ETV Bharat / technology

ଏହିମାନଙ୍କ କଟିଯିବ ରାସନ କାର୍ଡ; ଶୀଘ୍ର କରନ୍ତୁ eKYC ଅପଡେଟ୍‌ - Ration Card eKYC - RATION CARD EKYC

RATION CARD eKYC: କେନ୍ଦ୍ର ଓ ରାଜ୍ୟ ସରକାର ଲମ୍ବା ସମୟ ଧରି ରାସନକାର୍ଡଧାରୀଙ୍କୁ ମାଗଣା ରାସନ ପ୍ରଦାନ କରୁଛନ୍ତି । ଦେଶର ପ୍ରାୟ 80କୋଟି ଲୋକଙ୍କୁ ମାଗଣା ରାସନ ପ୍ରଦାନ କରାଯାଉଛି । ଏବେ ଖାଦ୍ୟ ଓ ଖାଉଟି ଯୋଗାଣ ବିଭାଗ ପକ୍ଷରୁ ରାସନ କାର୍ଡଧାରୀଙ୍କ KYC ବାଧ୍ୟତାମୂଳକ କରିଛି । ଏହା ଆପଣ କିପରି କରିବେ ଏବଂ ଏହାର ଶେଷ ତାରିଖ କେବେ ଜାଣି ନିଅନ୍ତୁ, ନହେଲେ ଆପଣଙ୍କ କଟିଯିବ କାର୍ଡ । ଅଧିକ ପଢନ୍ତୁ

RATION CARD eKYC
RATION CARD eKYC (ETV Bharat Tech Team)
author img

By ETV Bharat Tech Team

Published : Aug 29, 2024, 3:16 PM IST

ହାଇଦ୍ରାବାଦ: ଭାରତରେ ଆଜି ବି ଏପରି ଲୋକ ଅଛନ୍ତି, ଯେଉଁମାନେ ଦିନକୁ 2 ଓଳି ଖାଇବା ମୁସ୍କିଲ ହୋଇପଡ଼ୁଛି । ଏଥିଲାଗି ସେମାନେ କଠିନ ପରିଶ୍ରମ କରି ନିଜର ପରିବାର ପ୍ରତିପୋଷଣ କରୁଛନ୍ତି । ଏହାକୁ ନଜରରେ ରଖି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଦେଶର ପ୍ରାୟ 80କୋଟି ଲୋକଙ୍କୁ ମାଗଣାରେ ରାସନ ପ୍ରଦାନ କରାଯାଉଛି । କୋଭିଡ ମହାମାରୀ ପରଠାରୁ ସରକାର ଏହାର ଆରମ୍ଭ କରିଛନ୍ତି ।

ପ୍ରତୀକାତ୍ମକ ଫଟୋ
ପ୍ରତୀକାତ୍ମକ ଫଟୋ (ETV Bharat File)

ଏବେ ସରକାରଙ୍କ ନିର୍ଦ୍ଦେଶାନୁସାରେ, ରାସନ କାର୍ଡରୁ ମିଳୁଥିବା ରାସନ ଲାଗି ହିତାଧିକାରୀଙ୍କୁ ଇକେୱାଇସି(eKYC) କରିବାକୁ ପଡ଼ିବ । ଖାଦ୍ୟ ଓ ଖାଉଟି ଯୋଗାଣ ବିଭାଗ ପକ୍ଷରୁ ସମସ୍ତ ହିତାଧିକାରୀଙ୍କ ଲାଗି ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି । ଯଦି ରାସନ କାର୍ଡଧାରୀ ଇକେୱାଇସି କରୁନାହାନ୍ତି, ତେବେ ସେମାନଙ୍କୁ ରାସନ ମିଳିବାରେ ଅସୁବିଧା ହୋଇପାରେ । ଏଠାରେ ଆମେ ଆପଣଙ୍କୁ କହିବୁ, ଜଣେ ରାସନକାର୍ଡଧାରୀ କେଉଁଠି ଇକେୱାଇସି ଅପଡେଟ କରିପାରିବ ଓ ଏହାର ଶେଷ ତାରିଖ କେବେ ରହିଛି ।

ଜୁନ 30ତାରିଖ ଥିଲା ଶେଷ ତାରିଖ:-

ଖାଦ୍ୟ ଓ ଖାଉଟି ଯୋଗାଣ ବିଭାଗ ପକ୍ଷରୁ ପ୍ରଥମେ ରାସନ କାର୍ଡ ପାଇଁ କେୱାଇସିର ଶେଷ ତାରିଖ ଜୁନ 30 ତାରିଖ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ କେୱାଇସି କରିବାର ତାରିଖ ସେପ୍ଟେମ୍ବର 30 ତାରିଖ ନିର୍ଦ୍ଧାରିତ କରାଯଇଥିଲା । ଏଥିଲାଗି ପ୍ରତ୍ୟେକ ରାସନ କାର୍ଡଧାରୀ ସେପ୍ଟେମ୍ବର 30 ତାରିଖ ପୂର୍ବରୁ କେୱାଇସି ଅପଡେଟ କରିପାରିବେ ।

ପ୍ରତୀକାତ୍ମକ ଫଟୋ
ପ୍ରତୀକାତ୍ମକ ଫଟୋ (ETV Bharat File)

KYC କରିବାର ପ୍ରକ୍ରିୟା କଣ ?

ଆପଣ ନିଜ ରାସନ କାର୍ଡକୁ କେୱାଇସି କରିବା ଅତ୍ୟନ୍ତ ସହଜ ପ୍ରକ୍ରିୟା । ଏଥିଲାଗି ଆପଣ ନିଜ ରାଜ୍ୟ ଭିତରେ ଆସୁଥିବା ଯେକୌଣସି ରାସନ ଦୋକାନକୁ ଯାଇପାରିବେ । ସେଠାରେ ଆପଣଙ୍କ ଏହି ପ୍ରକ୍ରିୟା କରାଯିବ । ବିଶେଷ କଥା ହେଉଛି, କେୱାଇସି ପାଇଁ ରାସନ କାର୍ଡରେ ଥିବା ସମସ୍ତ ବ୍ୟକ୍ତି ବା ଯାହା ନାଁରେ ରାସନ ଯାଉଛି, ସେହି ସମସ୍ତ ବ୍ୟଙ୍କୁ ଯିବାକୁ ପଡ଼ିବ ।

କେଉଁ ଡକ୍ୟୁମେଣ୍ଟର ଆବଶ୍ୟକ ପଡ଼ିବ ?

ରାସନ ଦୋକାନରେ ପହଞ୍ଚି ଆପଣଙ୍କୁ ରାସନ ଡିଲରକୁ ଭେଟିବାକୁ ପଡ଼ିବ । ଆପଣ ରାସନ କାର୍ଡର କେୱାଇସି ପାଇଁ ଆସିବା ସମ୍ପର୍କରେ ତାଙ୍କୁ ଅବଗତ କରିବାକୁ ପଡ଼ିବ । ଏହାପରେ ଆପଣଙ୍କୁ ରାସନ ଦୋକାନରେ ନିଜର ରାସନ କାର୍ଡ, କାର୍ଡର ଏକ ଫଟୋକପି ଏବଂ ଆଧାର କାର୍ଡ ଦେଖାଇବାକୁ ପଡ଼ିବ । ରାସନ ଡିଲର ଆପଣଙ୍କ ଡକ୍ୟୁମେଣ୍ଟକୁ ନେଇ Pos ମେସିନରେ ଆପଣଙ୍କ ଫିଙ୍ଗରପ୍ରିଣ୍ଟ ସ୍କାନ କରିବ । ସମସ୍ତ ଡକ୍ୟୁମେଣ୍ଟ ଦାଖଲ ହେବା ପରେ ଆପଣଙ୍କ କେୱାଇସି କରିବ ।

ପ୍ରତୀକାତ୍ମକ ଫଟୋ
ପ୍ରତୀକାତ୍ମକ ଫଟୋ (ETV Bharat File)

KYC କରିବାର କଣ ଆବଶ୍ୟକ ?

କୋଭିଡ ମହାମାରୀକୁ ଅନେକ ସମୟ ବିତିଲାଣି । ଏହାରି ମଧ୍ୟରେ କିଛି ରାସନ କାର୍ଡଧାରୀଙ୍କ ମୃତ୍ୟୁ ମଧ୍ୟ ଘଟିଲାଣି, ଯେଉଁମାନଙ୍କ ନାଁ ରାସନ କାର୍ଡରେ ରହିଛି । ଏମାନଙ୍କ ମୃତ୍ୟୁ ପରେ ମଧ୍ୟ ସେମାନଙ୍କ ନାଁରେ ରାସନ ପ୍ରଦାନ କରାଯାଉଛି । ଯାହାଦ୍ବାରା ସରକାରଙ୍କ ଉପରେ ଅତିରିକ୍ତ ବୋଝ ପଡୁଛି । ଏମିତି ଅନେକ ଭୂତ ହିତାଧିକାରୀଙ୍କୁ ଚିହ୍ନଟ କରିବା ସହ ମୃତ ହିତାଧିକାରୀଙ୍କୁ ହଟାଇବା ଲାଗି ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।

ଏହା ବି ପଢନ୍ତୁ- CM KISAN MONEY; ଚାଷୀଙ୍କ ପାଇଁ ମୋହନ ସରକାରଙ୍କ ବଡ ଘୋଷଣା, ବର୍ଷକୁ 2 ଥର ସିଏମ କିଷାନ ଟଙ୍କା, ଜାଣନ୍ତୁ କେବେ ମିଳିବ କେତେ ଟଙ୍କା ? e-kyc ନହେଲେ କଟିବନି ରାସନ କାର୍ଡ !

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.