ୟା
  • ସିଭିଲ ଡିସପୁଟ ସମ୍ବନ୍ଧୀୟ ଘଟଣା
  • କୋର୍ଟରେ ବିଚାରଧୀନ ଥିବା ମାମଲା
  • ରାଜ୍ୟ ଆୟୋଗ କିମ୍ବା ଅନ୍ୟ କୌଣସି ଆୟୋଗଙ୍କ ନିକଟରେ ଅଭିଯୋଗ ଦାଖଲ ଥିବା ଘଟଣା
  • ଅନ୍ୟ କମିଶନଙ୍କ ଦ୍ବାରା ସମର୍ଥିତ ଥିବା ଅଭିଯୋଗ
  • ମହିଳା ଅଧିକାରର ଉଲ୍ଲଂଘନ ନ କରିବାର ଅଭିଯୋଗ

ପଢନ୍ତୁ ଅନ୍ୟ କିଛି ଖବର

Safety Gadgets: ମହିଳାଙ୍କୁ ସୁରକ୍ଷିତ ରଖିବ ଏହି ଗ୍ୟାଜେଟ୍‌; ବିପଦ ଆସିବା ପୂର୍ବରୁ ଜାଣିନିଅନ୍ତୁ

ସୁରକ୍ଷାକୁ ପ୍ରାଥମିକତା; ପ୍ରତି ମହିଳା ଜାଣିନିଅନ୍ତୁ ଏହି ସେଫ୍ଟି APPs, ବିପଦ ବେଳେ ପାଖରେ ପହଞ୍ଚିବ ପୋଲିସ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.