ETV Bharat / technology

ଲୋକସଭା ନିର୍ବାଚନ, ଭୋଟିଂ ପାଇଁ ସ୍ବତନ୍ତ୍ର ଡୁଡୁଲ କଲା ଗୁଗଲ - LOK SABHA ELECTION 2024

author img

By ETV Bharat Odisha Team

Published : Apr 19, 2024, 10:49 AM IST

Google Celebrate Lok Sabha Elections 2024: ଆଜି ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟିଂ ରହିଥିବା ବେଳେ ଏକ ସ୍ବତନ୍ତ୍ର ଡୁଡୁଲ ତିଆରି କଲା ଗୁଗଲ । ଅଧିକ ପଢନ୍ତୁ

google doodle
google doodle

ହାଇଦ୍ରାବାଦ: ବିଶ୍ବର ସବୁଠାରୁ ବଡ ଗାଣତାନ୍ତ୍ରିକ ଦେଶ ହେଉଛି ଭାରତ । ଲୋକସଭା ନିର୍ବାଚନର ଆଜି ପ୍ରଥମ ପର୍ଯ୍ୟାୟ ମତଦାନ । ମୋଟ 21 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର 102 ଲୋକସଭା ଆସନରେ ମତଦାନ ଜାରି ରହିଛି । ଚଳିତଥର ଦେଶରେ 18ତମ ଲେକସଭା ନିର୍ବାଚନ ଅନୁଷ୍ଠିତ ହେଉଛି । ତେବେ ଏହି ମହାନ ଗାଣତାନ୍ତ୍ରିକ ପର୍ବରେ ସାମିଲ ହୋଇଛି ଗୁଗଲ । ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଗୁଗଲ ଏକ ଡୁଡୁଲ ତିଆରି କରି ସେଲିବ୍ରେଟ କରୁଛି । ମତଦାନ ଚିହ୍ନକୁ ନେଇ ଏକ ଡୁଡୁଲ ତିଆରି କରିଛି ଗୁଗଲ । ଗୁଗଲର ଏହି ଡୁଡୁଲ ଭୋଟରଙ୍କ ଉତ୍ସାହିତ କରିବା ଭଳି ମନେ ହେଉଛି ।

ଗୁଗଲର ଭୋଟିଂ ଡୁଡୁଲ: ଭାରତରେ ଲୋକସଭା ନିର୍ବାଚନକୁ ନେଇ ଗୁଗଲ ଏକ ଭୋଟିଂ ଡୁଡଲ ତିଆରି କରିଛି । ଏକ ମତଦାନ ଚିହ୍ନ ଦେଇ ଡୁଡଲ ତିଆରି କରିଛି ଗୁଗଲ । GOପରେ ଅନ୍ୟ ଏକ ଓ ସ୍ଥାନରେ ଭୋଟର ଚିହ୍ନ ଦେଇଛି ଗୁଗଲ । ଏହି ଗୁଗଲ୍ ଡୁଡୁଲ୍ ଲୋକଙ୍କୁ ମତଦାନ ବୁଥକୁ ଯାଇ ଭୋଟ୍ ଦେବାକୁ ଉତ୍ସାହିତ କରୁଛି । ପ୍ରାୟତଃ ଗୁଗଲ ଦେଶ ବିଦେଶର ବିଭିନ୍ନ ଘଟଣାବଳୀକୁ ନେଇ ଡୁଡଲ ତିଆରି କରିଥାଏ । ଗୁଗଲର ଡୁଡୁଲକୁ ଦେଖିବା ପାଇଁ ଲୋକେ ଉତ୍ସାହିତ ହୋଇ ରହିଥାନ୍ତି । ତେବେ ଗୁଗଲର ଏହି ଡୁଡୁଲ ଗୁଗଲର ହୋମ ପେଜ୍‌ରେ ଦେଖାଯାଉଛି ।

ଏହା ମଧ୍ୟ ପଢନ୍ତୁ: ଗଣତନ୍ତ୍ର ମହାପର୍ବର ପ୍ରଥମ ପର୍ଯ୍ୟାୟ ଲଢେଇ, 21 ରାଜ୍ୟର 102 ଆସନରେ ଭୋଟିଂ - Phase 1 Voting

ଲୋକସଭା ନିର୍ବାଚନ 2024: ଲୋକସଭା ନିର୍ବାଚନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ଭୋଟିଂ ଆରମ୍ଭ ହୋଇଛି । ମୋଟ 21 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର 102 ଲୋକସଭା ଆସନରେ ମତଦାନ ଜାରି ରହିଛି । ସକାଳ 7ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା 6ଟା ଯାଏଁ ଚାଲିବ ମତଦାନ । ଦେଶରେ 7ଟି ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ । 19 ଏପ୍ରିଲରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ପରେ ଏପ୍ରିଲ 26 ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ଭୋଟ ଆରମ୍ଭ ହେବ । ତୃତୀୟ ପର୍ଯ୍ୟାୟ ନିର୍ବାଚନ ମେ 7, ଚତୁର୍ଥ ପର୍ଯ୍ୟାୟ ମେ 13, ପଞ୍ଚମ ପର୍ଯ୍ୟାୟ ମେ 20, ଷଷ୍ଠ ପର୍ଯ୍ୟାୟ ମେ 25 ଏବଂ ସପ୍ତମ ପର୍ଯ୍ୟାୟ ଜୁନ୍ 1 ରେ ଅନୁଷ୍ଠିତ ହେବ । ଏପ୍ରିଲ 19 ରୁ ଜୁନ୍ 1 ପର୍ଯ୍ୟନ୍ତ ହେବାକୁ ଥିବା ଭୋଟ୍ ରେ ମୋଟ 543 ଟି ଆସନରେ ଭୋଟ୍ ଗ୍ରହଣ କରାଯିବ । ସମସ୍ତ ପର୍ଯ୍ୟାୟ ଆସନର ଫଳାଫଳ ଜୁନ 4 ତାରିଖରେ ପ୍ରକାଶ ପାଇବ ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.