ETV Bharat / technology

Caller ID ଆପ୍‌ ବିନା କିପରି ଚିହ୍ନିବେ Scam କଲ୍‌; ଜାଣନ୍ତୁ

କୌଣସି ଅଜଣା ବା ସ୍ପାମ କଲ୍‌ ଚିହ୍ନିବା ଲାଗି ଆମକୁ ମୋବାଇଲରେ କଲର୍‌ ଆଇଡି ଆପ୍‌ ଡାଉନଲୋଡ କରିବାକୁ ପଡେ । ଆପ୍‌ ବିନା ବି ଜାଣିପାରିବେ ଠକେଇ ଜନିତ କଲ୍‌...

How to detect a spam call
How to detect a spam call (ETV Bharat)
author img

By ETV Bharat Tech Team

Published : Nov 9, 2024, 9:21 AM IST

ହାଇଦ୍ରାବାଦ: ସମ୍ପ୍ରତି କଲ୍‌ ଯୋଗେ ଅନେକ ଠକ ନାନାଦି ପ୍ରକାର ଠକେଇ କରୁଛନ୍ତି । ସମୟାନୁକ୍ରମେ ନୂଆ ନୂଆ ଉପାୟରେ ଲୁଟୁଥିବାରୁ ସାଧାରଣ ଲୋକେ ଜାଣିନପାରି ଠକେଇର ଶିକାର ହେଉଛନ୍ତି । ଏପରି ସ୍ଥଳେ ଭାରତ ସରକାର ଏକ ନୂଆ ନିୟମ ଆଣିଛନ୍ତି । ଯାହାଦ୍ବାରା ଆପଣ ନିଜ ମୋବାଇଲରେ କଲର୍‌ ଆଇଡି ଡାଉନଲୋଡ ନ କରି ମଧ୍ୟ ଏପରି କଲ୍‌କୁ ଚିହ୍ନଟ କରିପାରିବେ । ଏହାଦ୍ବାରା ଆପଣଙ୍କ କଷ୍ଟ ଅର୍ଜିତ ଧନ ଓ ବ୍ୟକ୍ତିଗତ ତଥ୍ୟର ସୁରକ୍ଷା ହେବ ।

ଭାରତ ସରକାର ଏବେ ବ୍ୟାଙ୍କରୁ ଆସୁଥିବା ଅଫିସିଆଲ କଲ୍‌ ଲାଗି '160' ପ୍ରିଫିକ୍ସ (କୌଣସି ଦେଶ ଓ ଆଞ୍ଚଳିକ କୋଡ ପରେ ବ୍ୟବହୃତ ହେଉଥିବା ପ୍ରଥମ 3ଟି ଅଙ୍କ)କୁ ବାଧ୍ୟତାମୂଳକ କରିଛନ୍ତି । ଏହି ପରିବର୍ତ୍ତନ ଦ୍ବାରା ଭାରତୀୟ ନାଗରିକ ସହଜରେ ଠକେଇ ଜନିତ କଲ୍‌କୁ ଚିହ୍ନିପାରିବେ । ଥରେ ଜଣେ ବ୍ୟକ୍ତି ଅଜ୍ଞାତ ଫୋନକଲ୍‌କୁ ନକଲି ବୋଲି ଜାଣିବା ପରେ ଏହା କୌଣସି ବିଶ୍ବସ୍ତ ଉତ୍ସକୁ ଛଦ୍ମନାମ କରି ଠକିବା ସ୍କାମରଙ୍କ ଲାଗି କଷ୍ଟକର ହୋଇଯିବ ।

ଏହା ବି ପଢନ୍ତୁ
  1. ଜମାରୁ ଦିଅନ୍ତୁନି OTP, ଚଳୁ ହୋଇଯିବ ଟଙ୍କା; ସତର୍କ କଲେ ସରକାର
  2. ବିମାନ ଯାତ୍ରୀ ସାବଧାନ ! ନକଲି Lounge Pass App ନାଁରେ 450ଜଣଙ୍କଠୁ ଲୁଟ୍‌
  3. ହ୍ବାଟ୍ସଆପରେ ଭୁଲରେ ବି କରନ୍ତୁନି ଏହି 3 ମେସେଜର ରିପ୍ଲାଏ; ଆକାଉଣ୍ଟ ହୋଇଯିବ ଖାଲି

ପ୍ରତ୍ୟେକ ବ୍ୟାଙ୍କ କଲ୍‌ '160'ରୁ ଆରମ୍ଭ:-

ପୋଲିସ ଅଧିକାରୀ, ବ୍ୟାଙ୍କ ଅଧିକାରୀ ଓ ଅନ୍ୟ ଅଫିସିଆଲଙ୍କ ନାଁ ନେଇ ବଢୁଥିବା ଠକେଇର ମୁକାବିଲା କରିବା ପାଇଁ ଟେଲିକମ୍ ରେଗୁଲେଟୋରୀ ଅଥୋରିଟି ଅଫ୍ ଇଣ୍ଡିଆ (TRAI) ପ୍ରମୁଖ ବ୍ୟାଙ୍କଗୁଡିକ ସହଭାଗିତାରେ 160 ପ୍ରିଫିକ୍ସ କରିବାର ନିୟମ ଆଣିଛି । ଏକ ବ୍ୟାଙ୍କ କିମ୍ବା ଆର୍ଥିକ ପ୍ରତିଷ୍ଠାନରୁ ପ୍ରାପ୍ତ ଯେକୌଣସି କଲ୍ ଆସିବ ତାହା ତିନି ଅଙ୍କ ବିଶିଷ୍ଟ ଉପସର୍ଗ 160ରୁ ଆରମ୍ଭ ହେବ। ଏହା ସମଗ୍ର ଦେଶରେ ଲାଗୁ ହେବ ଏବଂ ବ୍ୟାଙ୍କରୁ ଆସୁଥିବା ପ୍ରକୃତ ଯୋଗାଯୋଗକୁ ଚିହ୍ନିବା ଲାଗି ଗ୍ରାହକଙ୍କ ପାଇଁ ସହଜ ହେବ ।

କାହିଁକି ଆବଶ୍ୟକ ପଡ଼ିଲା ଏପରି ନିୟମ ?

ଆପଣମାନେ ପ୍ରତିଦିନ ଖବରକାଗଜ, ନ୍ୟୁଜରେ ଡିପଫେକ ଭିଡିଓ, ଫେକ୍‌ ଡ୍ରଗ ସ୍କାମ, ତୁରନ୍ତ ଟଙ୍କା ସ୍ଥାନାନ୍ତର ନେଇ କଲ୍‌, ସେକ୍ସ ରାକେଟ୍‌ ସ୍କାମ କଲ୍‌ ସମ୍ପର୍କରେ ପଢୁଥିବେ ଓ ଦେଖୁଥିବେ । ଠକମାନେ ବ୍ୟାଙ୍କ ଆକାଉଣ୍ଟଧାରୀଙ୍କ ତଥ୍ୟ ସଂଗ୍ରହ କରି ଏପରି କଲ୍‌ କରୁଛନ୍ତି । ଠକମାନେ କୌଣସି ବ୍ୟକ୍ତିଙ୍କୁ କଲ୍‌ କରି ସେ ଠକେଇ କାର୍ଯ୍ୟରେ ଲିପ୍ତ ଥିବା କହି ଭୟଭୀତ କରାଉଛନ୍ତି । ଆଉ ବ୍ୟକ୍ତି ଜଣକ ଭୟଭୀତ ହେବା ମାତ୍ରେ ଟଙ୍କା ମାଗୁଛନ୍ତି । 'ଟଙ୍କା ଦିଅନ୍ତୁ ଆମେ ଏହି କେସ୍‌ ବନ୍ଦ କରିଦେବୁ' କହି ଲୁଟୁଛନ୍ତି । କିନ୍ତୁ ଏବେ '160' ଅଙ୍କ ବିନା କଲ୍‌ ଆସିବା ମାତ୍ରେ ଏହା ଠକେଇ ସମ୍ବନ୍ଧୀୟ କଲ୍‌ ବୋଲି ଲୋକେ ଜାଣିଯିବେ । କାରଣ ବ୍ୟାଙ୍କ ଯଦି ବି କଲ୍‌ କରିବ ତେବେ ଏହାର ଅଙ୍କ 160ରୁ ଆରମ୍ଭ ହେବ ।

ଠକେଇ କଲ୍‌ ଆସିଲେ ଏଥିରୁ କିପରି ବର୍ତ୍ତିବେ ?

ଯଦି ଆପଣଙ୍କ ନିକଟକୁ କିଏ କଲ୍‌ କରନ୍ତି ଏବଂ ନିଜକୁ ବ୍ୟାଙ୍କ କର୍ମଚାରୀ ବୋଲି ପରିଚୟ ଦିଅନ୍ତି ହେଲେ ସେହି ଫୋନ ନମ୍ବରଟି 160 ଅଙ୍କରୁ ଆରମ୍ଭ ହୋଇନଥାଏ, ତେବେ ଆପଣ ଜାଣିଯିବେ ଏହା ସ୍ପାମ୍‌ କଲ୍‌ । କୌଣସି ଠକ ଆପଣଙ୍କଠୁ ଲୁଟିବା ଉଦ୍ଦେଶ୍ୟରେ କଲ୍‌ କରିଛି । ଏଥିରୁ ବର୍ତ୍ତିବା ଲାଗି:

  • ଯଦି କଲର୍‌ ଆପଣଙ୍କୁ ବ୍ୟକ୍ତିଗତ ତଥ୍ୟ ମାଗୁଛି ତେବେ ତୁରନ୍ତ ଫୋନକୁ କାଟି ଦିଅନ୍ତୁ ।
  • ନିଜ ବ୍ୟାଙ୍କକୁ ଏହି କଲ୍‌ ବିଷୟରେ ଜଣାନ୍ତୁ ଓ ଫୋନ ନମ୍ବର ସେୟାର କରନ୍ତୁ । ଜାତୀୟ ସାଇବର ଅପରାଧ ପୋର୍ଟାଲରେ ମଧ୍ୟ ରିପୋର୍ଟ କରନ୍ତୁ ।
  • ଆଦୌ OTP, PIN କି ଆପଣଙ୍କ ଆକାଉଣ୍ଟ ତଥ୍ୟ ଦିଅନ୍ତୁ ନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.