ETV Bharat / technology

ପର୍ସ ହଜାଇବାଠୁ ବେଶୀ ବିପଦ ମୋବାଇଲ ହଜାଇବା, SIM ବ୍ଲକ୍‌ ପୂର୍ବରୁ କରନ୍ତୁ UPI ID ବନ୍ଦ - Steps To Block UPI Id

author img

By ETV Bharat Odisha Team

Published : Aug 8, 2024, 9:47 PM IST

THINGS TO DO WHEN PHONE IS LOST: ଗତ କିଛି ବର୍ଷ ମଧ୍ୟରେ ପକେଟ୍‌ରେ ପର୍ସ ଜାଗା ନେଇଛି ମୋବାଇଲ । ଅଧିକାଂଶ ଟଙ୍କା ନେଣଦେଣ ଡିଜିଟାଲ ମାଧ୍ୟମରେ ହେଉଛି । ଏଥିଲାଗି ଏବେ ପ୍ରାୟତଃ ଅଧିକାଂଶ କ୍ୟାସଲେସ୍‌ । ପୂର୍ବରୁ ଯେଉଁଠି ପର୍ସ ହଜିଲେ ଲୋକେ ଚିନ୍ତିତ ହେଉଥିଲେ ଏବେ ମୋବାଇଲ ହଜିଲେ ଚିନ୍ତାରେ ପଡୁଛନ୍ତି । ଡିଜିଟାଲ ଯୁଗରେ ଯଦି ଆପଣଙ୍କ ମୋବାଇଲ ହଜୁଛି, ତେବେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ଖାଲି ହୋଇପାରେ । ଏପରି ଠକେଇରୁ ବର୍ତ୍ତିବା ଲାଗି ଜାଣି ନିଅନ୍ତୁ ଟିପ୍ସ ।

THINGS TO DO WHEN PHONE IS LOST
THINGS TO DO WHEN PHONE IS LOST (ETV Bharat Odisha)

ହାଇଦ୍ରାବାଦ: ଆଜିକାଲି ସମସ୍ତେ ନଗଦ ଟଙ୍କା ନେଣଦେଣ ବଦଳରେ ଅନଲାଇନ ଟ୍ରାଞ୍ଜାକ୍ସନ କରୁଛନ୍ତି । ମୋବାଇଲ ଦ୍ବାରା କରାଯାଉଥିବା ଟଙ୍କା ନେଣଦେଣ ପ୍ରକ୍ରିୟାରେ UPI ବା ୟୁନିକ୍‌ ପେମେଣ୍ଟ ଇଣ୍ଟରଫେସର ବହୁଳ ବ୍ୟବହାର ହେଉଛି । ମୋବାଇଲରେ ଗୁଗଲ୍‌ ପେ, ପେଟିଏମ୍‌ ଓ ଫୋନ ପେ ଭଳି ୟୁପିଆଇ ଆପ୍‌ର ବ୍ୟବହାର ହେଉଛି । ଏପରି ସ୍ଥିତିରେ ଯଦି ଆପଣ ମୋବାଇଲ ହଜାଇ ଦେଉଛନ୍ତି, ତେବେ ଆପଣ ବଡ଼ ବିପଦରେ ପଡ଼ିପାରନ୍ତି । ଆପଣଙ୍କ ସିମ କାର୍ଡ ଓ ୟୁପିଆଇ ଜରିଆରେ ବ୍ୟାଙ୍କ ଆକାଉଣ୍ଟ ଖାଲି ହୋଇପାରେ । ଏଣୁ ମୋବାଇଲ ହଜିବା ମାତ୍ରେ ତତକ୍ଷଣାତ୍‌ ୟୁପିଆଇ ଆଇଡିକୁ ବ୍ଲକ୍‌ କରିବା ଉଚିତ ।

THINGS TO DO WHEN PHONE IS LOST
THINGS TO DO WHEN PHONE IS LOST (File Photo)

ପର୍ସଠୁ ମୋବାଇଲ ହଜାଇବା ବେଶୀ ବିପଦ:-

ନିକଟରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁସାରେ 2016ରେ ୟୁପିଆଇ ସେବାର ଆରମ୍ଭ ହୋଇଥିଲା । ଯାହାକୁ ଲୋକ ଖୁବ କମ ସମୟ ମଧ୍ୟରେ ପସନ୍ଦ କରିଥିଲେ । ଆର୍ଥିକ ବର୍ଷ 2023-24ରେ 131 ବିଲିୟନ ଟ୍ରାଞ୍ଜାକ୍ସନ ୟୁପିଆଇ ଦ୍ବାରା ଭାରତରେ ହୋଇଥିଲା । ୟୁପିଆଇ ସେବା ଦ୍ବାରା ଲୋକେ ଯେତେ ଉପକୃତ ହେଲେ, ସେହି ମାତ୍ରାରେ ଠକେଇର ଶିକାର ମଧ୍ୟ ହେଲେ । ପୂର୍ବରୁ ଯେଉଁଠି ପକେଟମାର୍‌ କରି ଦୁର୍ବୃତ୍ତ ଟଙ୍କା ଲୁଟୁଥିଲେ, ଏବେ ସେହି କାର୍ଯ୍ୟ ଅନଲାଇନ ମାଧ୍ୟମରେ ହେଉଛି । ନିଜ କଷ୍ଟ ଅର୍ଜିତ ଧନର ରକ୍ଷା ପାଇଁ ସାବଧାନ ହେବା ଉଚିତ ।

Cyber Fraud
Cyber Fraud (File Photo)

UPI ବ୍ଲକ୍‌ କରି ଫ୍ରଡରୁ ବଞ୍ଚନ୍ତୁ:-

ଯଦି ଆପଣଙ୍କ ମୋବାଇଲ ଅସାବଧାନତା ବଶତଃ ହଜିଯାଏ, ତେବେ ଆପଣଙ୍କ ସମସ୍ତ ବ୍ୟାଙ୍କ ଆକାଉଣ୍ଟ ଓ ସେଥିରେ ଥିବା ଟଙ୍କା ବିପଦରେ ପଡ଼ିଯାଏ । ଏହି କାରଣ ଲାଗି ଇନ୍ଦୋରର ସାଇବର ଏକ୍ସପର୍ଟ ଗୌରବ କପୁର ତୁରନ୍ତ ୟୁପିଆଇ ଆଇଡି ବ୍ଲକ୍‌ କରିବା ଲାଗି ପରାମର୍ଶ ଦେଇଛନ୍ତି । ତେବେ ଆସନ୍ତୁ ଜାଣିବା କେଉଁ ଆପ୍‌ରେ କିପରି କରାଯିବ ୟୁପିଆଇ ଆଇଡି ବ୍ଲକ୍‌

  • Google Payରେ ୟୁପିଆଇ ଆଇଡି ବ୍ଲକ କରିବା ପ୍ରକ୍ରିୟା: ଯଦି ଆପଣଙ୍କର ଫୋନ୍ ହଜିଯାଇଛି ଏବଂ ଆପଣଙ୍କ ଫୋନରେ କୌଣସି ପାସୱାର୍ଡ ନାହିଁ, ଏପରି ସ୍ଥିତିରେ ପ୍ରଥମେ UPI IDକୁ ଡିସେବଲ୍‌ ବା ଅକ୍ଷମ କରନ୍ତୁ । ଅନେକ ଥର ହ୍ୟାକର୍ସମାନେ ଆପଣଙ୍କର UPI IDର ଅପବ୍ୟବହାର କରିପାରିବେ । ଯଦି ଆପଣଙ୍କର ଗୁଗୁଲ୍ ପେ'ରେ UPI ID ଅଛି, ତେବେ ଏହାକୁ ବ୍ଲକ୍‌ କରିବା ଲାଗି ଆପଣ ଅନ୍ୟ କୌଣସି ଫୋନରୁ 18004190157 ନମ୍ବରକୁ ଡାଏଲ୍ କରିପାରିବେ । ସିଧା କଷ୍ଟମର କେୟାରକୁ ଜଣାଇବେ ଏବଂ ଆପଣଙ୍କର ID ବ୍ଲକ୍‌ ହୋଇଯିବ ।
  • Paytmରେ ୟୁପିଆଇ ଆଇଡି ବ୍ଲକ କରିବା ପ୍ରକ୍ରିୟା:- ମୋବାଇଲ ଫୋନ ଚୋରି କ୍ଷେତ୍ରରେ ସବୁଠାରୁ ବଡ ବିପଦ ସିମ୍ କାର୍ଡ ବି ହୋଇଥାଏ । କାରଣ ଅଧିକାଂଶ OTP କେବଳ ସିମ୍ କାର୍ଡରେ ଆସିଥାଏ । ଏଭଳି ସ୍ଥିତିରେ ସିମ୍‌କୁ ବ୍ଲକ୍‌ କରି ଫୋନର ସମସ୍ତ UPI ID ଅଚଳ କରି ବ୍ୟାଙ୍କ ଠକେଇକୁ ଏଡାଯାଇପାରିବ । ଯଦି ଆପଣ Paytmରେ UPIକୁ ବ୍ଲକ୍‌ କରିବାକୁ ଚାହାଁନ୍ତି, ତେବେ ଆପଣ ହେଲ୍ପଲାଇନ ନମ୍ବର 01204456456କୁ ଯାଇ ଲଷ୍ଟ ଫୋନ ଅପସନକୁ ଯାଇ ସମସ୍ତ ଡିଭାଇସରୁ ଲଗ୍ ଆଉଟ୍ ଅପସନ୍‌ ଚୟନ କରିପାରିବେ ।
  • Phone Payରେ ୟୁପିଆଇ ଆଇଡି ବ୍ଲକ କରିବା ପ୍ରକ୍ରିୟା:- ଯଦି ଆପଣ ଫୋନ ପେରେ ୟୁପିଆଇ ପେମେଣ୍ଟ କରନ୍ତି, ତେବେ ଏହାକୁ ବ୍ଲକ୍‌ କରିବା ଲାଗି 02268727374 ବା 08068727374ରେ କଲ୍‌ କରନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.