ETV Bharat / technology

ମିଶନ ଗଗନଯାନ; 4 ମହାକାଶଚାରୀଙ୍କ ନାମ ଘୋଷଣା କଲେ ମୋଦି - PM Narendra Modi

Prospective Astronauts Of Gaganyaan: କିଏ ଯିବ ମହାକାଶ ? ସସପେନ୍ସର ଅନ୍ତ ଘଟାଇଲେ ପ୍ରଧାନମନ୍ତ୍ରୀ । ଗଗନଯାନ ମିଶନ ପାଇଁ 4 ମହାକାଶଚାରୀଙ୍କ ନାମ ଘୋଷଣା କରିଲେ । ଅଧିକ ପଢନ୍ତୁ

ଗଗନଯାନ
Gaganyaan
author img

By ETV Bharat Odisha Team

Published : Feb 27, 2024, 10:12 AM IST

Updated : Feb 27, 2024, 12:53 PM IST

ହାଇଦ୍ରାବାଦ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପ୍ରଥମ ମାନବ ମହାକାଶ ମିଶନ ଗଗନଯାନ ନେଇ ପ୍ରକ୍ରିୟା ଆରମ୍ଭ କରିସାରିଛି । ଭାରତୀୟ ମହାକାଶଚାରୀଙ୍କୁ ମହାକାଶ ପଠାଇବାରେ ବ୍ୟବହାର ହେବାକୁ ଥିବା କ୍ରାୟୋଜେନିକ ଇଞ୍ଜିନର ସଫଳ ପରୀକ୍ଷଣ କରିଛି ଇସ୍ରୋ । ତେବେ କିଏ ଯିବେ ମହାକାଶ ? ଏହି ସସପେନ୍ସର ଅନ୍ତ ଘଟାଇଲେ ପ୍ରଧାନମନ୍ତ୍ରୀ । ଗଗନଯାନ ମିଶନ ପାଇଁ ଆଜି 4 ଜଣ ପାଇଲଟଙ୍କ ନାମ ଘୋଷଣା କରିଛନ୍ତି । ଗ୍ରୁପ କ୍ୟାପ୍‌ଟେନ ପ୍ରଶାନ୍ତ ବାଲକୃଷ୍ଣ ନାୟାର, ଅଜିତ୍ କ୍ରିଷ୍ଣନ, ଗ୍ରୁପ୍‌ କ୍ୟାପ୍‌ଟେନ୍ ଅଙ୍ଗଦ ପ୍ରତାପ ଏବଂ ୱିଙ୍ଗ କମାଣ୍ଡର ଶୁଭ୍ରାଂଶୁ ଶୁକ୍ଳା । ତେବେ ମହାକାଶଚାରୀଙ୍କୁ ୱିଙ୍ଗ ଲଗାଇ ସମ୍ମାନିତ କଲେ ପ୍ରଧାନମନ୍ତ୍ରୀ ।

ସୂଚନା ଅନୁସାରେ, ଆଜି ମୋଦି ବିକ୍ରମ ସାରାଭାଇ ଅନ୍ତରୀକ୍ଷ କେନ୍ଦ୍ର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଏହି ସମୟରେ ଗଗନଯାନ ପାଇଁ ତାଲିମଯୁକ୍ତ ପାଇଲଟଙ୍କ ନାମ ଘୋଷଣା କରିପାରନ୍ତି ବୋଲି ସୂଚନା ରହିଛି । 4 ଜଣଙ୍କ ମଧ୍ୟରେ ସୁଖୋଇ ଯୁଦ୍ଧ ବିମାନ ପାଇଲଟ ଗ୍ରୁପ କ୍ୟାପଟେନ ପ୍ରଶାନ୍ତ ବି ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଭାରତର ଡ୍ରିମ ମିଶନ ଗଗନଯାନ ପାଇଁ କେରଳରେ ଏହି ପାଇଲଟମାନେ ତାଲିମ ନେଉଥିଲେ । ମହାକାଶକୁ ମାନବ ପ୍ରେରଣ ପୂର୍ବରୁ ପ୍ରଥମେ ବ୍ୟୋମମିତ୍ରକୁ ପଠାଇବ ଇସ୍ରୋ । ଏହା ମାଧ୍ୟମରେ ପଠାଯାଇଥିବା ଇନପୁଟ ଗୁଡିକ ସମୟ ସହିତ ତାଳ ଦେଇ ସାମ୍ନାକୁ ଆସିପାରିବ । ବ୍ୟୋମମିତ୍ର ଶରୀରରେ କ୍ୟାମେରା, ସ୍ପିକର, ମାଇକ୍ରୋଫୋନ ଏବଂ ସେନସର୍ସ ଆଦି ଖଚ୍ଛିତ କରାଯିବ ।

ଏହା ମଧ୍ୟ ପଢନ୍ତୁ: ଆଉ ପାଦେ ଆଗେଇେଲା ମିଶନ ‘ଗଗନଯାନ’: କ୍ରାୟୋଜେନିକ ଇଞ୍ଜିନ ପରୀକ୍ଷଣ ସଫଳ

ଆଜି ଘୋଷଣା ହେବାକୁ ଥିବା 4ଜଣ ପାଇଲଟ ଋଷରେ ପ୍ରଶିକ୍ଷଣ ନେଇଥିବା ବେଳେ ବର୍ତ୍ତମାନ ଇସ୍ରୋର ଜଟିଳ ପ୍ରକ୍ରିୟାରେ ସାମିଲ ହେବେ । ଖବର ଅନୁସାରେ ମୋଦି ସକାଳ 10ଟା 45 ମିନିଟରେ ବିକ୍ରମ ସାରାଭାଇ ଅନ୍ତରୀକ୍ଷ କେନ୍ଦ୍ରରେ ପହଞ୍ଚିବା ପରେ ସେଠାରେ ଏକଘଣ୍ଟା ସମୟ ବିତାଇବେ । ପ୍ରଶାନ୍ତ ନାୟର, ଆନନ୍ଦ ପ୍ରତାପ, ଅଜିତ କୃଷ୍ଣନ ଏବଂ ଚୌହାନ (ସମ୍ପୁର୍ଣ୍ଣ ନାମ ସାମ୍ନାକୁ ଆସିପାରି ନାହିଁ) । ଏମାନେ ଗଗନଯାନ ମିଶନ ପାଇଁ ମହାକାଶକୁ ଯିବେ ବୋଲି ଚର୍ଚ୍ଚା ହେଉଇଛି । ଏହି 4ଜଣଙ୍କ ନାମ ଘୋଷଣା କରିପାରନ୍ତି ପ୍ରଧାନମନ୍ତ୍ରୀ । କହିରଖୁଛୁ କି, ଏହି 4 ଜଣ ମନୋନୀତ ମହାକାଶଚାରୀ ବାୟୁସେନାର ଓ୍ବିଙ୍ଗ କମାଣ୍ଡର କିମ୍ବା ଗ୍ରୁପ କ୍ୟାପଟେନ ଭାବେ କାର୍ଯ୍ୟ କରୁଛନ୍ତି । ଆଜି ପ୍ରଧାନମନ୍ତ୍ରୀ ଏହି ମହାକାଶଚାରୀମାନଙ୍କୁ ବିଶ୍ବବାସୀଙ୍କୁ ପରିଚିତ କରାଇ ପାରନ୍ତି ।

ଗଗନଯାନ ମିଶନ ଅଧିନରେ ତିନିଜଣ ମହାକାଶଚାରୀଙ୍କୁ ପୃଥିବୀର 400 କିଲୋମିଟର ଦୂର କକ୍ଷପଥକୁ ପଠାଯିବ । ସେଠାରେ କିଛି ଦିନ ରହିବା ପରେ ସେମାନଙ୍କୁ ସୁରକ୍ଷିତ ଭୂପୃଷ୍ଠକୁ ଫେରାଇ ଅଣାଯିବ । 2025 ସୁଦ୍ଧା ଭାରତୀୟ ମହାକାଶଚାରୀ ଏହି ମିଶନ ଅଧିନରେ ମହାକାଶରେ ପହଞ୍ଚିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 27, 2024, 12:53 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.